No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୦ ମାର୍ଚ୍ଚ , ଶନିବାର ) ଓଡ଼ଗାଁ :- ଖରା ଦିନ ଆରମ୍ଭ ରୁ ଗ୍ରୀଷ୍ମ ପ୍ରବାହ ଖୁବ୍ ଜୋର ରେ ଅନୁଭୂତ ହେଉଥିବା ବେଳେ ପାନୀୟ ଜଳର ସଙ୍କଟ ଧୀରେ ଧୀରେ ଗାଁ ଗହଳି ରେ ବୃଦ୍ଧି ପାଇବାରେ ଲାଗିଛି । ଏହି ପାନୀୟ ଜଳ ର ସୁବ୍ୟବସ୍ଥା ତଥା ସୁଦ୍ଧ ଜଳ ଯୋଗାଣ ନିମନ୍ତେ ଅଣ୍ଟା ଭିଡିଥିଲେ ସମାଜସେବୀ ଦିଲ୍ଲୀପ କୁମାର । ନା ସରକାର ଙ୍କ ସହାୟତା ନା କୌଣସି ପ୍ରସାଶନ ର ସାହାର୍ଯ୍ୟ ଲୋଡିଛନ୍ତି ନିଜେ ନିଜର ଉପର୍ଜିତ ଧନରେ ଲୋକ ଙ୍କ ପାଈଁ ସୁବିଧା ମୂଳକ କାର୍ଯ୍ୟ କରି ଏକ ଉଦାହରଣ ପାଲଟିଛନ୍ତି । ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ପଞ୍ଚାୟତ ର ନାଉରିଆଗୋଡା ର ଦିଲ୍ଲୀପ କୁମାର ବେହେରା ଆଜି ନାଉରିଆ ଛକ ଠାରେ ହଜାର ହଜାର ଲୋକ ଙ୍କ ର ପାନୀୟ ଜଳର ଅଭାବ ଦୂର କରିବା ସହିତ ଏକ ଆକ୍ୱାଗାର୍ଡ ସ୍ଥାପନ କରିଛନ୍ତି । ଦିଲ୍ଲୀପ ବେହେରା ନିଜସ୍ଵ ଉପର୍ଜିତ ଧନ ୯୨ ହଜାର ଟଙ୍କା ଖର୍ଚ୍ଚ କରି ୮୦ ଲିଟର କ୍ଷମତା ବିଶିଷ୍ଟ ଆକ୍ୱାଗାର୍ଡ ନିର୍ମାଣ କରିଛନ୍ତି ।
ଏଥିସହିତ ଲୋକ ଙ୍କ ସ୍ବାସ୍ଥ୍ୟକୁ ମଧ୍ୟ ଧ୍ୟାନରେ ରେ ରଖି ବିଶୁଦ୍ଧ ପାନୀୟ ଜଳ ର ବ୍ୟବସ୍ଥା କରାଇଥିବା ଦେଖା ଦେଇଛି । ନାଉରିଆଗୋଡା ଛକ ଠାରେ ଥିବା ସ୍ଥାନୀୟ ଲୋକଙ୍କ ଙ୍କ ଭିତରେ ପାନୀୟ ଜଳର ଘୋର ସଙ୍କଟ ଦେଖା ଦେଇ ଆସୁଥିଲା । କେବଳ ସ୍ଥାନୀୟ ଅଞ୍ଚଳବାସୀ ନୁହେଁ ଏହି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ରାସ୍ତା ରେ ଯାଉଥିବା ବହୁ କ୍ଲାନ୍ତ ବାଟୋଇ , ଛାତ୍ର ଛାତ୍ରୀ ତଥା ବୃଦ୍ଧା , ପୀଡିତା ଇତ୍ୟାଦି ଙ୍କୁ ଯଥେଷ୍ଟ ସହାୟ ହେବ । ପ୍ରଚଣ୍ଡ ଖରା ଦାଉରୁ ତୃଷ୍ଣା ମେଣ୍ଟେଇବା ପାଇଁ ସବୁ ଦିଗରେ ସହାୟତା କରିବ ବୋଲି ସ୍ଥାନୀୟ ଜନସାଧାରଣ ଆଶା ପ୍ରକଟ କରିଛନ୍ତି । ଲୋକ ଙ୍କ ଦୁର୍ଦାଶା ଏକ ନୂତନ ଆଶା ବାନ୍ଧିଛନ୍ତି ଶ୍ରୀ ଦିଲ୍ଲୀପ ବେହେରା । ଏବଂ ଦିଲ୍ଲୀପ ବେହେରା ଙ୍କ ଏହି ମହାନୀୟତା କାର୍ଯ୍ୟ ପାଇଁ ସ୍ଥାନୀୟ ଅଂଚଳର ଜନସାଧାରଣ ଏବଂ ବୁଦ୍ଧିଜୀବି ମହଲରେ ଭୁରୀ ଭୁରୀ ପ୍ରଶଂସା କରିଛନ୍ତି । ଏହିଭଳି ଲୋକ ଆଦରଣୀୟ କାର୍ଯ୍ୟ ଯୁବ ସମାଜ କୁ ଏକ ଉତ୍ତମ ଶିକ୍ଷା ପ୍ରଦାନ କରିବ ବୋଲି ଆଶା ବିଶ୍ୱାସ । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result