No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୬ ମାର୍ଚ୍ଚ ଶୁକ୍ରବାର) ରଣପୁର ରିପୋର୍ଟ /ଅଭିମନ୍ୟୁ ମହାରଣା :- ଆଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ବାନ କ୍ରମେ ଆଜି ଭାରତ ବନ୍ଦ ଡାକରା ଦେଇଥିଲା ବେଳେ ଏହାକୁ ରଣପୁର ରେ ସଫଳ କରାଯାଇଛି । ଓଡିଶା କୃଷକ ସଭା ,କ୍ଷେତମଯଦୁର ଇଉନିଅନ,ଓ ଶ୍ରମିକ ସଂଗଠନ ସିଟୁ ତରଫରୁ ଆନ୍ଦୋଳନ କାରୀ ମାନେ ସକାଳ ୬ ଟାରୁ ବିଭିନ୍ନ ଅଫିସ ଯଥା ବ୍ଲକ, ତାହସିଲ, ବ୍ୟାଙ୍କ ,ପୋଷ୍ଟ ,କୋର୍ଟ ଅଫିସି ଆଦି ସମ୍ମୁଖରେ ପିକେଟିଙ୍ଗି କରି ତାଲା ପକା ଯାଇଥିଲା ଏବଂ ସ୍ୱାଭାବିକ ଭାବେ ରାସ୍ତା ଘାଟ ଓ ବଜ଼ାର ଆଦି ବନ୍ଦ ଥିଲା ।
ଏଇ ପରିପ୍ରେକ୍ଷୀରେ ସାଥି ଦୁଃଶାସନ ଜେନାଙ୍କ ସଭାପତିତ୍ୱ ରେ ପଞ୍ଚୁଦୋଳ ପଡିଆ ଠାରେ ଅନୁଷ୍ଠିତ ସଭାରେ ଶ୍ରମିକ ନେତା ସୁରେଶ ସ୍ବାଇଁ,ନିତ୍ୟାନନ୍ଦ ପରିଡା,ସୁଶୀଲ ମହାନ୍ତି,ସବ୍ୟସାଚୀ ସେନାପତି, କୁଳମଣି ପଳେଇ,ରଜତ ଜେନା,ଗଦାଧର ପ୍ରଧାନ ଲଷ୍ମୀଧର ଲେଙ୍କା,ଓ ଭଗବାନ ଇନ୍ଦ୍ରଜିତ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।
ମୋଦି ସରକାରଙ୍କ କୃଷି ସର୍ବ ନାଶ କାରୀ ୨୦୨୦ କୃଷି କଳା ଆଇନ ତୁରନ୍ତ ପ୍ରତ୍ୟାହାର କରିବା , ମାଲିକ ସପକ୍ଷ ବାଦୀ ଲେବର କୋର୍ଡ ବାତିଲ କରିବା ସହ ଦର ଦାମ ନିୟନ୍ତ୍ରଣ କରିବାକୁ ବକ୍ତା ମାନେ ଦାବି କରିଥିଲେ ।
ମୋଦି ସରକାରଙ୍କ ଚାଷୀ ଓ ଶ୍ରମିକ ବିରୋଧୀ ନୀତି କୁ ବକ୍ତା ମାନେ ତୀବ୍ର ସମାଲୋଚନା କରିଥିଲେ । କୃଷି ଆଇନ ପ୍ରତ୍ୟାହାର ନହେଲେ ଆନ୍ଦୋଳନ ଭବିଷ୍ୟତରେ ତୀବ୍ରତର ହେବ ଏଥିପାଇଁ ମୋଦି ସରକାର ହିଁ ଦାୟୀ ରହିବେ ବୋଲି ବକ୍ତାମାନେ ଚେତାଵନି ଦେଇଥିଲେ।ଆନ୍ଦୋଳନ କାରୀ ମାନେ ବଜାର ପରିକ୍ରମା କରି ଥିଲେ । ବନ୍ଦ ପ୍ରତି ରଣପୁର ଜନ ସାଧାର ଅଦ୍ଭୁତ ପୂର୍ବ ସମର୍ଥ ଦେଇ ଥିବାରୁ ସଂଗଠନ ତରଫରୁ ତାଙ୍କ ପ୍ରତି ଧନ୍ୟବାଦ ଦିଆଯାଇଥିଲା ।
No Result
View All Result