No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ମାର୍ଚ୍ଚ ଶନିବାର ) ବରଗଡ଼ :- ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଜି ସହେଲା ବ୍ଲକ ଅନ୍ତର୍ଗତ ବନାବିରା ଗ୍ରାମ ର ଅସହାୟ ପରିବାର ତଥା ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ଗ୍ରାମ ର ସୈକିଲାଲ୍ ମହାନନ୍ଦ ଗତ 12/3/21 ମୃତ୍ୟୁ ହୋଇଥିଲା କାଲି ତାଙ୍କ ଦଶାହ କାଯ୍ୟ ଅଛି ଏନେଇ ତାଙ୍କ ପତ୍ନୀ ଧାନଫୁଲ ଦୁଃଖ ରେ ଭାଙ୍ଗି ପଡିଥିଲେ ଏହି ଖବର ପାଇ ଜନ କଲ୍ୟାଣ ସେବା ଟ୍ରଷ୍ଟ ପାଖରେ ପହଞ୍ଚିଥିଲା । ସଙ୍ଗେ ସଙ୍ଗେ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ ତାଙ୍କ ବାସଭବନରେ ପହଞ୍ଚି 50 କେଜି ଚାଉଳ,
ଲୁଣ, ଆଲୁ, ପିଆଜ, ଖଲି, ଦନା, ପରିବା, ମସଲା ସାମଗ୍ରୀ, ତେଲ ଇତ୍ୟାଦି ଆଜି ତାଙ୍କ ପରିବାର ଲୋକଙ୍କୁ ଦେଇଥିଲେ । ଏହି ସମସ୍ତ ସାମଗ୍ରୀ କୁ ଟାଇଗର ଗୃପ ର ମୂଖ୍ୟ ଓ ବରିଷ୍ଠ ସାମ୍ବାଦିକ ଶ୍ରୀ ରମାକାନ୍ତ ବିଶ୍ୱଲ, ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ରେ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସହେଲା ର ମହିଳା ସହଯୋଗୀ କବିତା ସୁନା, ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ, ସୁଶାନ୍ତ ମହାନନ୍ଦ ସହଯୋଗ କରିଥିଲେ । ଆଗାମି ଦିନରେ ତାଙ୍କ ପୁଅ ଓ ଝିଅ କୁ ଥଇଥାନ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରିଛନ୍ତି ଡଃ ଅଜିତ କୁମାର ନାଥ । ( ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )
No Result
View All Result