ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଓଡିଶା ବିଧାନସଭା 14.2.2020 :- ଓଡିଶା ବିଧାନସଭାର ବଜେଟ ଅଧିବେଶନର ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଅଭିଭାଷଣ ବେଳେ କଂଗ୍ରେସ ବିଧାୟକମାନେ କକ୍ଷତ୍ୟାଗ କରିଥିଲେ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଦିନ ୧୧ଟାରେ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭ ହୋଇଥିଲା । ୧୧.୦୩ରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ତାଙ୍କ ଆସନରେ ଠିଆ ହୋଇ କିଛି କହିବାର ଦେଖା ଯାଇଥିଲା ।
କଂଗ୍ରେସର ଅନ୍ୟ ବିଧାୟକମାନେ ମଧ୍ୟ ନିଜ ନିଜ ଆସନରେ ଠିଆ ହୋଇଥିଲେ । ତେବେ ନରସିଂହ ମିଶ୍ରଙ୍କ କଥା ପ୍ରେସ ଗ୍ୟାଲେରୀକୁ ଶୁଣା ଯାଇ ନଥିଲା । କିଛି ସମୟ କହିବା ପରେ କଂଗ୍ରେସ ବିଧାୟକ ମାନେ କକ୍ଷତ୍ୟାଗ କରିଥିଲେ ।