No Result
View All Result
ଓଡିଶା ତାଜା ନ୍ୟୁଜ୍ ( ୨୪ ମାର୍ଚ୍ଚ ବୁଧବାର ) ବରଗଡ଼ :- ୨୦୨୦-୨୧ ଆର୍ଥିକ ବର୍ଷରେ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଚଣ୍ଡୀ ଭଟ୍ଟା ଗ୍ରାମ ପଞ୍ଚାୟତ ର ୫ ଟି ପରିବାର ମନୋରେଗା ଯୋଜନା ରେ ୩ ଶହ ଦିନ କାମ କରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବ୍ଲକ ରୁ ଅଧିକାଂଶ ପରିବାର ଆଖପାଖରେ ରୋଜଗାର ନ ପାଇ ଅନ୍ୟ ରାଜ୍ୟ ଗୁଡ଼ିକୁ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଇଥାନ୍ତି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ନିୟମ ଅନୁସାରେ ଉକ୍ତ ଶ୍ରମିକ ମାନଙ୍କୁ ମନରେଗା ଯୋଜନା ରେ ସାମିଲ କରିଥିଲେ । ସେମାନେ ୩ ଶହ ଦିନ ର କାମ କରିବା ସହ ତାଙ୍କ ପାରିଶ୍ରମିକ ମଧ୍ୟ ପାଇଛନ୍ତି। ସେମାନଙ୍କ ମଧ୍ୟରେ ଗହଲ କୁମ୍ଭୀର,ଶରତ କୁମାର ପ୍ରଧାନ, ଦୁଃଖୀ ଶ୍ୟାମ ବାଗ, ତୀର୍ଥ ବାରିକ, ଲଲିତ ସାହୁ ରହିଛନ୍ତି । ( ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )
No Result
View All Result