• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଜେଲ ଗଲେ ଅନୁପ ସାଏ

Proprietor Abhimanyu Maharana by Proprietor Abhimanyu Maharana
February 14, 2020
in Uncategorized, ଅପରାଧ, ଓଡ଼ିଶା, ରାଜନୀତି, ହୋମ୍
0
ଜେଲ ଗଲେ ଅନୁପ ସାଏ
Share on FacebookShare on TwitterWhatsapp

ଝାରସୁଗୁଡ଼ା (ଓଡିଶା ତାଜା ନ୍ୟୁଜ୍ ) ଝାରସୁଗୁଡ଼ା 14.2.2020 :- ଝାରସୁଗୁଡ଼ା, ଛତିଶଗଡ଼ ରାଜ୍ୟର ରାୟଗଡ଼ସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟରେ ଜାମିନ ନାମାଞ୍ଜୁର ହେବା ପରେ ପୂର୍ବତନ ବିଧାୟକ ଅନୁପ ସାଏ ଜେଲ ଯାଇଛନ୍ତି । ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ଅନ୍ତର୍ଗତ ସମ୍ବଲପୁରୀ ବଙ୍ଗୁରସିଆ ଠାରେ ଘଟିଥିବା ଡବଲ ମର୍ଡର ଘଟଣାରେ ପୁଲିସ ବ୍ରଜରାଜନଗର ପୂର୍ବ ବିଧାୟକ ଅନୁପ ସାଏଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବରେ ଆଜି ରାୟଗଡ଼ ଜେଏମଏଫସି ଦିଗ ବିଜୟ ସିଂଙ୍କ କୋର୍ଟରେ ହାଜର କରିଥିଲା । ଅଭିଯୁକ୍ତଙ୍କ ପକ୍ଷରୁ ଜାମିନ ଆବେଦନକୁ କୋର୍ଟ ନାକଚ କରିଥିଲେ । କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ୨୮ ତାରିଖକୁ ଦିନ ଧାର୍ଯ୍ୟ କରିଥିଲେ । ଅଭିଯୁକ୍ତ ଅନୁପ ସାଏଙ୍କୁ ରାୟଗଡ଼ ଜେଲକୁ ପଠାଇ ଦେଇଥିଲେ । ରାୟଗଡ଼ ଏସପି ସନ୍ତୋଷ ସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାୟଗଡ଼ କାର୍ଯ୍ୟନିର୍ବାହୀ ଏଏସପି ଅଭିଷେକ ବର୍ମା, ସିଏସପି ଅବିନାଶ ସିଂ ଠାକୁରଙ୍କ ଦିଗଦର୍ଶନରେ ଇନ୍ସପେକ୍ଟର ବିବେକ ପଟେଲ, ଏସ ସିଂ, ରୂପକ ଶର୍ମା, ଗୌରୀଶଙ୍କର ଦୁବେ, ସଉଣୀ ଶସିଦେ ଭୋଇ, ଡିପି ଭରଦ୍ୱାଜ, ସାଇବର ସେଲ ମୁଖ୍ୟ ରାଜେଶ ପଟେଲ, ଆର ଶ୍ୟାମଲାଲ, ଚକ୍ରଧରନଗର ଥାନା ଅଧିକାରୀ ଜଗମୋହନ ଓଗରେ, ରିତେଶ ଦିୱାନ, ଦିନେଶ ଗୌଣ୍ଡ, ଆଖିଲେଶ କୁଶବାହ, ଭବାନୀ ଶଙ୍କର, ମହେଶ ପଣ୍ଡା, ସୁରେନ୍ଦ୍ର ପୋର୍ତି, ବୃଜଲାଲ ଗୁଜର, ମହିଳା ଇନ୍ସପେକ୍ଟର ରୀନା ବୁଲବୁଲ ତଦନ୍ତ ପରିଚାଳନା କରୁଥିଲେ । ଦୁଇ ରାତି ଓ ଗୋଟିଏ ଦିନ ଅନୁପଙ୍କୁ ମାରାଥନ ଜେରା କରିବା ପରେ ଆଜି ଅପରାହ୍ନ ୨ ଟାରେ ଚକ୍ରଧରନଗର ଥାନାରେ ଆଣି ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଉପସ୍ଥାପନ କରିଥିଲେ ଓ ଏସପି ଏହି ମାମଲାର ବିବରଣୀ ପ୍ରଦାନ କରିଥିଲେ । ପ୍ରେମ ସମ୍ପର୍କ, ସମ୍ପତ୍ତି ଓ ବିବାହ ପାଇଁ ଜିଦ ଯୋଗୁଁ ମହିଳାଙ୍କୁ ହତ୍ୟା କରାଯାଇଥିବା ଏସପି ପ୍ରକାଶ କରିଥିଲେ । ଅନୁପ ସାଏ ପରକୀୟା ପ୍ରୀତିରେ ଲିପ୍ତ ହେବା ତା\’ପରେ ଉକ୍ତ ମହିଳା ଓ ତାଙ୍କ ଝିଅକୁ ଛତିଶଗଡ଼ ନେଇ ହତ୍ୟା କରିଥିବା ପ୍ରମାଣ ସହ ଉପସ୍ଥାପନ କରିଛି ପୁଲିସ । ଛତିଶଗଡ଼ ରାୟଗଡ଼ ଆରକ୍ଷୀ ଅଧୀକ୍ଷକ ସନ୍ତୋଷ ସିଂହ ଆଜି ଏକ ସାମ୍ବାଦିକ ସ୧ିଳନୀ କରି କହିଛନ୍ତି ଯେ ପଚରାଉଚରା ସମୟରେ ଅନୁପ ତାଙ୍କର ଦୋଷ ସ୍ୱୀକାର କରିଛନ୍ତି । ଯଦିଓ କାଲି ଠାରୁ ଏହି ହତ୍ୟାକାଣ୍ଡରେ ତାଙ୍କର ସଂପୃକ୍ତି ସ୍ପଷ୍ଟ ହୋଇଥିଲା, କିନ୍ତୁ କିଭଳି ପରିସ୍ଥିତିରେ ହତ୍ୟାକାଣ୍ଡ ଘଟିଥିଲା ଓ ଅନୁପ ସାଏ ଏଥିରେ କିପରି ଭୂମିକା ନିଭାଇ ଥିଲେ ତାହା ଜଣାପଡ଼ିନଥିଲା । ଆଜି ଛତିଶଗଡ଼ ପୁଲିସ ପୂରା ଘଟଣା ଉପରୁ ପରଦା ହଟାଇଛି । ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଗିରଫ ନେଇ ଛତିଶଗଡ଼ ରାୟଗଡ଼ ଆରକ୍ଷୀ ଅଧୀକ୍ଷକ ସନ୍ତୋଷ ସିଂହ ଆଜି ଏକ ସାମ୍ବାଦିକ ସ୧ିଳନୀରେ ମା’ ଓ ଝିଅ ହତ୍ୟାକାଣ୍ଡର ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ୨୦୧୬ ମେ ୭ରେ ମା’ କଳ୍ପନା ଦାସ ଓ ଝିଅ ବବଲିଙ୍କର ମୃତଦେହ ମିଳିଥିଲା । ଅନୁପଙ୍କ ଡ୍ରାଇଭର୍ ବର୍ମନ୍ ଟପୋ ଲୁହାଛଡ଼ରେ ୨ ଜଣଙ୍କୁ ହତ୍ୟା କରିଥିଲା ଏବଂ ଏହାକୁ ଦୁର୍ଘଟଣା ରୂପ ଦେବା ଲାଗି ଅନୁପ ନିଜେ ଦୁଇ ମୃତଦେହ ଉପରେ ବୋଲେରୋ ଚଢ଼ାଇ ଦେଇଥିଲେ । ୨୦୦୫ ମସିହାରେ ମୃତ କଳ୍ପନାଙ୍କୁ ତାଙ୍କ ସ୍ୱାମୀ ସୁନୀଲ ଶ୍ରୀବାସ୍ତବ ଛାଡ଼ପତ୍ର ଦେଇଥିଲେ । ଏହାପରେ କଳ୍ପନାଙ୍କ ସମ୍ପର୍କରେ ଆସିଥିଲେ ଅନୁପ ସାଏ । ୨୦୧୧ ମସିହାରୁ ଭୁବନେଶ୍ୱରର ସୁନ୍ଦରପଦାରେ ଅନୁପ ସାଏଙ୍କର ଏକ ଫ୍ଲାଟରେ ରହୁଥିଲେ କଳ୍ପନା । ସେ ଦୁହେଁ ପ୍ରାୟ ଲିଭ୍ ଇନରେ ରହୁଥିଲେ । ଖାଲି ସେତିକି ନୁହେଁ, ଦୁହେଁ ସାଙ୍ଗ ହୋଇ ବିଶାଖାପଟନମ୍‌, ହାଇଦ୍ରାବାଦ, ଦିଲ୍ଲୀ ଏବଂ ଗୋଆ ଆଦି ସ୍ଥାନକୁ ବୁଲିବାକୁ ଯାଇଥିଲେ । କିନ୍ତୁ ସମୟ ସମୟରେ ବିବାହ ପାଇଁ ଅନୁପଙ୍କ ଉପରେ କଳ୍ପନା ଚାପ ପକାଇଥିଲେ । ଖାଲି ସେତିକି ନୁହେଁ ଅନୁପ ସାଏ ତାଙ୍କର କେତେକ ସଂପତ୍ତି ତାଙ୍କ ନାଆଁରେ କରନ୍ତୁ ବୋଲି ବି ଦାବି କରୁଥିଲେ କଳ୍ପନା । ଏହାପରେ ଅନୁପ ସାଏ କଳ୍ପନା ଦାସ ଓ ଝିଅ ବବଲିଙ୍କୁ ହତ୍ୟା କରିବା ଲାଗି ଯୋଜନା ପ୍ରସ୍ତୁତ କରିଥିଲେ । ତାହା ଅନୁଯାୟୀ, ରାୟଗଡ଼ରେ ବାହା ହେବାର ମିଛ ବାହାନା ଦେଖାଇ ହମୀରପୁରରେ ଥିବା ନିଜର ଜନୈକ ସଂପର୍କୀୟଙ୍କ ଘରକୁ ଯିବାକୁ କହି ନିକାଞ୍ଚନ ସ୍ଥାନକୁ ନେଇ ଯାଇଥିଲେ । ସେ ହମୀରପୁର ନିକଟରେ ଥିବା ଏକ ଜଙ୍ଗଲରେ କଳ୍ପନା ଦାସ ଓ ଝିଅ ବବଲିଙ୍କୁ ଲୁହାରଡରେ ପିଟି ହତ୍ୟା କରିଥିଲେ । ମୃତଦେହ ଜବତ ହେବା ପରେ ପରିଚୟ ନ ପାଇ ଛତିଶଗଡ଼ ପୁଲିସ୍ ମୃତ କଳ୍ପନା ଓ ଝିଅ ବବଲିଙ୍କର ଫଟୋ ବିଭିନ୍ନ ପୁଲିସ୍‌ ଥାନାରେ ମାରିଥିଲା । କଳ୍ପନାଙ୍କର ଜଣେ ସଂପର୍କୀୟ ଭାଇ କନେଷ୍ଟବଳ ସରୋଜ ଦାସ ପ୍ରଥମେ ଫଟୋରୁ କଳ୍ପନା ଦାସଙ୍କୁ ଚିହ୍ନଟ କରିଥିଲେ । ଏହାପରେ ପୁଲିସ ତଦନ୍ତ ଜୋରଦାର ହୋଇଥିଲା । ଅନୁପ ସାଏ ସନ୍ଦେହ ଘେରକୁ ଆସିଥିଲେ । ମୃତକଙ୍କ ଫୋନ ନମ୍ବର ପାଇବା ପରେ କଲ୍ ରେକର୍ଡରୁ ଅନୁପଙ୍କ ସଂପୃକ୍ତି ସାମ୍ନାକୁ ଆସିଥିଲା । ହତ୍ୟାକାଣ୍ଡ ଦିନ ଭୁବନେଶ୍ୱରରୁ ରାୟଗଡ଼ ଯିବା ସମୟରେ କଳ୍ପନା ଓ ଅନୁପଙ୍କୁ ଢାବା କର୍ମଚାରୀ ଦେଖିଥିଲେ । ମହିଳାଙ୍କ ନିଖୋଜ ନେଇ ଅନୁପ ସାଏ କୌଣସି ଏତଲା ଦେଇ ନ ଥିଲେ । ୨୦୧୧ରୁ ୨୦୧୬ ରେ ସାଙ୍ଗରେ ରହୁଥିଲେ ବି ଅନୁପ ଏ ନେଇ ଏତଲା ନଦେବା ପୁଲିସର ସନ୍ଦେହ ବଢ଼ାଇଥିଲା । ଏହାପରେ ବହୁଥର ଅନୁପଙ୍କୁ ଛତିଶଗଡ଼ ପୁଲିସ୍ ପକ୍ଷରୁ ନୋଟିସ୍ ହୋଇଥିଲା, ମାତ୍ର ସେ ସହଯୋଗ କରି ନ ଥିଲେ । କେବଳ “ପ୍ରମାଣ କଣ’ ବୋଲି ଓଲଟା ପୁଲିସକୁ କହିଆସୁଥିଲେ ଅନୁପ । ଏହି ଘଟଣାରେ ଛଅଟି ରାଜ୍ୟର ପୁଲିସ୍ ସହ ଯୋଗାଯୋଗ କରିଥିଲା ଏବଂ ପ୍ରାୟ ୭୦୦ ଲୋକଙ୍କୁ ପଚରାଉଚରା କରିଥିଲା ଛତିଶଗଡ଼ ପୁଲିସ୍ । ଛତିଶଗଡ଼ ରାୟଗଡ଼ର ଆରକ୍ଷୀ ଅଧୀକ୍ଷକ ସନ୍ତୋଷ ସିଂହଙ୍କ ସୂଚନା ଅନୁଯାୟୀ ଅନୁପ ସାଏଙ୍କ ନାର୍କୋଟେଷ୍ଟ କରାଯିବ । ତା’ଛଡ଼ା ଘଟଣାସ୍ଥଳରୁ ସଂଗ୍ରହ କରାଯାଇଥିବା ଫିଙ୍ଗରପ୍ରିଣ୍ଟ୍ ବି ମେଳ କରାଯିବ ଏବଂ ଅନୁପଙ୍କ ଡିଏନଏ ଟେଷ୍ଟ୍‌ ମଧ୍ୟ ହେବ । ଡ୍ରାଇଭରକୁ ଧରିବାଲାଗି ପୁଲିସ୍‌ ଉଦ୍ୟମ କରୁଥିବା ସେ କହିଛନ୍ତି । ଏହି ହତ୍ୟାକାଣ୍ଡରେ ଅନ୍ୟମାନଙ୍କ ସଂପୃକ୍ତ ଥିବା ସନ୍ଦେହ ପ୍ରକାଶ କରିଛନ୍ତି ରାୟଗଡ଼ର ଆରକ୍ଷୀ ଅଧୀକ୍ଷକ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 28, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

April 27, 2026
ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

April 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 28, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version