No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୨୨ ମାର୍ଚ୍ଚ ସୋମବାର ) ନୟାଗଡ଼ : – ଆଜି ପୂର୍ବାହ୍ନ ୧୦ଘଟିକା ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷ ସୃଜନ ଠାରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ତ୍ରୈମାସିକ ବ୍ୟାଙ୍କର୍ସ କମିଟିର ପରାମର୍ଶ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ା ଏହି ବୈଠକରେ ଜିଲ୍ଲାପାଳ ଡା.ଟୁଡୁ ସମସ୍ତ ବ୍ୟାଙ୍କର୍ସମାନଙ୍କୁ ସ୍ୱାଗତ ଜଣାଇ ସରକାରଙ୍କ ବିଭିନ୍ନ ଯୋଜନାରେ ହିତାଧିକାରୀମାନଙ୍କୁ ସଠିକ୍ ଭାବରେ ଋଣ ଯୋଗାଇବା ସହିତ ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଡକୋମେଂଟେସନ୍ କରିବା ପାଇଁ ପରାମର୍ଶ ଦେଇଥିଲେ । ବିଶେଷ କରି ବଳରାମ ଯୋଜନାରେ ହିତାଧିକାରୀଙ୍କୁ ଋଣ ଯୋଗାଇ ଦେବାରେ ତତ୍ପର ହେବା ପାଇଁ ସମସ୍ତ ବ୍ୟାଙ୍କର୍ସମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଚାଷ କରାଯାଉଥିବା ଋତୁ ଭିତିରେ ଉଭୟ କୃଷି ଏବଂ ଉଦ୍ୟାନକୃଷି ଫସଲ ଉତ୍ପାଦନ ପାଇଁ ଆବଶ୍ୟକ ହେଉଥିବା ଋଣ ବଳରାମ ଯୋଜନାରେ ଯୋଗାଇ ଦେବା ପାଇଁ କହିଥିଲେ । ସେହିପରି ଛତୁଚାଷ ଉପରେ ହିତାଧିକାରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ ା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ମଧ୍ୟ ସଠିକ୍ ଭାବରେ ଋଣ ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ବ୍ୟାଙ୍କର୍ସମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟାନ୍ୟ ଯୋଜନା ଗୁଡ଼ିକରେ ହିତାଧିକାରୀମାନଙ୍କୁ ଋଣ ପ୍ରଦାନ କରିବାରେ ସହଯୋଗର ହାତ ବଢ଼ାଇବା ପାଇଁ ପ୍ରକାଶ କରିଥିଲେ । ଏହାପରେ କାର୍ଯ୍ୟସୂଚୀ ପ୍ରକାରେ ଆଲୋଚନା କରି ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ସମସ୍ତ ବ୍ୟାଙ୍କର୍ସ ଯତ୍ନବାନ ହେବା ପାଇଁ ବୁଝାଇଥିଲେ । ପରେ ପରେ ଜିଲ୍ଲାପାଳଙ୍କ ଦ୍ୱାରା ବାର୍ଷିକ ଋଣ ଯୋଜନା (ଇଉଚ ) ଉନ୍ମୋଚନ କରାଯାଇଥିଲା ।
ଏହାପରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ବିଭିନ୍ନ ଯୋଜନା ଉପରେ ଆତ୍ମ ନିଯୁକ୍ତି ତାଲିମ ସଂପର୍କରେ ଆଲୋଚନା କରାଯାଇଥିଲା । ଏହି ପ୍ରତିଷ୍ଠାନ ଦ୍ୱାରା ହିତାଧିକାରୀମାନେ ମାଗଣାରେ ବିଭିନ୍ନ ତାଲିମ ପ୍ରାପ୍ତ ହୋଇଥିବା ହିତାଧିକାରୀଙ୍କୁ ସମ୍ମାନୀତ କରାଯାଇଥିଲା । ଉକ୍ତ ପ୍ରତିଷ୍ଠାନ ସଂପର୍କରେ ଅଧିକ ଲୋକାଭିମୁଖି କରିବା ପାଇଁ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଅଗ୍ରଣୀ ବ୍ୟାଙ୍କର ମୁଖ୍ୟ ପରିଚାଳକ ଶ୍ରୀ ଚନ୍ଦ୍ରମୋହନ ମୁର୍ମୁ , ରିଜର୍ଭ ବ୍ୟାଙ୍କର ଏଲ.ଡି.ଓ. ଶ୍ରୀ ତାରିଣୀ ଚରଣ ପାଇକ, ନାବାର୍ଡ ବ୍ୟାଙ୍କର ସହାୟକ ପ୍ରବନ୍ଧକ ଶ୍ରୀ ଜୟନ୍ତ କୁମାର ସାହୁ , ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ସ୍ୱାଇଁ ଏବଂ ସମସ୍ତ ବ୍ୟାଙ୍କର କର୍ମକର୍ତା ଉପସ୍ଥିତ ଥିଲେ । ଏହି ବୈଠକକୁ ଅଗ୍ରଣୀ
No Result
View All Result