No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୬ ମାର୍ଚ୍ଚ ଶୁକ୍ରବାର ) ବରଗଡ଼ :- ବରଗଡ଼ ଜିଲ୍ଲା ବରପାଲି ମେହେର (ଭୁଲିଆ) ସମାଜର ସଭାପତି ଭାବେ ସମାଜ ସେବୀ ତଥା ବରିଷ୍ଠ ସାମ୍ବାଦିକ ମହେନ୍ଦ୍ର ମେହେର ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ମେହେର ସମାଜ ର ଏକ ବୈଠକ ରେ ଭୁଲିଆ ସମାଜର ଏକତା, ପାରମ୍ପରିକ କଳା ସହ ସାମୁହିକ ବିକାଶ ଓ ଜାତିର ପିତା ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସ୍ମୃତି ରକ୍ଷା ନିମନ୍ତେ ଆନ୍ତରିକତା ସହ କାର୍ଯ୍ୟ କରାଯିବ
ବୋଲି କହିଥିଲେ । ସେହିପରି ଆସନ୍ତା ୨୦୨୪ ରେ ହେବାକୁ ଥିବା ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଶତ ବାର୍ଷିକୀ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଓ ଜାତିର ସର୍ବ ଭାରତୀୟ ସ୍ତରରେ ଉନ୍ନତି ସକାଶେ ପ୍ରୟାସ କରାଯିବ ବୋଲି କହିଥିଲେ । ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ସୁରେନ୍ଦ୍ର ମେହେରଙ୍କ ସମେତ ଶତାଧିକ ସଭ୍ୟ ଉପସ୍ଥିତ ଥିଲେ । ( ରିପୋର୍ଟ ସତ୍ୟ ନାରାୟଣ ପ୍ରଧାନ )
No Result
View All Result