ଓଡ଼ିଶା ତାଜା ନ୍ୟୁଜ (୨୬ ମାର୍ଚ୍ଚ ଶୁକ୍ରବାର) ନୟାଗଡ :- ନୟାଗଡ ଜିଲ୍ଲାରେ ମହିଳା ଓ ଶିଶୁ ମାନଙ୍କ କଲ୍ୟାଣ କ୍ଷେତ୍ରରେ କାର୍ଯ୍ୟ କରି ଆସୁଥିବା ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସେବା” ପରିବାର ପରାମର୍ଶ କେନ୍ଦ୍ର ଆନୁକୁଲ୍ୟରେ ତା- ୨୫.୦୩.୨୦୨୧ ରିଖ ଗୁରୁବାର ଦିନ ନୟାଗଡ଼ ଭା ଟ ସାହି ଗ୍ରାମ ପଞ୍ଚାୟତ ର ବାରପ ଲ୍ଲା ଗ୍ରାମରେ ମହିଳା ମାନଙ୍କ ଘରୋଇ ହିଂସା ର ସୁରକ୍ଷା ଉପରେ ଏକ ସଚେତନତା ଶିବିର ଆୟୋଜନ କରାଯାଇଥିଲା। ଉକ୍ତ ଶିବିରରେ ଭାଟ ସାହି ଗ୍ରାମ ପଞ୍ଚାୟତ ର ନାଏବ ସର ପଞ୍ଚ ଶ୍ରୀମତୀ କମଳା ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।
ଅନ୍ୟତମ ସମ୍ମାନିତ ଅତିଥି ରୂପେ ବାର ପଲ୍ଲା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ସ୍ୱାଇଁ , ବାର ପଲ୍ଲା ଗ୍ରାମର ସଭାପତି ଶ୍ରୀଯୁକ୍ତ ମାଗି ବେହେରା ଯୋଗ ଦେଇଥିଲେ। ଉକ୍ତ ଶିବିର ରେ ସେବା ପରିବାର ପରାମର୍ଶ କେନ୍ଦ୍ରର ପରାମର୍ଶ ଦାତା ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପ୍ରଧାନ ଆଜିର ସମାଜରେ ମହିଳା ମାନଙ୍କ ଉପରେ ହେଉଥିବା ଘରୋଇ ହିଂସା ସୁରକ୍ଷା ଅାଇନ ୨୦୦୫ ର ବିଭିନ୍ନ ଦିଗ ଉପରେ ବିଶଦ ଭାବରେ ଆଲୋଚନା କରିଥିଲେ ।