No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୭ ମାର୍ଚ୍ଚ ବୁଧବାର ) ଭୁବନେଶ୍ୱର :- ଓଡ଼ିଶା ଦଳ ଯେଉଁଥିରେ ଛାତ୍ରୀ ସ୍ୱୟଂସେବିକାମାନଙ୍କ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟ ରୁ ଆକାଂକ୍ଷା କବି, ତୁଳସୀ ମହିଳା ମହାବିଦ୍ୟାଳୟ କେନ୍ଦ୍ରାପଡ଼ା ରୁ ପୂର୍ଣ୍ଣିମା ପତି ଏବଂ ସଂଗୀତା ସାହୁ, କମଳା ନେହେରୁ ମହିଳା ମହାବିଦ୍ୟାଳୟ ରୁ ପୂଜା ଡାକୁଆ ଏବଂ ସଂଗୀତା ପ୍ରଧାନ ଓ ଛାତ୍ର ସ୍ଵୟଂସେବକ ମାନଙ୍କ ମଧ୍ୟରେ ସନାତନ ହରିଚନ୍ଦନ ଡିଗ୍ରୀ ମହାବିଦ୍ୟାଳୟ ରୁ ଅଶ୍ଵିନୀ କୁମାର ମିଶ୍ର, ଲୋକନାଥ ମହାବିଦ୍ୟାଳୟ ରୁ ଶଶାଙ୍କ ଶେଖର ପତି ଏବଂ ଶ୍ରୀକାନ୍ତ ପଣ୍ଡା, ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ ରୁ ଅଭିଜିତ କୁମାର ଏବଂ ଅଜିତ୍ କୁମାର ଯେଉଁମାନେ କେନ୍ଦ୍ରାପଡ଼ା ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ ଡ. ପଦ୍ମଜା କବି ଶତପଥୀ ଙ୍କ ନେତୃତ୍ୱ ରେ ୨୦୨୧ ମାର୍ଚ୍ଚ ୧୦-୧୬ ବରେଲି ଉତ୍ତର ପ୍ରଦେଶ ଠାରେ ଜାତୀୟ ସେବା ଯୋଜନା ଦ୍ଵାରା ଆୟୋଜିତ ରାଷ୍ଟ୍ରୀୟ ଏକତା ଶିବିର ରେ ଯୋଗ ଦେଇଥିଲେ ।
ପ୍ରତିଦିନ ଉଭୟ ସ୍ଵୟଂସେବକ ଏବଂ ସ୍ୱୟଂସେବିକା ବିଭିନ୍ନ କାର୍ଯ୍ୟକ୍ରମ ଯଥା ବିଶ୍ଵବିଦ୍ୟାଳୟ ପରିସର ସଫେଇ, ଯୋଗ ଓ ପ୍ରାତଃ ବ୍ୟାୟାମ, ସାଂସ୍କୃତିକ କାର୍ଯ୍ୟକ୍ରମ, ପରସ୍ପର ରାଜ୍ୟ ମଧ୍ୟରେ ଭାବ ବିନିମୟ ଭଳି କାର୍ଯ୍ୟ ରେ ଅଂଶ ଗ୍ରହଣ କରିଥିଲେ। ସ୍ଵୟଂସେବକ ମାନଙ୍କ ମଧ୍ୟରେ ଭିନ୍ନ ପ୍ରତିଯୋଗିତା ଯଥା – ବକୃତା,ରଙ୍ଗୋଲି, କବିତା ଆବୃତ୍ତି, ସାଂସ୍କୃତିକ ନୃତ୍ୟ ଓ ସଙ୍ଗୀତ ର ଆୟୋଜନ ମଧ୍ୟ ହୋଇଥିଲା, ଯେଉଁଥିରେ ଓଡ଼ିଶା ରାଜ୍ୟ କିଟ୍ ବିଶ୍ଵବିଦ୍ୟାଳୟ ସ୍ୱୟଂସେବିକା ଆକାଂକ୍ଷା କବି ବକୃତା ପ୍ରତିଯୋଗିତାରେ ରେ ନିଜର ଚମତ୍କାର ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ ।
ଏହି ଅବସର ରେ ପ୍ରତ୍ୟେକ ସ୍ୱୟଂସେବକ ଙ୍କୁ ଇଜ୍ଜତନଗର ରେ ରହିଥିବା ରେଳ କାରଖାନା, ଜାତୀୟ ପଶୁ ଗବେଷଣା ପ୍ରତିଷ୍ଠାନ ଓ ବରେଲି ରେ ଥିବା ଏକ ସୁନ୍ଦର ମଲ୍ ର ପରିଦର୍ଶନ କରିବାର ସୁଯୋଗ ମିଳିଥିଲା । କୋରୋନା କାଳ ପରେ ଅନୁଷ୍ଠିତ ହୋଇଥିବା ଏହା ପ୍ରଥମ ଜାତୀୟ ସ୍ତରୀୟ ଶିବିର ଥିଲା ଯେଉଁଥିରେ ୧୨ ଟି ରାଜ୍ୟ ଯଥା- ବିହାର, ଚଣ୍ଡୀଗଡ଼, ଛତିଶଗ଼ଡ, କର୍ଣ୍ଣାଟକ, ହରିୟାଣା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ, ଗୁଜରାଟ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଓ ଓଡ଼ିଶା ଅଂଶ ଗ୍ରହଣ କରିଥିଲେ ।
No Result
View All Result