
ନୟାଗଡ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ନୟାଗଡ ଭାଷା,ସାହିତ୍ୟ ଓ ସଂସ୍କୃତି ପରିଷଦ ସୃଜନିକା ତରଫରୁ ଆଜି ଦିବା ୧୦ ଘଣ୍ଟା ସମୟରେ ନୟାଗଡ ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଗୋଲ୍ଡେନ ଜୁବୁଲି ହଲ୍ ରେ ଡ୍ୟାନ୍ସ ନୟାଗଡ ଡ୍ୟାନ୍ସ- ୨୦୨୬ ଅନୁଷ୍ଠିତ ହୋଇଯାଇଛି । ଏହାକୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ରାଉତ ଉଦ୍ଘାଟନ କରି ପିଲା ମାନଙ୍କର ପରମ୍ପରା , ସଂସ୍କୃତି ଓ ନୃତ୍ୟ ପ୍ରତି ଥିବା ଆଗ୍ରହ ସମ୍ପର୍କ ରେ ନିଜର ବକ୍ତବ୍ୟ ବ୍ୟକ୍ତ କରିଥିଲେ। ଏହି ପ୍ରତିଯୋଗିତା ରେ ସତ୍ୟ ନାରାୟଣ ମହାପାତ୍ର,

ପ୍ରଧାନୀ ବୃନ୍ଦାବନ ମହାପାତ୍ର, ଓ ନିଳୀମା ନନ୍ଦ ବିଚାରକ ରୂପେ ଯୋଗ ଦେଇଥିଲେ । ନୟାଗଡ ଜିଲ୍ଲା ର ସମସ୍ତ ବ୍ଲକ୍ ରୁ ୫୩ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ। ପ୍ରତ୍ୟେକ ପ୍ରତିଯୋଗୀ ମାନଙ୍କୁ ପ୍ରଶଂସା ପତ୍ର ନୃତ୍ୟ ଶେଷରେ ଅତିଥି ମାନେ ପ୍ରଦାନ କରିଥିଲେ । ଏହି ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ୨୦ ଜଣ ପ୍ରତିଯୋଗୀ ସେମି ଫାଇନାଲ କୁ ଉନ୍ନୀତ ହୋଇଛନ୍ତି।















