• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ପୂର୍ବତନ କ୍ରିକେଟ ତାରକା ପଦ୍ମଶ୍ରୀ ବୀରେନ୍ଦ୍ର ସେହ୍ୱାଗଙ୍କ ଦ୍ୱାରା କୋହେନ ଇଣ୍ଟରନ୍ୟାସନାଲ ସ୍କୁଲ ସ୍ପୋଟର୍ଟସ ଏରିନା ଫେବ୍ରୁଆରୀ ୧୮ରେ ଉନ୍ମୋଚିତ ହେବ ।

Proprietor Abhimanyu Maharana by Proprietor Abhimanyu Maharana
February 15, 2020
in Uncategorized, ଓଡ଼ିଶା, ଖେଳ, ଶିକ୍ଷା ଓ ନିଯୁକ୍ତି, ହୋମ୍
0
ପୂର୍ବତନ କ୍ରିକେଟ ତାରକା ପଦ୍ମଶ୍ରୀ ବୀରେନ୍ଦ୍ର ସେହ୍ୱାଗଙ୍କ ଦ୍ୱାରା କୋହେନ ଇଣ୍ଟରନ୍ୟାସନାଲ ସ୍କୁଲ ସ୍ପୋଟର୍ଟସ ଏରିନା ଫେବ୍ରୁଆରୀ ୧୮ରେ ଉନ୍ମୋଚିତ ହେବ ।
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର 15.2.2020 :- କୋହେନ ଇଂଟରନ୍ୟାସନାଲ ସ୍କୁଲ (ସିଆଇଏସ)ର ସ୍ପୋର୍ଟସ ଏରିନା ଚଳିତ ମାସ ୧୮ତାରିଖରେ ଖୋର୍ଦ୍ଧାର ଜଟଣୀଠାରେ ଉନ୍ମୋଚିତ ହେବାକୁ ଯାଉଛି । ଭାରତର ପୂର୍ବତନ କ୍ରିକେଟ ତାରକା ପଦ୍ମଶ୍ରୀ ବୀରେନ୍ଦ୍ର ସେହ୍ୱାଗ ଏହି ସ୍କୁଲ ପରିଦର୍ଶନ କରିବା ଅବସରରେ ସ୍ପୋର୍ଟସ ଏରିନାକୁ ଉନ୍ମୋଚନ କରିବା ସକାଶେ ଭୁବନେଶ୍ୱର ଆସୁଛନ୍ତି । କାର୍ଯ୍ୟକ୍ରମରେ ସେ ମୁଖ୍ୟଅତିଥି ଭାବେ ଯୋଗଦେବେ । ଏଥିସହିତ ଭୁବନେଶ୍ୱରର ଲୋକସଭା ସଦସ୍ୟ ଅପରାଜିତା ଷଡଙ୍ଗୀ ଏବଂ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଏହି ଉତ୍ସବରେ ଉପସ୍ଥିତ ରହିବାକୁ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି । ଜଣେ ଦକ୍ଷ ଗାଣିତିଜ୍ଞ, ଦୂରଦ୍ରଷ୍ଟା ଏବଂ ଜନସେବୀ ଭାବେ ପରିଚିତ କୋହେନ୍‍ ଇଂଟରନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଇଂ ଜ୍ୟୋତିରଂଜନ ତ୍ରିପାଠୀ ତାଙ୍କର କୋଚିଂ ପ୍ରତିଷ୍ଠାନ ବିଦ୍ୱାନ କ୍ଲାସେସ୍‍ରେ ବିପୁଳ ସଫଳତା ହାସଲ କରିବାପରେ ସଂପ୍ରତି ସ୍କୁଲ ଶିକ୍ଷା କ୍ଷେତ୍ରକୁ ପ୍ରବେଶ କରୁଛନ୍ତି । ଜାତୀୟସ୍ତରର ପ୍ରତିଯୋଗିତାମୂଳକ ପରୀକ୍ଷା, ଆଇଆଇଟି-ଜେଇଇ/ମେଡିକାଲ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହେବା ନିମନ୍ତେ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ୨୦୦୮ରେ ବିଦ୍ୱାନ କ୍ଲାସେସ୍‍ ପ୍ରତିଷ୍ଠା କରାଯାଇଥିଲା । କୋହେନ ଇଂଟରନ୍ୟାସନାଲ ସ୍କୁଲ ଜରିଆରେ ବିଶ୍ୱଶ୍ରେଣୀର ତଥା ନବଯୁଗର ଶିକ୍ଷା ଯୋଗାଇଦେବାକୁ ଇଂ ତ୍ରିପାଠୀ ଲକ୍ଷ୍ୟ ରଖିଛନ୍ତି । କୋହେନ୍‍କୁ କିଛି ହାତଗଣତି ଅନନ୍ୟ ଇଂଟରନ୍ୟାସନାଲ ସ୍କୁଲ ଭାବରେ ଗଢିତୋଳିବା ଲକ୍ଷ୍ୟ ରଖାଯାଇଛି, ଯାହା ଚିରାଚରିତ ଶିକ୍ଷାଦାନ ଶୈଳୀରେ ପରିବର୍ତ୍ତନ ଆଣି ଏବଂ ଶିକ୍ଷା ଆହରଣ ସୁଯୋଗକୁ ଶିକ୍ଷାଦାନ ପଦ୍ଧତିର ଏକ ଆଧାର ଭାବେ ସର୍ବୋଚ୍ଚ ସ୍ତରକୁ ନେଇ ସମୁଦାୟ ଶିକ୍ଷାକୁ ଏକ ନୂଆ ନାମ ଦେବାକୁ ଯାଉଛି । କୋହେନ୍‍ ଇଂଟରନ୍ୟାସନାଲ ସ୍କୁଲ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେବା, ଉତ୍ସାହିତ କରିବା ତଥା ସେମାନଙ୍କ ମଧ୍ୟରେ ଜ୍ଞାନ, ଶିକ୍ଷା ଆହରଣ ଆଗ୍ରହକୁ ଦୃଢତର କରି ସମଗ୍ର ବିଶ୍ୱରେ ଅନ୍ୟମାନଙ୍କଠାରୁ ଆଗରେ ରହିବା ନିମନ୍ତେ ଗଢିତୋଳିବାକୁ ପ୍ରତିଶ୍ରୁତିବଦ୍ଧ । ଆମର ଉଦ୍ଦେଶ୍ୟ ହେଉଛି ‘ସଂପ୍ରୀତି ମାଧ୍ୟମରେ ଉତ୍କର୍ଷତା ହାସଲ’ । ଆମର ବିଶ୍ୱାସ ଯେ ପ୍ରତିଟି ପିଲା ସ୍ୱାତବ୍ୟ ରହିଛି ଏବଂ ଆମର ଲକ୍ଷ୍ୟ ହେଉଛି ପିଲାମାନଙ୍କୁ ସାମ୍ପ୍ରତିକ ସମୟରେ ଉପଲ୨ ବିଭିନ୍ନ କ୍ଷେତ୍ରରେ ସମ୍ଭାବ୍ୟ ସୁଯୋଗ ଖୋଜିବା ତଥା ସେଥିମଧ୍ୟରୁ ସେମାନଙ୍କର ମନପସନ୍ଦର କୌଣସି ଗୋଟିକୁ ବାଛିବା ଦିଗରେ ସହାୟତା କରିବା । କୋହେନ୍‍ ଇଂଟରନ୍ୟାସନାଲ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସାମଗ୍ରିକ ଶିକ୍ଷା ପ୍ରଦାନ ଲକ୍ଷ୍ୟନେଇ ଅଗ୍ରସର ହେଉଥିବାବେଳେ ଏହା ସର୍ବୋତ୍ତମ ଶିକ୍ଷାଦାନ, କ୍ରୀଡା ଆଦି ଜରିଆରେ ସେମାନଙ୍କୁ ସମର୍ଥକରି ଗଢିତୋଳୁଛି ଏବଂ ତତ୍‍ସହିତ ନିର୍ଦ୍ଦିଷ୍ଟ ଲକ୍ଷ୍ୟଭିତ୍ତିକ ତଥା ସାମଗ୍ରିକ ବିକାଶ ପାଇଁ ସୃଜନଶୀଳ ଶିକ୍ଷା ଆହରଣ ପଦ୍ଧତିକୁ ସେମାନଙ୍କ ଅଭ୍ୟନ୍ତରରେ ସ୍ଥାପନା ପ୍ରୟାସ କରୁଛି । ଏହି ସ୍କୁଲ ଶାରୀରିକ ଓ ମାନସିକ ପ୍ରଗତି, ବୌଦ୍ଧିକ ବିକାଶ ଉପରେ ପ୍ରାଧାନ୍ୟ ଦେଇ ସାମଗ୍ରିକ ଶିକ୍ଷା ପ୍ରଦାନ କରିବ ଏବଂ କୋହେନ୍‍ ଇଂଟରନ୍ୟାସନାଲ ସ୍କୁଲ (ସିଆଇଏସ୍‍) ପ୍ରତ୍ୟେକ ଶିଶୁର ଅନନ୍ୟ ପ୍ରତିଭାର ବିକାଶ ନିମନ୍ତେ ଉପଯୁକ୍ତ ମଂଚ ଯୋଗାଇଦେଇ ସେମାନଙ୍କୁ ଶିକ୍ଷା, କାରୁକଳା, କ୍ରୀଡା ଆଦି ଯେକୌଣସି ସେମାନଙ୍କ ମନପସନ୍ଦର କ୍ଷେତ୍ରରେ ଉତ୍କର୍ଷ ହାସଲ କରିବାକୁ ଗଢିତୋଳିବ । ଏହି ସ୍କୁଲ ସ୍ମାର୍ଟ କ୍ଲାସ, ସମସ୍ତ ଉପକରଣ ଥିବା ଲାବୋରେଟୋରୀ, ଲାଇବ୍ରେରୀ, ଅଡିଟୋରିୟମ, ୨.୫ ଏକର ପରିମିତ ଜମିରେ ଖେଳପଡିଆ, ଲନ୍‍ ଟେନିସ କୋର୍ଟ, ବ୍ୟାଡମିଂଟନ କୋର୍ଟ, ବାସ୍କେଟବଲ କୋର୍ଟ ସହିତ ୨୪ ଘଂଟିଆ ନିରାପତ୍ତା ବ୍ୟବସ୍ଥା ଆଦିକୁନେଇ ମୋଟ ୧୦ଏକର ପରିମିତ ଜମିରେ ଗଢିଉଠିଛି । ୬ଷ୍ଠ ଶ୍ରେଣୀରୁ ଛାତ୍ରଛାତ୍ରୀଙ୍କୁ ଏହା ସମସ୍ତ ଜାତୀୟ ଓ ଅନ୍ତର୍ଜାତୀୟ ଅଲିମ୍ପିଆଡ ନିମନ୍ତେ ପ୍ରସ୍ତୁତ କରିବାକୁ ଜ୍ଞାନସମୃଦ୍ଧ କରିବାର କ୍ଲାସ ବ୍ୟବସ୍ଥା କରିବ । ତାହାସହିତ ୯ରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ / ମେସିନ ଲର୍ଣ୍ଣିଂ ପାଠ୍ୟକ୍ରମ ପ୍ରଚଳନ, ଏସଏଟି (ସ୍କଲାରସିପ ଆସେସ୍‍ମେଂଟ ଟେଷ୍ଟ) ପାଇଁ ସ୍ୱତବ କ୍ଲାସ ଏବଂ ଉତ୍ତମ ଭାବରେ ଡିଜାଇନ କରାଯାଇଥିବା କୋହେନ୍‍ ସ୍କୁଲ ସମନ୍ୱିତ କାର୍ଯ୍ୟକ୍ରମ (ସିଏସଆଇପି) ପ୍ରଚଳନ କରିବ । ଏହି କାର୍ଯ୍ୟକ୍ରମ ସ୍କୁଲର ପ୍ରତିଷ୍ଠାତାଙ୍କର କ୍ଲାସରୁମ୍‍ ପାଠ୍ୟକ୍ରମର ଏକ ପରିବ୍ୟାପ୍ତ ରୂପ, ଯେଉଁଥିରେ ସେହି ସମାନ ଶିକ୍ଷାଶାସ୍ତ୍ର ଏବଂ ସୁବିଧା ସୁଯୋଗର ମାନ ଅପରିବର୍ତ୍ତିତ ରହିଛି । ପ୍ରତିଷ୍ଠାତାଙ୍କର କ୍ଲାସରୁମ୍‍ ପାଠ୍ୟକ୍ରମ ଅନୁରୂପ ଛାତ୍ରଛାତ୍ରୀଙ୍କ ନିମନ୍ତେ ଆଇଆଇଟି-ଜେଇଇ/ମେଡିକାଲ ପାଇଁ ଦୁଇବର୍ଷ ସ୍କୁଲ ସମନ୍ୱିତ କାର୍ଯ୍ୟକ୍ରମ (ଏସଆଇପି) ରହିଛି, ଯେଉଁଥିରେ ଗତ ପାଞ୍ଚବର୍ଷରୁ ଅଧିକ କାଳଧରି ଆଇଆଇଟି-ଜେଇଇ/ ମେଡିକାଲ ର‌୍ୟାଙ୍କଧାରୀ ସୃଷ୍ଟି କରୁଥିବା ବିସ୍ତୃତ ପ୍ୟାକେଜ ଅନ୍ତର୍ଭୁକ୍ତ ରହିଛି । ବିଭିନ୍ନ ଛାତ୍ରଛାତ୍ର ଓ ଶିକ୍ଷକ ଶିକ୍ଷୟିତ୍ରୀ ବିନିମୟ କାର୍ଯ୍ୟକ୍ରମ ତଥା ଏକ ଆଦର୍ଶ ମିଳିତ ଜାତିସଂଘ କାର୍ଯ୍ୟକ୍ରମ ନିମନ୍ତେ ସିଆଇଏସ ଏକାଧିକ ଆନ୍ତର୍ଜାତିକସ୍ତରର ସ୍କୁଲ ସହିତ ବୁଝାମଣା କରିବ । ପାରସ୍ପରିକ ବକ୍ତୃତା, ପ୍ରଦର୍ଶନ, କାର୍ଯ୍ୟକଳାପ ଏବଂ ପରୀକ୍ଷା ନିରୀକ୍ଷା ମାଧ୍ୟମରେ ବିଜ୍ଞାନ ଶିକ୍ଷା କରିବାକୁ ସ୍କୁଲ ଛାତ୍ରଛାତ୍ରୀଙ୍କୁ କୋହେନ୍‍ର ‘ବିଜ୍ଞାନ ଆନ୍ଦୋଳନ’ (ସାଇନ୍ସ ମୁଭମେଂଟ) ଅନନ୍ୟ ସୁଯୋଗ ଯୋଗାଇଦେବ । ଛାତ୍ରଛାତ୍ରୀଙ୍କୁ ସଠିକ ମାର୍ଗଦର୍ଶନ ଏବଂ ଶିକ୍ଷା ଆହରଣ ସୁଯୋଗ ଯୋଗାଇଦେଇ ସେମାନଙ୍କୁ ମୌଳିକ ବିଜ୍ଞାନରେ ଅଂଶଗ୍ରହଣ କରିବାକୁ ପ୍ରୋତ୍ସାହିତ କରିବା ଏହାର ଲକ୍ଷ୍ୟ ।

ଏହା କୌଣସି ଦିନ ସ୍କୁଲ ଛାତ୍ରଛାତ୍ରୀ ଓ ଅଗ୍ରଣୀ ଗବେଷକ, ଶିକ୍ଷାବିତ୍‍ଙ୍କ ମଧ୍ୟରେ ଦୀର୍ଘ ଭାବବିନିମୟ କରିବା ପ୍ରକ୍ରିୟାକୁ ସୁଗମ କରିବା ଦିଗରେ ଏହାଏକ ଫ୍ଲାଗ୍‍ସିପ କାର୍ଯ୍ୟକ୍ରମ ଭାବେ ପରିଚାଳିତ ହେବ । ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କର ଶିକ୍ଷା ଆହରଣକୁ ଅଧିକ ପରିପୁଷ୍ଟ କରିବା ସହିତ ସେମାନଙ୍କ ସହିତ କଥାବାର୍ତ୍ତା କରି ଏବଂ ସେମାନଙ୍କୁ ଦେଶର ବାସ୍ତବସ୍ଥିତି ସମ୍ପର୍କରେ ଅବଗତ କରାଇ ତରୁଣ ମନକୁ ଆଲୋକିତ କରିବା ତଥା ଶିକ୍ଷା ଆହରଣର ତୃଣମୂଳସ୍ତରରେ ପହଂଚି ନିଜର ଅବଦାନ ରଖିବାଲାଗି ଆଗ୍ରହୀ ଗବେଷକଙ୍କ ପାଇଁ ନିରବଚ୍ଛିନ୍ନ ବ୍ୟବସ୍ଥା ଯୋଗାଇଦେବା ସକାଶେ ଉଦ୍ଦିଷ୍ଟ । ଏହି ଅବସରରେ କୋହେନ ଇଂଟରନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ଇଂ ଜ୍ୟୋତିରଂଜନ ତ୍ରିପାଠୀ କହିଛନ୍ତି, “ଖୋର୍ଦ୍ଧା ନିକଟରେ ବିଶ୍ୱଶ୍ରେଣୀର ଏକ ଗୁଣାତ୍ମକ ସ୍କୁଲ ସ୍ଥାପନର ଆବଶ୍ୟକତା ଅନୁଭୂତ ହୋଇଥିଲା, ଯେହେତୁ ଏହାର ଅନତି ଦୂରରେ ଜାତୀୟସ୍ତରର ଗୁରୁତ୍ୱ ବହନ କରୁଥିବା ପ୍ରତିଷ୍ଠାନ ଆଇଆଇଟି ଭୁବନେଶ୍ୱର, ନାଇଜର (ଏନଆଇଏସଇଆର), ଏମ୍‍ଓ (ଏଆଇଆଇଏମଏସ୍‍) ଆଦି ରହିଛି । କୋହେନ ଇଂଟରନ୍ୟାସନାଲ ସ୍କୁଲ (ସିଆଇଏସ) ଏପରି ଏକ ଭିନ୍ନ ଧରଣର ସ୍କୁଲ, ଯାହା ସାମଗ୍ରିକ ଶିକ୍ଷା ଆହରଣ ନିମନ୍ତେ ସଠିକ ପରିବେଶ ଯୋଗାଇ ଦେଉଛି । ସିଆଇଏସ ଓଡ଼ିଶାର ପ୍ରଥମ ସ୍କୁଲ ଭାବରେ ଆର୍ଟିଫିସିଆଲ ଇଂଟେଲିଜେନ୍‍ଓ ଏବଂ ମେସିନ ଲର୍ଣ୍ଣିଂକୁ ତାହାର ପାଠ୍ୟକ୍ରମରେ ସାମିଲ କରିଛି । ଏହା ମଧ୍ୟ ରାଜ୍ୟର ପ୍ରଥମ ସ୍କୁଲ, ଯାହା ସ୍ଥାପନର ପ୍ରଥମ ବର୍ଷ ଏଲକେଜିରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସ୍‍ଇ ଅନୁବନ୍ଧନ ହାସଲ କରିଛି । “ବରୁଣେଇ ପାହାଡ ରମଣୀୟ ପାଦଦେଶରେ ଗଢିଉଠିଥିବା ସିଆଇଏସ୍‍ ଚତୁର୍ପାଶ୍ୱର୍ରେ ବିବିଧ ପ୍ରଜାତିର ବୃକ୍ଷଲତାକୁ ନେଇ ଏକ ସୌନ୍ଦର୍ଯ୍ୟମୟ ପରିବେଶ ସୃଷ୍ଟିହୋଇଛି । ଆମର ସ୍ୱଚ୍ଛ ଓ ସବୁଜ କ୍ୟାମ୍ପସ୍‍ ୧୦ଏକର ପରିମିତ ଜାଗାରେ ପରିବ୍ୟାପ୍ତ, ଯାହା ଜ୍ଞାନ ଆହରଣ ନିମନ୍ତେ କେବଳ ଏକ ଶାନ୍ତ ପରିବେଶ ଯୋଗାଉନାହିଁ, ତାହାସହିତ ଆମ ଛାତ୍ରଛାତ୍ରୀଙ୍କର ଅନନ୍ୟ ପ୍ରତିଭା ଓ କୁଶଳତାର ପରିପୋଷଣ କରିବା ନିମନ୍ତେ ଉପଯୁକ୍ତ କ୍ଷେତ୍ର ହୋଇଛି । ତାହା ସଂଗୀତ ହେଉ, ଚାରୁକଳା, ସାହିତ୍ୟ ଅଥବା କ୍ରୀଡା ହେଉ, ସବୁଥିପାଇଁ ଏଠାରେ ଉପଯୁକ୍ତ ପରିବେଶ ଓ ସୁବିଧା ସୁଯୋଗ ରହିଛି ।” “ସ୍କୁଲରେ ବିଜ୍ଞାନ, କ୍ରୀଡା, ସଂଗୀତ, ନୃତ୍ୟ ପାଇଁ ସ୍ୱତବ କ୍ଲବ ରହିଛି ଏବଂ ଏଠାରେ ଶ୍ରେଣୀଗୃହ ଶିକ୍ଷା ନିମନ୍ତେ ସମସ୍ତ ଅତ୍ୟାଧୁନିକ ସୁବିଧାସୁଯୋଗର ଉପଯୋଗ କରାଯାଉଛି । ସଂକ୍ଷେପରେ କହିବାକୁ ଗଲେ, ଏହି ସ୍କୁଲ ଆମ ରାଷ୍ଟ୍ରର ଭବିଷ୍ୟତ ନାଗରିକଙ୍କ ନିମନ୍ତେ ଏକ ପରିପୋଷଣ କ୍ଷେତ୍ରଭାବେ ପରିଚିତ ହେବ” ବୋଲି ଇଂ ତ୍ରିପାଠୀ କହିଥିଲେ । ସାଇନ୍ସ ମୁଭମେଂଟର ଆବାହକ ଥିବା ଶ୍ରୀ ଜ୍ୟୋତିରଂଜନ ତ୍ରିପାଠୀଙ୍କ କହିବା ଅନୁଯାୟୀ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗବେଷଣାକୁ କ୍ୟାରିୟର ଭାବେ ଗ୍ରହଣ କରିବାର ଆଗ୍ରହ କମିବାରେ ଲାଗିଛି । ଏ ସମ୍ପର୍କରେ ସଚେତନତାର ଅଭାବ ଏବଂ ଗବେଷଣା କ୍ଷେତ୍ରରେ କିଭଳି କାର୍ଯ୍ୟକ୍ରମ ରହିଛି ସେ ସମ୍ପର୍କରେ ଅଜ୍ଞତା କାରଣରୁ ମୁଖ୍ୟତଃ ଏଭଳି ପରିଲକ୍ଷିତ ହେଉଛି । ସାଇନ୍ସ ମୁଭମେଂଟ କ୍ୟାମ୍ପଗୁଡିକରେ ବ୍ୟବହାରିକ ଏବଂ ସମର୍ପିତ ଶୈଖିକ ଆଭିମୁଖ୍ୟ ଅନୁସରଣ, ଅଂଶଗ୍ରହଣକାରୀଙ୍କୁ ବାସ୍ତବ ଦୁନିଆର ସମସ୍ୟା ସମାଧାନ କରିବା ଦିଗରେ ପ୍ରୋତ୍ସାହିତ କରିବା ଆଦି ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ନିତାନ୍ତ ଆବଶ୍ୟକ ମନେହେଉଥିବା ପ୍ରକ୍ରିୟାର ଅଂଶବିଶେଷ, ଯାହା ସେମାନଙ୍କର ଜ୍ଞାନର ପରିସୀମାକୁ ଶିକ୍ଷାଦାନ ଚଉହଦିର ଉର୍ଦ୍ଧ୍ୱକୁ ନେଇଯିବ ଏବଂ ସେମାନଙ୍କୁ ବିଜ୍ଞାନରେ କ୍ୟାରିୟର କରିବାକୁ ଉତ୍ସାହିତ କରିବ । ଏଥିସହିତ ଶ୍ରୀ ତ୍ରିପାଠୀ କହିଥିଲେ, କୋହେନ୍‍ ଇଂଟରନ୍ୟାସନାଲ ସ୍କୁଲ ଏକ ଅନନ୍ୟ ସ୍କୁଲ, ଯାହା ଶିକ୍ଷାର ଏକ ମନ୍ଦିର ଏବଂ ପ୍ରତିଟି ଶିଶୁର ସ୍ୱପ୍ନ ସାକାର କରିବାକୁ ପ୍ରଥମ ପାହାଚ ଭାବେ ବିବେଚିତ ହେଉଛି । ଆମର ପ୍ରଥମ ପ୍ରୟାସ ଆମ ଲକ୍ଷ୍ୟସ୍ଥଳକୁ ଆଗେଇଯିବାର ପଥକୁ ସୁଦୃଢ କରିଛି, ତେଣୁ ଶୁଭାରମ୍ଭର ଅନେକ ଗୁରୁତ୍ୱ ରହିଛି । ଶିକ୍ଷା ଆହରଣ କରିବା, ପ୍ରତିବନ୍ଧକକୁ ସାମ୍‍ନା କରିବାର ସାହସ ଜୁଟାଇବା, ‘କେବେ କୌଣସି କଥାରେ ନା ନକହିବା’ର ଆଭିମୁଖ୍ୟକୁ ନେଇ ମୋର ବିନମ୍ର ଆରମ୍ଭ ମୋ ଜୀବନର ନୀତି ଏବଂ ମୋ ଦୂରଦୃଷ୍ଟି ପାଇଁ ମୂଳଦୁଆ ହୋଇଛି । ଏକ ଶିଶୁ ଭାବରେ ମୁଁ ସର୍ବଦା ଏକ ବିଶ୍ୱଶ୍ରେଣୀର ଶିକ୍ଷାଦାନ କରୁଥିବା ଶିକ୍ଷା ପ୍ରତିଷ୍ଠାନର ଆବଶ୍ୟକତା ଅନୁଭବ କରୁଥିଲି, ଯାହା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ହେଉ ଅଥବା କଳା, କ୍ରୀଡା କିମ୍ବା ମ୍ୟାନେଜମେଣ୍ଟ, ଯେକୌଣସି କ୍ଷେତ୍ରରେ । ସେମାନଙ୍କ ସ୍ୱପ୍ନକୁ ନେଇ ଅଗ୍ରସର ହେବାରେ ସହାୟକ ହେବ । ସିଆଇଏସ୍‍ ହେଉଛି ମୋ ଦୂରଦୃଷ୍ଟି ଏବଂ ସମଭାବାପନ୍ନ ବ୍ୟକ୍ତିମାନଙ୍କର ନିରଳସ ପ୍ରୟାସର ମାନସ ସନ୍ତାନ । ଆପଣମାନେ ସମସ୍ତେ ଆମ କ୍ୟାମ୍ପସ୍‍କୁ ଥରେ ଗସ୍ତ କରିବାକୁ ନିବେଦନ କରୁଛି । ଆପଣଙ୍କର ପିଲାମାନଙ୍କୁ ଉପଯୁକ୍ତକରି ଗଢିତୋଳିବା ଏବଂ ସେମାନଙ୍କର ଭବିଷ୍ୟତକୁ ବ୍ୟବସ୍ଥିତ ଭାବେ ସଜାଡିବାରେ ଆମ ସ୍କୁଲ ସମସ୍ତ ପ୍ରୟାସ କରିବ । ଆମେ ଗୁଣାତ୍ମକ ଶିକ୍ଷାଦାନ କରିବାକୁ ନିରନ୍ତର ପ୍ରୟାସ କରୁଛୁ ଏବଂ ତାହାସହିତ ମୌଳିକ ମାନବୀୟ ମୂଲ୍ୟବୋଧ ଉପରେ ସମାନ ଗୁରୁତ୍ୱ ଦେଉଛୁ । ଆମ ଛାତ୍ରଛାତ୍ରୀ ଯେଭଳି ଜଣେ ଜଣେ ସ୍ୱାବଲମ୍ବୀ, ଆତ୍ମବିଶ୍ୱାସୀ ଏବଂ ପରିପୂର୍ଣ୍ଣ ବ୍ୟକ୍ତିବିଶେଷ ଭାବେ ବିକଶିତ ହେବେ, ତାହା ଦେଖିବା ଆମର ଲକ୍ଷ୍ୟ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE  PROTEST

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE PROTEST

March 7, 2026
ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026
ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 7, 2026
ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

March 7, 2026

Recent News

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE  PROTEST

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE PROTEST

March 7, 2026
ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026
ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 7, 2026
ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

March 7, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE  PROTEST

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE PROTEST

March 7, 2026
ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version