![](https://odishatazanews.com/wp-content/uploads/2020/02/bbsr-4.jpg)
ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର 15.2.2020 :- ରାଜା ମଧୁସୂଦନ ଦେବ ଡ଼ିଗ୍ରୀ କଲେଜ, ଓଡ଼ିଆ ବିଭାଗର ସପ୍ତମ ବାର୍ଷିକ ପାଠଚକ୍ର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପାଠଚକ୍ରକୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପଜ୍ଜ୍ୱଳନ ସହିତ ପୁଲୱାମାରେ ଶହୀଦ ହୋଇଥିବା ସହୀଦମାନଙ୍କ ପାଇଁ ନୀରବ ପ୍ରାର୍ଥନାରୁ ଆରମ୍ଭ ହୋଇଥିଲା । ଏହି ପାଠଚକ୍ରରେ ବିଶିଷ୍ଟ କବି ଶଙ୍କର ପରିଡ଼ା ମୁଖ୍ୟ ଅତିଥି, ଡ. ସୁନୀତା ମୁଣ୍ଡ ମୁଖ୍ୟବକ୍ତା ଓ ଡ. ରଶ୍ମୀ କର ଅତିଥି ବକ୍ତା ଭାବରେ ଯୋଗ ଦେଇଥିଲେ ।
![](https://odishatazanews.com/wp-content/uploads/2020/02/bbsr-3-1024x676.jpg)
ଭାଲୋଇନ୍ ଦିବସରେ ପିଲାମାନଙ୍କୁ ଶିକ୍ଷା ଓ କବିତା ମାଧ୍ୟମରେ ବାନ୍ଧି ରଖି ପ୍ରାୟ ନଅଜଣ ଛାତ୍ରଛାତ୍ରୀ ପ୍ରବନ୍ଧ ପାଠ କରିଥିଲେ । ତିନିଜଣ ଛାତ୍ରୀ ବିଷ୍ଣୁପ୍ରିୟା ଷଡ଼ଙ୍ଗୀ, ସ୍ମୃତିରେଖା ଏବଂ ବର୍ଷା ପ୍ରିୟଦର୍ଶିନୀ ସ୍ୱାଇଁଙ୍କୁ ପ୍ରବନ୍ଧ ପାଠ ପାଇଁ ପୁରସ୍କୃତ କରାଯାଇଛି । ଏହି ପାଠଚକ୍ରରେ ମୁଖ୍ୟ ଅତିଥି ବିଶିଷ୍ଟ କବି ଶଙ୍କର ପରିଡ଼ା ଆଧୁନିକ ଓ ପୁରାତନର ଏକ ଅପୂର୍ବ ମିଳନକୁ ସାବ୍ୟସ୍ତ କରିଥିଲେ । କବି ଓ କବିତା ମାଧ୍ୟମରେ ସାହିତ୍ୟ ପାଇଁ ପ୍ରେରଣା ଦେଇଥିଲେ । ମୁଖ୍ୟ ବକ୍ତା ଡ. ସୁନୀତା ମୁଣ୍ଡ ସ୍ରଷ୍ଟା, ସୃଷ୍ଟି ଓ ସୃଜନ ପାଇଁ ଲେଖାଲେଖିରେ ଆଗ୍ରହ ଜନ୍ମାଇବା ସହିତ କବିତା ପାଠ କରି ପିଲାମାନଙ୍କର ଆଗ୍ରହକୁ ପ୍ରଗତିପଥରେ ନେବାର ଚେଷ୍ଟା କରିଥିଲେ ।
![](https://odishatazanews.com/wp-content/uploads/2020/02/bbsr-1.jpg)
ସ୧ାନିତ ଅତିଥି ଡ. ରଶ୍ମୀ କର ପିଲାମାନଙ୍କୁ ସଂସ୍କୃତ ଓ ଓଡ଼ିଆ ସାହିତ୍ୟର ପାଠ ସହିତ ସାହିତ୍ୟ ପାଇଁ ମାର୍ଗଦର୍ଶନର ପଥ ଦେଖାଇଥିଲେ । କଲେଜର ଅଧ୍ୟକ୍ଷ ତାଙ୍କର ଅଭିଭାଷଣରେ ଓଡ଼ିଆ ବିଭାଗ ପାଠଚକ୍ରକୁ ସମ୍ବୋଧନ କରି ବିଭାଗ ଉନ୍ନତି ଦେଖାଯାଉଛି ବୋଲି କହିଥିଲେ । ବିଭାଗର ଅଧ୍ୟାପିକା ଡ. ସ୍ୱର୍ଣ୍ଣପ୍ରଭା ଦାଶ ପାଠଚକ୍ରକୁ ସଂଯୋଜନା କରିଥିଲେ । ଓଡ଼ିଆ ବିଭାଗର ମୁଖ୍ୟ ଡ. ରମେଶ ବେହେରା ପାଠଚକ୍ରରେ ଅଧ୍ୟକ୍ଷତା କରି ପିଲାମାନଙ୍କର ସୃଜନଶୀଳତାର ବିକାଶ ପାଇଁ ପାଠଚକ୍ର ଏକ ବଡ଼ ମାଧ୍ୟମ ବୋଲି କହିଥିଲେ । ଆଧୁନିକ କବିତାର ଦିଗ-ଦିଗନ୍ତ ଉପରେ ସମସ୍ତଙ୍କର ପ୍ରବନ୍ଧ ଖୁବ୍ ଭଲ ହୋଇଥିବାର ପ୍ରେରଣା ଦେଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ପିଲାମାନେ ଓ ଅଧ୍ୟାପକ ଅଧ୍ୟାପିକାମାନେ କବିତା ପାଠ କରିଥିଲେ ।
![](https://odishatazanews.com/wp-content/uploads/2020/02/bbsr-2.jpg)
ଏହି କବିତା ପାଠକୁ ବିଭାଗର ମୁଖ୍ୟ ଅଧ୍ୟାପକ ଡ. ରମେଶ ଚନ୍ଦ୍ର ବେହେରା ସଂଯୋଜନା କରିଥିଲେ । ବିଷ୍ଣୁପ୍ରିୟା ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶୁଭାଙ୍ଗୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପାଠଚକ୍ରକୁ ଶିବାଶିଷ ଦାସ, ମିଲେନିୟମ ଦାସ, ବର୍ଷା ଶୁଭସ୍ମିତା, ସାଗରିକା, ବାସନ୍ତୀ, ସ୍ୱାତୀ ସ୍ୱାଗତିକା, ଦୀପା, ବେବିନା, ସ୍ମୃତିରେଖା, ସୁନିତା, ସରୋଜିନୀ, ସୋନାଲି ପ୍ରମୁଖ ସହଯୋଗ କରିବା ସହିତ ବିଭାଗର ସବୁ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନେ ଯୋଗଦାନ କରି ପାଠଚକ୍ରକୁ ସଫଳ କରିଥିଲେ ।