ଓଡ଼ିଶା ତାଜା ନ୍ୟୁଜ୍ (୨୭ ମାର୍ଚ୍ଚ ,ଶନିବାର ) ଭୁବନେଶ୍ୱର :- ସାରା ଦେଶରେ ଏବେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଦେଖିବାକୁ ମିଳୁଛି । ରାଜ୍ୟରେ କ୍ରମାଗତ ଭାବେ ପୁଣି ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଆଜି ୨୦୦ରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପର୍ବପର୍ବାଣି ପାଳନ ଉପରେ କଟକଣା ଲଗାଯାଇଛି । ଏପରି ସ୍ଥଳେ କମିଶନରେଟ ପୁଲିସ ପକ୍ଷରୁ ହୋଲି ପାଳନ ପାଇଁ କଟକଣା ଜାରି କରାଯାଇଛି ।

ଯେପରି ହୋଲି ଉସôବ ପାଳନ ବେଳେ କୋଭିଡ୍ ନିୟମ ଉଲଙ୍ଘନ ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଯେଉଁମାନେ କୋଡିଡ ନିୟମ ଉଲଙ୍ଘନ କରି ହୋଲି ଖେଳିବେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିଦେ୍ର୍ଧଶ ଦେଇଛନ୍ତି ।

କମିଶନର ହୋଲି ଖେଳିବା ନେଇ କହିଛନ୍ତି ଯେ, ଏବେ କରୋନାର ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ପୂର୍ବ ଭଳି ପୁଲିସକୁ ସହଯୋଗ କରିବା ସହ ରାଜ୍ୟ ସରକାରଙ୍କ କୋଭିଡି ନିୟମ ମାନି ହୋଲି ଖେଳନ୍ତୁ । ନିୟମ କଡାକଡି ଭାବେ ପାଳନ କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।














