No Result
View All Result
ଓଡିଶା ତାଜା ନ୍ୟୁଜ୍ (୨୫ ମାର୍ଚ୍ଚ ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ସ୍ଥିତ କୋଟିକାସାହି ବାସିନ୍ଦା, ଦୁର୍ଗା ପ୍ରସାଦ ବରାଡ଼ ଙ୍କ ପୁତ୍ର କେଦାରନାଥ ବରାଡ଼(4ବର୍ଷ)ଙ୍କ ଜନ୍ମ ହେବ ଏକ ସପ୍ତାହ ମଧ୍ୟରେ ତାଙ୍କ ଦେହରେ ବାହାରିଲା ଫୋଟୋକା, ଦେହର ପ୍ରତେକ ସ୍ଥାନ ରେ ଫୋଟକା ହେବ ଦ୍ଵାରା ଚାଲିବ,ବସିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା , ତାଙ୍କ ମାତା ପୁଣ୍ୟବତୀ ବରାଡ଼ ଜଣାଇଛନ୍ତି,କେଦାର ର ଚିକିତ୍ସା ନିମନ୍ତେ ଭୁବନେଶ୍ୱର , ବ୍ରହ୍ମପୁର, ଶ୍ରୀକାକୁଲମ, ବିଶାଖାପାଟଣା ପ୍ରମୁଖ ସ୍ଥାନ ଚିକିତ୍ସାଳୟରେ
ଚିକିତ୍ସିତ ହୋଇ ବିଭିନ୍ନ ଡାକ୍ତର ଙ୍କ ସହ ପରାମର୍ଶ କରିଥିଲେ ମଧ୍ଯ ସୁସ୍ଥ ହୋଇନଥିବା ଜଣାପଡିଛି । କେଦାର ଙ୍କ ବାପା ଜଣେ ଗରିବ ଶ୍ରେଣୀର ଲୋକ,ସେ ଗୋଟିଏ ଦୋକାନରେ କାମ କରି ପରିବାର ଚଲେଇବା ସହ ନିଜ ପୁଅ ର ଚିକିତ୍ସା କରାଉଛନ୍ତି,ଦୀର୍ଘ 4ବର୍ଷ ହେବ ନିଜ ପୁଅ ର ଚିକିତ୍ସା କରାଇ ବର୍ତମାନ ଅର୍ଥ ର ଘୋର ଅଭାବ ହେତୁ ନିଜ ପୁଅ ର ଚିକିତ୍ସା କରିବା ସମ୍ଭବ ହେଉନାହିଁ । ଚିକିତ୍ସା ପାଇଁ ଅର୍ଥର ଅଭାବ ହେବାରୁ ସେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଦ୍ଵାରା ସରକାର ଙ୍କୁ ଅନୁରୋଧ କରିଛନ୍ତି କି ଯଦି କିଛି ଅର୍ଥ ସରକାରୀ ସ୍ତରରୁ ମିଳିଥିଲେ ,ତାଙ୍କ ପୁଅ ର ଠିକ ରେ ଚିକିତ୍ସା ହୋଇପାରିଥାନ୍ତା ବୋଲି ତାଙ୍କ ପିତା ଜଣାଇଛନ୍ତି । ( ରିପୋର୍ଟ – ଗରୁଡ଼ ଧ୍ୱଜ ଚୌଧୁରୀ )
No Result
View All Result