ଓଡ଼ିଶା ତାଜା ନ୍ୟୁଜ୍ (୨୭ ମାର୍ଚ୍ଚ ,ଶନିବାର ) ଓଡ଼ଗାଁ :- ଦିନକ ପରେ ପାଳିତ ହେବ ରଙ୍ଗର ପର୍ବ ହୋଲି । ଆସୁଛି ରଙ୍ଗର ପର୍ବ ହୋଲି । ପ୍ରେମ, ସଦଭାବନା ଓ ଭାଇଚାରାର ପରମ୍ପରାକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଓ ଉଦ୍ଧୀପନା । ଏଥି ସକାଶେ ଓଡ଼ଗାଁ ଅଞ୍ଚଳ ସମେତ ନିକଟବର୍ତି ଗ୍ରାମାଂଚଳରେ ଖୋଲିଛି ରଙ୍ଗର ପସରା । ରଙ୍ଗର ପସରାରେ ରଙ୍ଗୀନ ହେଉଛି ଓଡ଼ଗାଁ ସହର । ସେପଟେ ସହରବାସୀଙ୍କ ଭିତରେ କରୋନା ଭାଇରସ୍ର ଭୟ । ମେଡ଼୍ ଇନ୍ ଚାଇନା ଲେଖାଯାଇଥିବା ରଙ୍ଗକୁ ନେବାକୁ ମନା କରୁଛନ୍ତି । ଚାଇନା ବଜାରରୁ ଓଡ଼ଗାଁ ସହରକୁ ରଙ୍ଗ ଆସୁନଥିଲେ ମଧ୍ୟ କେତେକ ସାମଗ୍ରୀରେ ମେଡ଼୍ ଇନ୍ ଚାଇନା ଲେଖାଯାଉଥିବା ଦେଖିବାକୁ ମିଳିଛି ।
ସେହିଭଳି ସ୍ୱାସ୍ଥ୍ୟ ପ୍ରତି ବେଶ ସଚେତନ ଅଛନ୍ତି ସ୍ଥାନୀୟ ସହରବାସୀ । କେମିକାଲ୍ ରଙ୍ଗର ବ୍ୟବହାର ଯୋଗୁଁ ଚର୍ମରୋଗରେ ସଂକ୍ରମିତ ହେବା ଭୟ ରହିଛି । ପିଲାଙ୍କ ପାଇଁ ଆସିଥିବା ହୋଲି ଖେଳନା ବେଶ୍ ଚାହିଦା ରହିଛି । ଗ୍ରାହକ ଜଣେ ବଜାରକୁ ଗଲେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାଇଯିବେ ଅନେକ ନୂଆଁ ଆକର୍ଷଣୀୟ ହୋଲି ଖେଳନା । ଚଳିତ ବର୍ଷ ହୋଲି ପାଇଁ କିଛି ନୂଆଁ ଆଇଟମ ବଜାରରେ ବିକ୍ରି ହେଉଥିବା ଲକ୍ଷ୍ୟ କରାଯାଇଛି । ବଜାରରେ ଭିନ୍ନ ଭିନ୍ନ ରଙ୍ଗ ବେରଙ୍ଗର ଫଗୁ ବିକ୍ରୀ ହେଉଥିବା ଦେଖିବାକୁ ମିଳିଛି ।
ରଙ୍ଗର ପର୍ବ ହୋଲି ପାଇଁ ଆଉ ମାତ୍ର ଗୋଟାଏ ଦିନ ବାକି ରହିଥିବା ବେଳେ ସ୍ଥାନୀୟ ଓଡ଼ଗାଁ ଅଞ୍ଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକର ବିଭିନ୍ନ ଦୋକାନ ବଜାରରେ ରଙ୍ଗର ପସରା ପଡ଼ିଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ କରୋନାର ୨ୟ ଲହରୀ ଦେଖା ଦେଇଥିବା ବେଳେ ବାହାରେ ସାଙ୍ଗସାଥୀ ମାନଙ୍କ ସହ ମିଳିତ ଭାବେ ହୋଲି ଖେଳିବାକୁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ପୂର୍ବ ବର୍ଷ ହୋଲି ପାଳନ ନକରିବା ସକାଶେ ପ୍ରଶାସନିକ କଟକଣା ରହିଥିବାରୁ ବ୍ୟବସାୟ ସମ୍ପୁର୍ଣ୍ଣ ମାନ୍ଦା ରହିଥିବା ବେଳେ ଚଳିତ ବର୍ଷ ବ୍ୟବସାୟ ମାନ୍ଦା ରହିଥିବା ନେଇ ରଙ୍ଗ ବ୍ୟବସାୟୀ ମାନେ କହିଛନ୍ତି । (ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )