No Result
View All Result
ଓଡିଶା ତାଜା ନ୍ୟୁଜ୍ ( ୨୩ ମାର୍ଚ୍ଚ ମଙ୍ଗଳ ବାର ) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ପୌରାଂଚଳ ମିନି ଷ୍ଟାଡ଼ିୟମ ପରିସରରେ ଆୟୋଜିତ ପ୍ରିୟଦର୍ଶୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟର ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚ ମଙ୍ଗଳବାର ଚିଲିକା ରାଣୀ କ୍ରିକେଟ କ୍ଳକ, ରମ୍ଭା ଓ ପାୱାର କ୍ରିକେଟ କ୍ଳବ, ଆସିକା, ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ରମ୍ଭା, ଦଳ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇ ବ୍ୟାଟିଂ ପାଇଁ ପାୱାର କ୍ରିକେଟ କ୍ଳବ, ଆସିକା ଦଳକୁ ନିମନ୍ତ୍ରିତ କରିଥିଲେ । ଆସିକା ଦଳ ନିର୍ଦ୍ଧାରିତ ୨୦ ଓଭର ମଧ୍ୟରୁ ୧୯.୪ ଓଭରରେ ସମସ୍ତ ୱିକେଟ ହରାଇ ୧୫୪ ରନ୍ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ସୋନୁ ବ୍ୟକ୍ତିଗତ ୨୫ ବଲରୁ ୩ଟି ଚୌକା ଓ ୩ଟି ବିଶାଳ ଛକା ସହାୟତାରେ ୪୫ରନ୍ ସଂଗ୍ରହ କରିଥିଲେ ।
ଜବାବରେ ରମ୍ଭା ଦଳ ମାତ୍ର ୯ ଓଭରରେ ସମସ୍ତ ୱିକେଟ ହରାଇ ୩୭ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ । ଫଳରେ ପାୱାର କ୍ରିକେଟ କ୍ଳବ, ଆସିକାର ୧୧୭ରନରେ ବିଜୟ ଲାଭ କରିବା ସହ ବୃହତ ରନ ବ୍ୟବଧାନରେ ବିଜୟ ଲାଭ କରିଥିଲା । ଆସିକା ଦଳ ପକ୍ଷରୁ ଲକ୍ଷ୍ମୀ ନୃସିଂହ ପାଳ ୪ଓଭରରେ ୧୨ ରନ ବିନିମୟରେ ୬ଟି ୱିକେଟ ହାସଲ କରିଥିବାରୁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା । ଅତିଥି ଭାବେ ପୌର ପରିଷଦର ପୂର୍ବତନ ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ ଯୋଗଦେଇ ଲକ୍ଷ୍ମୀଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ । ବିଷ୍ଣୁ ପଣ୍ଡା ଓ ପ୍ରଶାନ୍ତ ପ୍ରଧାନ ଆମ୍ପାୟର ଦାୟିତ୍ୱ କରିଥିବା ବେଳେ ସ୍କୋରର ଥିଲେ ରଜତ ପ୍ରଧାନ ।
ସଚିନ ସେଠି ଧାରା ବିବରଣୀ ପ୍ରଦାନ କରିଥିଲେ । ମିଟୁ ଜେନା, ଉମା ମହାରଣା, ଜଗନ ଡ଼ାକୁଆ, କାଳିଆ ପ୍ରଧାନ, ଆଦିତ୍ୟ ସାହୁ, ବଂଟି ପୃଷ୍ଟି, ଟିକୁ ମହାରଣା, ପ୍ରଶାନ୍ତ ପାଢି, ଅମୁଲ୍ୟ ପଣ୍ଡା, ପ୍ରଫୁଲ ଜେନା ପରିଚାଳନା କରିଥିବା ବେଳେ ଆୟୋଜକ ଇଗଲ କ୍ରିକେଟ ଟିମର ସଦସ୍ୟ ସହଯୋଗ କରିଥିଲେ । ବୁଧବାର ତୃତୀୟ କ୍ୱାଟର ଫାଇନାଲ ମ୍ୟାଚ ସପୋଟିଙ୍ଗ ଷ୍ଟାର କ୍ରିକେଟ କ୍ଳବ, ପାଇକରାୟପୁର ସହ ଅମରନାଥ କ୍ରିକେଟ କ୍ଳବ, ଆସିକା ମଧ୍ୟରେ ଅନୁଷ୍ଠିତ ହେବ । (ହିଞ୍ଜିଳିକାଟୁ ରିପୋର୍ଟ/ଶୁସାନ୍ତ ପ୍ରଧାନ)
No Result
View All Result