କଟକ, ମାହାଙ୍ଗା (ଓଡିଶା ତାଜା ନିଉଜ ) ମାହାଙ୍ଗା 12/02/2020 :- ଆଜିର ବିଜ୍ଞାନ ଯୁଗରେ ଶିକ୍ଷାନୁଷ୍ଠାନ ଗୁଡିକର ଉତ୍ତମ ଭିତିଭୂମି ବିକାଶ ହେଲେ ମଣିଷ ତିଆରି କାରଖାନାର ଉନ୍ନତି ହେବାସହ ସେ ଅନୁଷ୍ଠାନ ରୁ ସୁ ଛାତ୍ରଛାତ୍ରୀ ସୃଷ୍ଟିହୋଇପାରିବେ ବୋଲି କଟକ ଜିଲ୍ଲା ନିଶ୍ଚନ୍ତ କୋଇଲି ନତକାଇ ପଂଚାୟତ ସ୍ଥିତ ବାଣୀନଗର ଠାରେ ଥିବା ବଲ୍ଲଭୀ ଦେବୀ ମହିଳା ମହାବିଦ୍ୟଳର ରଜତ ଜୟନ୍ତୀ ଉତ୍ସବ ପାଳନ ଅବସରରେ ଯୋଗଦେଇ ଅତିଥି ମାନେ ମତବ୍ୟକ୍ତ କରିଚନ୍ତି,
ଏହି ମହାବିଦ୍ୟାଳୟର ଭିତ୍ତିଭୁମିକୁ ଆଉ ଦି ପାଦେ ଆଗେଇନେବାକୁ ଯାଇ ମହାବିଦ୍ୟାଳୟ ପରିସରରେ କଲେଜ ପିଲାଙ୍କ ଆମୋଦ ପ୍ରମୋଦ ପାଇଁ ଏକ ନୂତନ ପାର୍କ ର ଉଦଘାଟନ କରିଥିଲେ ଆମନ୍ତ୍ରିତ ଅତିଥି ମାନେ, ଏଥି ସହିତ ମହାବିଦ୍ୟାଳୟର ପ୍ରାଣପ୍ରତିଷ୍ଠାତା ପୂର୍ବତନ ବରିଷ୍ଠ ମନ୍ତ୍ରୀ ତଥା ସାଲେପୁର, କଟକ ସଦର ପୂବତନ ବିଧାୟକ ସ୍ବର୍ଗତ କାଳନ୍ଦୀ ବେହେରାଙ୍କ ପ୍ରତିମୂର୍ତ୍ତି କୁ ଅତିଥି ମାନେ ଉଦଘାଟନ କରିବାସହ ଓଡିଶା ରାଜନୀତିର ସ୍ବର୍ଗତ କାଳନ୍ଦୀ ବେହେରାଙ୍କ ବଳିଷ୍ଠ କାର୍ଯ୍ୟକ୍ରମ ସମ୍ପର୍କରେ ଉଦବୋଧନ ଦେଇଥିଲେ, ମହାବିଦ୍ୟାଳୟର +2 ବିଭାଗର ଅଧକ୍ଷା ନିବେଦିତା ଦାଶ ଙ୍କ ପୌରହିତ୍ୟରେ ଆୟୋଜିତ ରଜତ ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ପଂଚାୟତରାଜ ଆଇନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ଆଜିର ଅତ୍ୟାଧୁନିକ ଯୁଗରେ ଅଧ୍ୟାପକ ଅଧ୍ୟାପିକା ମାନେ ଛାତ୍ରଛାତ୍ରୀ ମାନଙ୍କୁ ନିଜର ପୁଅଝିଅ ଭଳି ସମସ୍ତ ସୁ ଶିକ୍ଷା ଦେଲେ ଅନୁଷ୍ଠାନର ଉତ୍ତୋରତ୍ତର ଉନ୍ନତି ହୋଇପାରିବ ବୋଲି କହିଥିଲେ, ସମ୍ମାନିତ ଅତିଥିଭାବେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା, ନିଶ୍ଚନ୍ତ କୋଇଲି ବ୍ଲକ ଅଧ୍ୟକ୍ଷା ସବିତା ଓଝା,ଜିଲ୍ଲାପରିଷଦ ସଭ୍ୟା ସବିତା ସାମଲ,
ସମିତି ସଭ୍ୟ ଅଜୟ ବେହେରା ସରପଞ୍ଚ ବନ୍ଦନା ମାଝୀ, ପ୍ରମୁଖ ଯୋଗଦେଇ ଥିଲେ, ଅଧ୍ୟାପିକା ଡ଼ଃ ରିତା ଷଡ଼ଙ୍ଗୀ ବିବରଣୀ ପାଠ ଓ ମଞ୍ଚ ପରିଚାଳନା କରିଥିବାବେଳେ କଲେଜ ଅଧ୍ୟକ୍ଷା ପୁଷ୍ପିତା ଜେନା ଅତିଥି ପରିଚୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ, ଏହି ଅବସରରେ ମହିଳା ମହାବିଦ୍ୟାଳୟର ଛାତ୍ରୀ ମାନେ ସଂଗୀତ ନୃତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ, ଏଥିରେ ନିଶ୍ଚନ୍ତ କୋଇଲି ବିଜେଡି ବ୍ଲକ ସଭାପତି ଅଶୋକ ଓଝା,ଗିରିଶ ରଞ୍ଜନ ମହାପାତ୍ର, ଦେବେନ୍ଦ୍ର ସାହୁ, ଜ୍ୟୋତି ପ୍ରକାଶ ସ୍ୱାଇଁ,
ରମେଶ ଚନ୍ଦ୍ର ସାଇଁ, ଷ୍ଟାଲିନ ରାଉତ, ଖିରୋଦ ପଣ୍ଡା, ନରେନ୍ଦ୍ର ବାରିକ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଅଭିଭାବକ, ଓ ଛାତ୍ରୀମାନେ ଉପସ୍ଥିତ ରହିଥିଲେ , ଅନ୍ୟତମ ଅତିଥି ଭାବେ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଆଧୁନିକ ଯୁଗରେ ଛାତ୍ରୀ ମାନେ ଶୃଙ୍ଖଳିତ ହୋଇ ଶିକ୍ଷାଗ୍ରହଣ କରିବା ସହ ମହାବିଦ୍ୟାଳୟରେ ନିଜର ଉତ୍ତରଦାୟିତ୍ୱ ବାହାନ କଲେ ଛୋଟ ଅନୁଷ୍ଠାନ ଟି ଦିନେ ମହା ଦ୍ରୁମ ହୋଇ ସମାଜରେ ନା କରିବ ବୋଲି କହିଥିଲେ,ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ