No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ମାର୍ଚ୍ଚ ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ପରିସର ରେ ଜିଲ୍ଲା ମୁଖ୍ୟ ଆନୁକୂଲ୍ୟରେ ଦୀର୍ଘ ପାଞ୍ଚଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଆଜି ଉଦଯା ଫିପିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ସାମନ୍ତରାୟଙ୍କ ସଭାପତିତ୍ୱରେ ମହୋତ୍ସବର ଅନୁଷ୍ଠିତ ଉଦଯାପନି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା , ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ମାନଙ୍କ କ୍ଷେତ୍ରରେ ସରକାରଙ୍କ ରହିଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଓ ଉନ୍ନତ ମାନର କୃଷି ପ୍ରଣାଳୀର ବିଭିନ୍ନ ଦିଗ ଉପରେ ଆଲୋଚନା କରି ଚାଷୀମାନେ କିଭଳି କମ ଖର୍ଚ୍ଚରେ ଅଧିକ ଲାଭାନ୍ବିତ ହୋଇ ପାରିବେ ସେ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ସାମନ୍ତରାୟ , କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କୃଷି ଓ କୃଷକ ମାନଙ୍କ ସଶକ୍ତିକରଣ ଦିଗରେ ଜିଲ୍ଲା କୃଷି ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନା , ଡାଲି ଜାତୀୟ ଚାଷ, ଉନ୍ନତ ମାନର ଚାଷ ପ୍ରଣାଳୀ ପ୍ରଭୃତି ଉପରେ ବିସ୍ତୃତ ଭାବେ ଉପସ୍ଥିତ ଚାଷୀ ମାନଙ୍କୁ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ଆର: ବିଜୟ କୁମାର , ଗୋସାଣି ସାଂସଦ ପ୍ରତିନିଧି ଶ୍ରୀ ବସନ୍ତ କୁମାର ଦାସ , କାଶୀନଗର ସାଂସଦ ପ୍ରତିନିଧି ଶ୍ରୀ ସୀମାଦ୍ରୀ ଜେନା ଓ ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିସ୍ୟାଧିକାରୀ ଡାଃ ଶ୍ରୀନିବାସ ସାହୁ ପ୍ରମୁଖ ଯୋଗଦେଇ କୃଷି ଓ କୃଷକ ମାନଙ୍କ । ବିକାଶ ଉପରେ ବିସ୍ତୃତ ଭସବେ ଆଲୋଚନା କରିଥିଲେ । ଆଜିର ଏହି ଉଦଯାପନି ସଭା କାର୍ଯ୍ୟକ୍ରମକୁ ସହକାରୀ କୃଷି ଅଧିକାରୀ ଶୁଭଶ୍ରୀ ପ୍ରିୟଦର୍ଶନୀ ଓ ସହକାରୀ କୃଷି ଅଧିକାରୀ ସସ୍ମିତା ବେହେରା ସଂଯୋଜନା କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ’କୁ ସହକାରୀ କୃଷି ଅଧିକାରୀ ସୁରଜ କୁମାର ପାତ୍ର ଓ ଡିଇଓ ଶ୍ରୀ ପପୁ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।
ଦୀର୍ଘ ପାଞ୍ଚ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ବିଭିନ୍ନ ଦିନ ମାନଙ୍କରେ ମୁଖ୍ୟତଃ ରାଜ୍ୟସ୍ତରୀୟ କୃଷି ମହୋତ୍ସବ ଏବଂ କୃଷି ଓ କୃଷକ ସଶକ୍ତିକରଣ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣର ସିଧା-ପ୍ରସାରଣ , ଚାଷୀଙ୍କ ଉନ୍ନତି ଦିଗରେ କୃଷକ ଉତ୍ପାଦନ ସଙ୍ଘର ଭୂମିକା , ଓଡ଼ିଶାରେ ଫୁଲ ଚାଷ’ର ସମ୍ଭାବ୍ୟତା , ପୋଷଣୀୟ ମତ୍ସ୍ୟଚାଷ , କୁକୁଡ଼ା ପାଳନ ଓଡିଶାର ଏକ କ୍ରମ-ବର୍ଦ୍ଧିଷ୍ଣୁ ଉଦ୍ୟୋଗ , ଏକ ଔଦ୍ୟୋଗିକ ଦୃଷ୍ଟି’ରୁ ଓଡିଶା’ରେ ବ୍ୟବସାୟିକ ଗୋପାଳନ, ସମନ୍ୱିତ ଚାଷର ନୂତନ ଦିଗନ୍ତ , ଫସଲ ଖସଡ଼ା’ର ବିଭିନ୍ନତା , ମିଲେଟ ମିଶନ ପ୍ରୋତ୍ସାହନ , ପ୍ରଭାବ ଓ ପୌଷକୀୟତା , ଜୈବିକ ଚାଷ’ର ଆଧୁନିକ ପଦକ୍ଷେପ , କୃଷି ଉଦ୍ୟୋଗ ସମ୍ପର୍କିତ ସମାରୋହ ପ୍ରଭୃତି ଉପରେ ଆଲୋଚନା ଓ ବିଭିନ୍ନ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କୃଷି ମହୋତ୍ସବ ପାଳନ ସ୍ଥଳରେ ବିଭିନ୍ନ କୃଷି କାର୍ଯ୍ୟ ଉପରେ ଏବଂ କୃଷକ ମାନଙ୍କ ସଚେତନ ପାଇଁ କୃଷି ବିଭାଗ , ମିଲେଟ ମିଶନ , ମତ୍ସ୍ୟ ବିଭାଗ , କୃଷି-ଉଦ୍ୟାନ ବିଭାଗ ଓ ଅନ୍ୟାନ୍ୟ କୃଷି ସମ୍ବନ୍ଧୀୟ ବିଭାଗ ପକ୍ଷରୁ ସେମାନଙ୍କ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ମୂଳକ୮ ଗୋଟି ପ୍ରଦର୍ଶନୀ ଷ୍ଟଲ ଖୋଲା ଯାଇଥିବା ବେଳେ ସଚେତନତା ଓ ଜାଣିବା ପାଇଁ ବିଭିନ୍ନ ଚାଷ ପ୍ରଣାଳୀ , ରିହାତି ଓ ଅନ୍ୟାନ୍ୟ ସବୁ ଉପରେ ସଚେତନତା ପୁସ୍ତକ ଓ ପତ୍ରିକା ବଣ୍ଟନ କରାଯାଇଥିଲା । (ରିପୋର୍ଟ –ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result