• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଦ ନ୍ୟୁ ମାରିୟନ୍‌ରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ – ଭୁବନେଶ୍ୱର

Proprietor Abhimanyu Maharana by Proprietor Abhimanyu Maharana
March 20, 2021
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ଦ ନ୍ୟୁ ମାରିୟନ୍‌ରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ – ଭୁବନେଶ୍ୱର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୦ ମାର୍ଚ୍ଚ ଶନିବାର ) ଭୁବନେଶ୍ୱର :- ଓଡିଶା କଳା ଓ ହସ୍ତଶିଳ୍ପ ସମିତିର ସମଗ୍ର ଭାରତର କାରିଗରମାନେ ‘ସିଲ୍କ ଇଣ୍ଡିଆ-ୱେଡିଙ୍ଗ୍ କଲେକ୍ସନ୍‌’ ଥିମ୍ ସହିତ ପାର୍ବଣ ଋତୁର ଚାହିଦାକୁ ପୂରଣ କରିବା ପାଇଁ ନିଜର ଏଥ୍‌ନିକ୍ ୱେଭସ୍‌, ପାରମ୍ପରିକ ସିଲ୍କ ଓ କଟନ ଉତ୍ପାଦଗୁଡିକୁ ପ୍ରଦର୍ଶିତ କରିବା ପାଇଁ ଭୁବନେଶ୍ୱର ଆସିଛନ୍ତି । ସୂକ୍ଷ୍ମ ପାରମ୍ପରିକ ସିଲ୍କ, କଟନ ଓ ବୁଣାକାରମାନଙ୍କ ଉତ୍ପାଦଗୁଡିକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ସମସାମୟିକ ଓ ଆର୍ଥିକ ଦୃଷ୍ଟିରୁ ପ୍ରାସଙ୍ଗିକ କରିବା ଲାଗି କାରିଗର, ଡିଜାଇନର, ସାମାଜିକ କାର୍ଯ୍ୟକର୍ତା, ଶିକ୍ଷାନୁଷ୍ଠାନ, ପରିବେଶବିତ୍ ଆଦିଙ୍କ ଏକ ଗୋଷ୍ଠୀ ଦ୍ୱାରା ଓଡିଶା କଳା ଓ ହସ୍ତଶିଳ୍ପ ସମିତିର ପ୍ରତିଷ୍ଠା କରାଯାଇଥିଲା । ବିଭିନ୍ନ ରାଜ୍ୟର ବୁଣାକାରମାନେ ଚଳିତ ବର୍ଷର ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛନ୍ତି ଯେଉଁଥିରେ ଆକର୍ଷଣୀୟ ଉପ୍ପଦା, ବନାରସି ସିଲ୍କ, ଗଡ୍‌ୱାଲ, ଧରମାଭରମ୍‌, ଜାମ୍‌ଦାନି, ଜମାୱାର ଓ ସମ୍ବଲପୁରୀ ଆଦି ସାମିଲ ରହିଛି ।

ଏଠାରେ ଦେଶର ପ୍ରତ୍ୟେକ ଅଂଚଳରୁ ଶାଢୀଠାରୁ ଆରମ୍ଭ କରି ଡ୍ରେସ୍ ମ୍ୟାଟେରିଆଲ, ସିଲ୍କ ଓ କଟନ ଶାଢୀ, ସୁଟ୍ ଡ୍ରେସ୍‌ ମ୍ୟାଟେରିଆଲ, ଫ୍ୟାଶନ ଜୁଏଲାରୀ,ହୋମ୍ ଫର୍ଣ୍ଣିସିଙ୍ଗ୍ ଡିଜାଇନର୍ ପୋଷାକ ଆଦି ସାମିଲ କରାଯାଇଛି । ଏହି ପ୍ରଦର୍ଶନୀ ଗ୍ରାହକମାନଙ୍କୁ ଭାରତର ରଙ୍ଗ, ବିବିଧତା ଓ ପ୍ରତିଭାର ଏକ ଉନ୍ନତ ସୁଯୋଗ ପ୍ରଦାନ କରିଛି । ୧୪ଟି ହସ୍ତତନ୍ତ ବୁଣାକାର ରାଜ୍ୟ ଯେପରିକି ଆସାମ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ବିହାର, ଓଡିଶା, ଛତିଶଗଡ, ଗୁଜରାଟ, ଜମ୍ମୁ ଓ କଶ୍ମୀର, ପଶ୍ଚିମବଙ୍ଗ ଏବଂ ବୁଣାକାରମାନଙ୍କ ସହ ସହଭାଗିତାରେ କାର୍ଯ୍ୟ କରୁଥିବା ମେଟ୍ରୋ ସହରଗୁଡିକର ଅନେକ ଡିଜାଇନର ଏଠାରେ ନିଜ କାର୍ଯ୍ୟର ୫୦,୦୦୦ରୁ ଅଧିକ ବିବିଧତା ପ୍ରଦର୍ଶନ କରିଛନ୍ତି । ଏହି ପ୍ରଦର୍ଶନୀ ତଥା ସେଲ୍ ଭୁବନେଶ୍ୱର ଜନପଥସ୍ଥିତ ଦ ନ୍ୟୁ ମାରିୟନଠାରେ ୧୯ ମାର୍ଚ୍ଚ ୨୦୨୧ରୁ ୨୮ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ସକାଳ ୧୦ଟା ୩୦ରୁ ରାତି ୮ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଜାରି ରହିବ ।

ପ୍ରଦର୍ଶନୀରେ କରୋନା ସମ୍ବନ୍ଧିତ ଗାଇଡଲାଇନ୍‌ଗୁଡିକର କଠୋରତାର ସହ ଅନୁପାଳନ କରାଯାଉଛି, ଲୋକମାନଙ୍କୁ ସେମାନଙ୍କ ଫେସ୍ ମାସ୍କ ବିନା ପ୍ରବେଶ କରିବାକୁ ଅନୁମତି ଦିଆଯାଉନାହିଁ ଏବଂ ପ୍ରବେଶ ପଥରେ ସାନିଟାଇଜିଙ୍ଗ୍ ସୁବିଧା ଉପଲବ୍ଧ ରହିଛି । ସିଲ୍କ ଇଣ୍ଡିଆ-ୱେଡିଙ୍ଗ୍ କଲେକ୍ସନର ଆୟୋଜକ, ମାନସ ଆଚାର୍ଯ୍ୟ କହିଛନ୍ତି, ଏହି ହସ୍ତତନ୍ତ ପ୍ରଦର୍ଶନୀର ମୁଖ୍ୟ ସାମାଜିକ ଉଦ୍ଦେଶ୍ୟ ହେଉଛି ବୁଣାକାରମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ହସ୍ତତନ୍ତ ଶିଳ୍ପକୁ ଏକ ବଜାର ପ୍ରଦାନ କରିବା । ଏହି ପ୍ରଦର୍ଶନୀଗୁଡିକ ମାଧ୍ୟମରେ ଆମେ ବୁଣାକାର ଓ ସେମାନଙ୍କୁ ହସ୍ତତନ୍ତ ବୁଣା ସାମଗ୍ରୀଗୁଡିକ ପାଇଁ ଯେଉଁଠାରେ ପ୍ରଦର୍ଶନୀ ସମ୍ଭବ ନୁହେଁ ସେଠାରେ ମଧ୍ୟ ଉନ୍ନତ ବଜାର ସୃଷ୍ଟି କରିବାକୁ ସକ୍ଷମ ହୋଇଛୁ । ପ୍ରଦର୍ଶନର ଉଦ୍ଦେଶ୍ୟ ହେଉଛି ବ୍ୟବସାୟୀଙ୍କ ବିନା ଗ୍ରାହକଙ୍କ ନିକଟରେ ସିଧାସଳାଖ ଶୁଦ୍ଧ ସିଲ୍କ ଓ କଟନ ଉତ୍ପାଦଗୁଡିକୁ ପହଂଚାଇବା । ପ୍ରଦର୍ଶିତ ହେଉଥିବା କଟନ ଓ ସିଲ୍କ ହସ୍ତତନ୍ତ ଉତ୍ପାଦଗୁଡିକର ମୂଲ୍ୟ ୫୦୦ ଟଙ୍କାରୁ ଆରମ୍ଭ କରି ସ୍ୱତନ୍ତ୍ର ହାତ ତିଆରି ଶାଢୀଗୁଡିକ ପାଇଁ ୧,୫୦,୦୦୦ ଟଙ୍କା ମଧ୍ୟରେ ରହିଛି । ଡୋକ୍‌ରା ଆଦିବାସୀ ଅଳଙ୍କାର ଓ ଛନ୍ନାପାଟ୍‌ନପା ଖେଳନାଗୁଡିକ ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରୁଛି ।

କୋଏମ୍ବାଟୁର ସିଲ୍କ, ଆସାମର ମୁଗା ସିଲ୍କ, ବେଙ୍ଗାଲୁରୁ ସିଲ୍କ, କ୍ରେପ୍ ଓ ଜର୍ଜେଟ୍ ଶାଢୀ, କର୍ଣ୍ଣାଟକର ର’ ସିଲ୍ମ ମ୍ୟାଟେରିଆଲ, କଲମକାରି, ପୋଚମ୍‌ପାଲ୍ଲି, ମଙ୍ଗଳଗିରି ଡ୍ରେସ୍ ମ୍ୟାଟେରିଆଲ, ଉପଦା, ଗଡ୍‌ୱାଲ, ଧରମ୍‌ାୱରମ୍‌, ଅର୍‌ଗାଞ୍ଜା ସିଲ୍କ ଶାଢୀ, ଆନ୍ଧ୍ରପ୍ରଦେଶର ଶୁଦ୍ଧ ସିଲ୍କ ଜରି ଶାଢୀ, ଟସର, କାନ୍ଥା, ବିହାରର ଭାଗଲପୁର ଡ୍ରେସ୍‌ ମ୍ୟାଟେରିଆଲ, କୋସା ସିଲ୍କ ଶାଢୀ,ଘିଚା ସିଲ୍କ ଶାଢୀ, ମଲ୍‌ବେରୀ ର’ ସିଲ୍କ, ଛତିଶଗଡର ବ୍ଲକ୍ ପ୍ରିେଂଟଡ୍ ସିଲ୍କ ଶାଢୀ, ବାନ୍ଧନି, ପାଟୋଲା, କଛ୍ ଏମ୍ବ୍ରୋ ଏଡରୀ, ଗୁଜରାଟୀ ମିରର୍ ୱର୍କ ଓ ଗୁଜରାଟର ଡିଜାଇନର କୂର୍ତି, ତାବି ସିଲ୍କ ଶାଢୀ, ପସ୍‌ମିନା ସାଲ୍‌, ଜମ୍ମୁ ଓ କଶ୍ମୀରର ଚିନାନ୍ ସିଲ୍କ ଶାଢୀ, ବମ୍‌କାଇ, ଓଡିଶାର ସମ୍ବଲପୁରୀ, ବନ୍ଧେଜ୍‌, ବାନ୍ଧନି ସିଲ୍କ ଶାଢୀ, ଜୟପୁର କୂର୍ତି, ବ୍ଲକ୍ ପ୍ରିଂଟ୍‌, ସାଙ୍ଗାନେରି ପ୍ରିଂଟ୍‌, ରାଜସ୍ଥାନର କୋଟା ଡୋରିଆ ଜୟପୁରୀ ରଜାଇ ଓ ବେଡ୍‌ସିଟ. ତାନ୍‌ଚୋଇ, ବନାରସି ଜାମ୍‌ଦାନି, ଜାମାବର, ଜାମ୍‌ଦାନି, ବ୍ରକେଟ୍ ଡ୍ରେସ୍ ମ୍ୟାଟେରିଆଲ, ଉତରପ୍ରଦେଶର ଲଖ୍‌ନଭି ଚିକାନ, ଶାନ୍ତି ନିକେତନ, କାନ୍ଥା ଶାଢୀ, ଡିଜାଇନର ଶାଢୀ, ବାଲୁଚାରି, ନିମ୍‌ଜରି ଶାଢୀ, ପ୍ରିଂଟେଡ୍ ଶାଢୀ, ପଶ୍ଚିମବଙ୍ଗର ଢାକାଇ ଜାମ୍‌ଦାନି, ମହାରାଷ୍ଟ୍ରର ଜରି ପୈଠାନି ଶାଢୀ ଆଦି ଏହି ପ୍ରଦର୍ଶନୀରେ ଉପଲବ୍ଧ ରହିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
ମହିଳା ଦିବସ ଅବସରରେ ଆଫସାର ହର୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ୯ଜଣ ମହିଳା ଚେଞ୍ଜମେକର ଏବଂ ୧୨ଜଣ ହର୍ ଓଡ଼ିଶା ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ

AAFSA’s “Her Odisha” Program on the Occasion of International Women’s Day

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version