No Result
View All Result
ଓଡିଶା ତାଜା ନ୍ୟୁଜ୍ ( ୨୪ ମାର୍ଚ୍ଚ ବୁଧବାର ) ନୟାଗଡ଼ : – ଆଜି ଦିନ ୧୧ଘଟିକା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମାନ ସମ୍ମିଳନୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶକ୍ତିପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଡା. ପୋମା ଟୁଡୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କହିଲେ ଯେ, ଆଶାକର୍ମୀ ଏବଂ ଗାଁ କଲୂାଣ ସମିତିର ଭୂମିକା ସ୍ୱାସ୍ଥ୍ୟ ସେବାରେ ଗୁରୁତ୍ୱପୂର୍ଣ ା ଗ୍ରାମାଂଚଳରେ ସ୍ୱାସ୍ଥ୍ୟସେବାର ଆବଶ୍ୟକତା ଅତ୍ୟନ୍ତ ଜରୁରୀ । ଏହି କାର୍ଯ୍ୟକୁ ଆଶାକର୍ମୀମାନେ ସଂପାଦନ କରିଥାନ୍ତି । ଆହୁରି ଲୋକମାନଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି ।
ସମାଜରେ ନୂଆ ଚିନ୍ତାଧାରା ଆଣିବାକୁ ହେବ ଏବଂ ଜିଲ୍ଲାର ସ୍ୱାସ୍ଥ୍ୟ ପରିବେଶକୁ ପରିବର୍ତନ କରିବାକୁ ହେବ । ଏହାପରେ ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି. କହିଲେ ଯେ, ସର୍ବ ପ୍ରଥମେ ଆଶାକର୍ମୀଙ୍କ କାର୍ଯ୍ୟ ଏବଂ ପରେ ଡାକ୍ତରଙ୍କ କାର୍ଯ୍ୟ । ଆଶାକର୍ମୀମାନେ ପ୍ରଥମେ ରୋଗୀଙ୍କୁ ଚିହ୍ନଟ କରି ଡାକ୍ତରଙ୍କ ପାଖରେ ପହଁଚାଇବା ପରେ ଡାକ୍ତର ଚିକିତ୍ସା କରିଥାନ୍ତି । ଗାଁ କଲ୍ୟାଣ ସମିତି ଓାର୍ଡମେମ୍ବର ଓ ଅଙ୍ଗନବାଡ଼ି କର୍ମୀଙ୍କୁ ନେଇ ଗଠନ କରାଯାଇଥାଏ । ସେମାନଙ୍କର ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶକ୍ତିପ୍ରାସଦ ମିଶ୍ର , ଡା. ସୁବାସ ଚନ୍ଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ ଏବଂ ଡି.ପି.ଏମ. ଶ୍ରୀ ନିତ୍ୟ ରଂଜନ ବରାଳ ଆଶାକର୍ମୀ ଓ ଗାଁ କଲ୍ୟାଣ ସମିତି ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାପରେ ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା ଆଶାକର୍ମୀ,ଅଙ୍ଗନାବାଡ଼ିକର୍ମୀ ଓ ସରପଂଚମାନଙ୍କୁ ସମ୍ମାନୀତ କରାଯାଇଥିଲା ।
ଜିଲ୍ଲାର ଶ୍ରେଷ୍ଠ ୨୭ଜଣ ଆଶାକର୍ମୀ,୯ଟି ସୁସ୍ଥ ଗାଁ ଓ ୫ଟି ସୁସ୍ଥ ପଂଚାୟତକୁ ପୁରସ୍କୃତ କରାଯାଇଥିଲା । ଏହାପରେ ବିଶ୍ୱ ଯକ୍ଷ୍ମା ଦିବସ ପାଳନ ଅବସରରେ ଜିଲ୍ଲାପାଳ ଡା. ଟୁଡୁ ଯକ୍ଷ୍ମାର କାରଣ ଏବଂ ନିରାକରଣ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଡି.ଏଫ.ଓ. ଶ୍ରୀ ଧନରାଜ ମଧ୍ୟ ଯକ୍ଷ୍ମା ରୋଗର ଲକ୍ଷଣ ଓ ନିରାକରଣ ସଂପର୍କରେ ମଧ୍ୟ ମତ ବ୍ୟକ୍ତ କରିଥିଲେ । ସି.ଡି.ଏମ.ଓ. ଡା. ମିଶ୍ର ଯକ୍ଷ୍ମାକୁ ତୁରନ୍ତ ଚିହ୍ନଟ କରି ଔଷଧ ସେବନ କଲେ ଏହି ରୋଗ ଦୂରୀକରଣ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ଜନସ୍ୱାସ୍ଥ୍ୟ ସଂଚାରଣ ଅଧିକାରୀ ସ୍ମୃତିଲତା ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ବୈଠକରେ ସରପଂଚ, ଓାର୍ଡମେମ୍ବର, ଆଶାକର୍ମୀ, ଅଙ୍ଗନାବାଡ଼ିକର୍ମୀ, ସ୍ୱାସ୍ଥ୍ୟକର୍ମୀ,ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ସ୍ୱେଚ୍ଛାସେବୀ ଯୋଗଦାନ କରିଥିଲେ । (ନୟାଗଡ଼ ଜିଲ୍ଲା/ରିପୋର୍ଟ -ରାମକୃଷ୍ଣ ରଥ)
No Result
View All Result