No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ମାର୍ଚ୍ଚ ବୁଧବାର) କଳାହାଣ୍ଡି :- ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରାରୋଡ ଗ୍ରାମପଞ୍ଚାୟତ ଠାରୁ ୪ କିମି ଦୂରରେ ଅବସ୍ଥିତ ଶବରପଡା । ବଲବସପୁର ଗାଁରୁ ୪୦ ଗୋଟି ପରିବାର ଏକ ପଥର ଚଟାଣ ଘେରା ଅଞ୍ଚଳରେ ବସବାସ କରୁଛନ୍ତି ଏହା ବଲବସପୁରର ପାଲି ଗାଁ ଶବରପଡା ନାମରେ ପରିଚିତ । ଏଠାରେ ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ । ପଥର ଘେରା ଅଞ୍ଚଳ ଥିବାରୁ ଗାଁରେ ନଳକୂପ ଖୋଳା ଯାଇ ପାରୁନି ।
ଲୋକେ ୧ କିମି ଦୂର ଯୋର ଏବଂ ବେଦାନ୍ତ ପାଇଁ ଜଳଯୋଗାଣ ହେଉଥିବା ପାଇପରୁ ଚୋରାରେ ପାଣି ବ୍ୟବହାର କରିଥାନ୍ତି ବୋଲି ଗାଁ ଲୋକେ କହନ୍ତି । ଠାକୁରାଣୀ ନାରୀ ସଂଘର ସୁମିତ୍ରା ହରିଜନ,ସାରା ହରିଜନ,ସାବେତ୍ରୀ ହରିଜନ, ଭାନୁମତୀ ହରିଜନ ଆଦି ଜଳ ସମସ୍ୟା ଉପରେ ପଞ୍ଚାୟତ, ବ୍ଳକ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ୨ବର୍ଷ ହେଲା ଅଭିଯୋଗ କରିଥିବା ଜଣାଇଛନ୍ତି ।
ତେବେ ପଞ୍ଚାୟତ ପକ୍ଷରୁ ଯୋଗାଇ ଦିଆଯାଇଥିବା ସିନଟେକ୍ସ ପାଣି ଟାଙ୍କି ପ୍ରାୟ ୩ ବର୍ଷ ଧରି ପଡି ରହିଛି । ଲୋକଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ସରକାରୀ ସ୍ତରରେ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ବେଳେ ଏହି ଗାଆଁଟି ପ୍ରତି ସରକାରୀ ସ୍ତରରେ ଜଳଯୋଗାଣ ପାଇଁ ଦାବି ହେଉଛି । ( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result