ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର 15.2.2020 :- ଗତବର୍ଷ ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ଭାରତୀୟ ସେନାବାହିନୀର ବୀର ଯବାନମାନେ ଶହୀଦ୍ ହୋଇଥିଲେ । ଏଥିରେ ଓଡ଼ିଶାର ଦୁଇ ବୀର ଯବାନ ମନୋଜ କୁମାର ବେହେରା ଓ ପ୍ରସନ୍ନ କୁମାର ସାହୁ ଶହୀଦ ହୋଇଥିଲେ । ଏକବର୍ଷ ପୂର୍ତ୍ତି ଅବସରରେ ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନ ଛକଠାରେ ଅମର ଶହୀଦ୍ ବୀର ଯବାନମାନଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବରିଷ୍ଠ ସାମ୍ବାଦିକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତିଚାରଣ ପୂର୍ବକ କହିଥିଲେ ଯେ, ଶହୀଦ୍ ହୋଇଥିବା ବୀର ଯବାନ ତଥା ଓଡ଼ିଶାର ଦୁଇ ବୀର ଶହୀଦ ମନୋଜ ବେହେରା ଓ ପ୍ରସନ୍ନ ସାହୁ ତାଙ୍କର କର୍ମ, ନିଷ୍ଠା ତଥା ଦେଶଭକ୍ତି ପାଇଁ ଆମେ ସମସ୍ତେ ଗର୍ବିତ । ତାଙ୍କର ଆଦର୍ଶକୁ ସମସ୍ତେ ନିଜ ନିଜ କ୍ଷେତ୍ରରେ ପାଳନ କରିବା ସହିତ ରାଷ୍ଟ୍ର ସୁରକ୍ଷା ପାଇଁ ଆଗଭର ହେଲେ ଆମ ଦେଶ ସୁରକ୍ଷିତ ହେବା ସହିତ ମଜଭୁତ ହୋଇପାରିବ ।
ଉକ୍ତ ସ୍ମୃତିଚାରଣ ସଭାରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଶାନ୍ତ ଫାଉଣ୍ଡେସନ, ସାମାଜିକ ସଂଗଠନ କଳ୍ପନା ଛକ ଟୋକା ସଂଘ, ଦିଶା, ଓଡ଼ିଶା ସମାଜସେବୀ ମହାସଂଘ, ୟୁଥ୍ ଗ୍ରୁପ୍ ଚାରିଟେବଲ୍ ଟ୍ରଷ୍ଟ୍ ଓ ଭାରତ ଅଟୋ ଡ୍ରାଇଭର ସଂଘ ଯୋଗଦେଇଥିଲେ । ଏଥିରେ ଏସିପି ବିଷ୍ଣୁ ପ୍ରସାଦ ପାତ୍ର, ଯୁବନେତା ଅମରେଶ ଜେନା, ବାପୁ ଓଝା, ବିଜୟ ପରିଡ଼ା, ସାମ୍ବାଦିକ ତଥା ପୂଜ୍ୟପୂଜା ସଂଯୋଜକ କିଷନ ବରାଇ, ପୂଜ୍ୟପୂଜା ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ସଞ୍ଜୟ ପରିଡା, ଡ. ଅସିତ୍ ଦାସ, ଧୀରେନ୍ ରାଉତରାୟ, ବିନ୍ଦାସ ଚିନୁ, ଲଲାଟେନ୍ଦୁ ପାତ୍ର, ଦୀପକ ବାରିକ, ଅନୀଲ ସାହୁ, ଶିବ ଶଙ୍କର ଡାକୁଆ, ସିତାଂଶୁ ଶେଖର ମହାରଣା, ମାନସ ସାହୁ ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ । ଦିଶାର ସମ୍ପାଦକ ତଥା ସମାଜସେବୀ ନାରାୟଣ ଚନ୍ଦ୍ର ଓଝା ସ୍ମୃତିସଭାକୁ ସଂଯୋଜନା କରିଥିଲେ । ଉକ୍ତ ସଭାରେ ବହୁ ସାମାଜିକ ସଂଗଠନ, ବ୍ୟକ୍ତିିବିଶେଷ, ଗଣମାଧ୍ୟମ ପ୍ରତିନିଧି ତଥା ସାଧାରଣ ଜନତା ଶହୀଦ୍ଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ପରି ମହତ କାର୍ଯ୍ୟକୁ ସମସ୍ତେ ସ୍ୱାଗତ କରିଥିଲ ।