No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୯ ମାର୍ଚ୍ଚ ସୋମବାର ) ନୂଆଦିଲ୍ଲୀ :- ସାରା ଦେଶରେ କରୋନା ଭାଇରସ୍ କାୟା ମେଲାଇ ଦେଇଛି । ତେଣୁ କରୋନା କଟକଣା ଭିତରେ ଆଜି ସାରା ଦେଶ ପାଳୁଛି ରଙ୍ଗର ପର୍ବ ହୋଲି । କୋଭିଡର ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବାକୁ ବାରଣ କରାଯାଇଛି । କେବଳ ଘରେ ନିଜପରିବାର ସହ ଏହି ପର୍ବ ପାଳନ କରିବାକୁ ଲୋକଙ୍କୁ ନିବେଦନ କରାଯାଇଛି। ହୋଲି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟ ବଡ଼ ବଡ଼ ନେତାମାନେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବାବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ପର୍ବ ସମସ୍ତଙ୍କ ଜୀବନରେ ନୂତନ ଜୋଶ୍ ଏବଂ ନୂତନ ଶକ୍ତି ସଂଚାର କରୁ । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି, “ଆପଣ ସମସ୍ତଙ୍କୁ ହୋଲିର ଅନେକ ଶୁଭକାମନା ।
ଏହି ଆନନ୍ଦ ଏବଂ ଉଲ୍ଲାସର ଏହି ପର୍ବ ସମସ୍ତଙ୍କ ଜୀବନରେ ନୂଆ ଜୋଶ୍ ଏବଂ ନୂଆ ଶକ୍ତି ଯୋଗାଉ। ” ଗୃହମନ୍ତ୍ରୀ ଅମିତ ଶାହା ଲେଖିଛନ୍ତି, “ହୋଲିର ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ରଙ୍ଗ, ଉତ୍ସାହ , ଏକତା ଏବଂ ଆନନ୍ଦର ଏହି ମହାପର୍ବ ଆପଣଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସୌଭାଗ୍ୟ ଆଣୁ। ” ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, “ହୋଲି ପର୍ବରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ରଙ୍ଗର ଏହି ପର୍ବ ଆପଣ ସମସ୍ତଙ୍କ ଜୀବନରେ ଆନ୍ନଦ ଉଲ୍ଲାସର ସହ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ଆଣୁ । ” ଅନ୍ୟପଟେ ଦେଶରେ ବଢୁଛି କରୋନା ଗ୍ରାଫ୍ । ଦୈନିକ ସଂକ୍ରମଣ ସଂଖ୍ୟା ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ମହାରାଷ୍ଟ୍ର ଓ ଦିଲ୍ଲୀରେ ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ବିଭିନ୍ନ ରାଜ୍ୟରେ ହୋଲି ପାଇଁ କଟକଣା ଲଗାଯାଇଛି । ମହାରାଷ୍ଟ୍ରରେ ଗତକାଲି ରାତିରୁ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । (ରିପୋର୍ଟ /ଭଞ୍ଜ ବିହାରୀ ମହାନ୍ତି )
No Result
View All Result