No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୨୨ ମାର୍ଚ୍ଚ ସୋମବାର ) କୋରାଇ :- ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷାବିଭାଗ ପକ୍ଷରୁ ରବିବାର ଅପରାହ୍ଣ ୪ଟା ୧୫ମିନିଟିରେ ‘ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମକୁ ମୁଖ୍ୟମବୀ ନବୀନ ପ…ନାୟକ ଉଦଘାଟନ କରିଥିଲେ । ମୋକଲେଜର ଅଧ୍ୟକ୍ଷ ଆକାଶ ଦାସନାୟକଙ୍କ ସଂଚାଳନାରେ ଅନୁଷ୍ଠିତ ଉତ୍ସବରେ ଉଚ୍ଚଶିକ୍ଷାମବୀ ଡ. ଅରୁଣକୁମାର ସାହୁ, ବିଭାଗୀୟ ସଚିବ ଶାଶ୍ୱତ ମିଶ୍ର ପ୍ରମୁଖ ମବୀ, ସାଂସଦ, ବିଧାୟକ, ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ରାଜ୍ୟର ସମସ୍ତ କଲେଜ ଲାଇଭ ଷ୍ଟ୍ରିମଂ ଜରିଆରେ ଅଂଶ ଗ୍ରହଣ କରିଥିଲା ବେଳେ ବ୍ୟାସନଗର ସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଏଥିରେ ସାମିଲ ହୋଇଥିଲା । କଲେଜର ଅଧ୍ୟକ୍ଷ ରତ୍ନାକର ଜେନାଙ୍କ ତତ୍ୱାବଧନାରେ କାର୍ଯ୍ୟକ୍ରମର ସଂଯୋଜକ ଅଧ୍ୟାପକ ପ୍ରଶାନ୍ତକୁମାର ରାଉତଙ୍କ ସଂଯୋଜନାରେ ପ୍ରୋଜେକ୍ଟର ମାଧ୍ୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପ୍ରଦର୍ଶିତ କରାଯାଇଥିଲା ।
କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବ୍ୟାସନଗର ପୋରପରିଷଦର ପ୍ରାକ୍ତନ ପୌରାଧ୍ୟକ୍ଷା ସବିତା ରାଉତ ଯୋଗଦେଇ ମାନ୍ୟବର ମୁଖ୍ୟମବଙ୍କ ଏହି ପ୍ରୟାସ ରାଜ୍ୟବାସୀଙ୍କ ଉଚ୍ଚଶିକ୍ଷାରେ ଆହୁରି ଉନ୍ନତି ଅଣିପାରବ ବୋଲି କହିଥିଲେ । ଅନ୍ୟତମ ଅତିଥିଭାବେ ସନନ୍ତରା ୱାର୍ଡର ପୂର୍ବତନ କାଉନସିଲର ମନୋଜକୁମାର ପରିଡା ଯୋଗଦେଇ ପୁରାତନ ଛାତ୍ରୀ ଏହି ଅଭିଯାନରେ ବହୁପରିମାଣରେ ସାମିଲି ହୋଇ ତାଙ୍କ ପୁରତନ କଲେଜର ଉନ୍ନତି ପାଇଁ ଅର୍ଥ, ଶ୍ରମ କିମ୍ବା ସୁଚିନ୍ତିତ ପରାମର୍ଶ ଆଦି ଦେବାକୁ ପରାମଶ୍ର ଦେଇଥିଲେ ।
ଅନ୍ୟମାନଙ୍କ ବରିଷ୍ଠ ଅଧ୍ୟାପିକା ସସ୍ମିତା ଆଚାର୍ଯ୍ୟ, ସୁମିତ୍ରା ରାଉତ, ରୋଜାଲିନ ଦାସ, ଝୁନୁମଣି ଜେନା, ତାରିଣୀ ତନୟା ସର, ଅଧ୍ୟାପକ ଅରୁଣ କୁମାର ମିଶ୍ର, ସନ୍ତୋଷକୁମାର ଜେନା, ମଳୟକୁମାର ମଲ୍ଲିକ, ପଦ୍ମଭୁଷଣ ରାଉତରାୟଙ୍କ ସମେତ ଚିତରଞ୍ଜନ ମଲିକ, ପ୍ରଦୀପକୁାର ପରିଡା, ବିଚିତ୍ର ଦଳେଇ, ପବିତ୍ରମୋହନ ଜେନା ପ୍ରମୁଖ ଯୋଗଦେଇ ମୋ କଲେଜ ଅଭିଯାନ ସଂପର୍କରେ ବତବ୍ୟକ୍ତ କରିôଥିଲେ । ଏଥିରେ ବହୁ ପୁରତନ ଛାତ୍ରୀ ସାମିଲ ହୋଇ ନିଜନଜର ମତାମତ ଦେଇଥିଲେ । ଶେଷରେ ଅଧ୍ୟାପକ ମଳୟକୁମାର ମଲ୍ଲିକ ମାନ୍ୟବର ମୁଖ୍ୟମବୀ, ‘ମୋ କଲେଜ’ ଅଧ୍ୟକ୍ଷ ତଥା ରାଜ୍ୟସରକାରଙ୍କୁ କୃତଜ୍ଞତା ଜ୍ଞାପନ ପୂର୍ବକ ଉପସ୍ଥିତ ଅତିଥିମାନଙ୍କୁ ଧନ୍ୟବାଦ ଦେଇଥିଲେ ।(କୋରାଇ ରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)
No Result
View All Result