• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କଳାହାଣ୍ଡି ଜିଲ୍ଲାରେ ଦଲାଲଙ୍କ କବ୍‌ଜାରେ – ଆଦିବାସୀଙ୍କ ମହୁଲ ଫୁଲ

Proprietor Abhimanyu Maharana by Proprietor Abhimanyu Maharana
March 17, 2021
in ଓଡ଼ିଶା, କଳାହାଣ୍ଡି, ହୋମ୍
0
କଳାହାଣ୍ଡି ଜିଲ୍ଲାରେ ଦଲାଲଙ୍କ କବ୍‌ଜାରେ – ଆଦିବାସୀଙ୍କ ମହୁଲ ଫୁଲ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୭ ମାର୍ଚ୍ଚ ବୁଧବାର ) ଭବାନୀପାଟଣା  :- କଳାହାଣ୍ଡି ଜିଲ୍ଲାରେ ଦଲାଲଙ୍କ କବ୍‌ଜାରେ ଆଦିବାସୀଙ୍କ ମହୁଲ ଫୁଲ ଥିବାବେଳେ ମହୁଲର ଅଭାବୀ ବିକ୍ରି ଯୋଗୁଁ ଲୋକେ କମ୍‌ ଦରରେ ମହୁଲକୁ ଦଲାଲ ହାତରେ ଟେକି ଦେଉଛନ୍ତି। ମହୁଲର ଏମ୍‌ଏସ୍‌ପି ଦର କେଜି ପିଛା ୨୫ ଟଙ୍କା ଥିବାବେଳେ ଏହାର ଅଧା ଦାମ୍‌ରେ ପ୍ରାୟ କେଜି ପିଛା ୧୦ରୁ ୧୫ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଜିଲ୍ଲାରେ ମହୁଲ ପାଇଁ ବଜାର ନଥିବା ବେଳେ ଶାଗମାଛ ଦରରେ ମହୁଲ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାର ଏନେଇ କୌଣସି ପଦକ୍ଷେପ ନନେବାରୁ ଏହି ଲଘୁବନଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ଲୋକେ ସରକାରଙ୍କ ଉଦାସୀନ ମନୋଭାବ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ୭୨ଟି ଲଘୁ ବନଜାତ ଦ୍ରବ୍ୟକୁ ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରିଛନ୍ତି । ଏହି ୭୨ଟି ଲଘୁବନଜାତ ମଧ୍ୟରେ ମହୁଲ୍‌ ମଧ୍ୟ ସାମିଲ ହୋଇଛି। ପଞ୍ଚାୟତ ପକ୍ଷରୁ ମହୁଲ ଫୁଲର ସର୍ବନିମ୍ନ ସହାୟକ ମୂଲ୍ୟ ୨୫ ଟଙ୍କା କେଜି ପିଛା ଧାର୍ଯ୍ୟ କରାଯାଇଛି । କିନ୍ତୁ କଳାହାଣ୍ଡି ଜିଲ୍ଲାରେ ଏହାର ବଜାର ଅଭାବରୁ ମାତ୍ର ୧୦ ରୁ ୧୫ ଟଙ୍କା କେଜି ପିଛା ଦରରେ ବିକ୍ରି ହେଉଛି। ପର୍ଯ୍ୟାପ୍ତ ଗୋଦାମ ଓ ଆବଶ୍ୟକ ଭିତ୍ତିୂଭୁମିର ଅଭାବ ଯୋଗୁଁ ଲୋକେ ମହୁଲକୁ ମହଜୁଦ୍‌ ରଖିବାରେ ସକ୍ଷମ ହୋଇପାରୁନାହାନ୍ତି।

ସରକାରଙ୍କ ନିୟମ ଅନୁଯାୟୀ ମହିଳା ଏସ୍‌ଏଚ୍‌ଜିଙ୍କୁ ଏହାର କ୍ରୟ ଦାୟିତ୍ବ ଦେବାକୁ ଥିଲେ ମଧ୍ୟ ଦଲାଲ ଓ ଅବକାରୀ ବିଭାଗର ମସୁଧା ଯୋଗୁଁ ଦାୟିତ୍ବ ନଦେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦଲାଲଙ୍କ ଗୋଦାମରେ ଅବକାରୀ ବିଭାଗ ପକ୍ଷରୁ ବେଆଇନ ମହୁଲ ସଂଗ୍ରହ ପାଇଁ ଚଢ଼ଉ କରାଯାଉନାହିଁ। ଓଲଟା ସେମାନଙ୍କ ଠାରୁ ହାତଗୁଞ୍ଜା ନେଇ ଦେଶୀ ମଦଭାଟିକୁ ସୁହାଇଲା ଭଳି ଭୂମିକା ଗ୍ରହଣ କରାଯାଉଥିବାରୁ କ୍ଷୋଭ ପ୍ରକାଶ ପାଇଛି। ଗରିବ ଲୋକମାନଙ୍କ ପାଇଁ ମହୁଲ ସଂଗ୍ରହ ଏକ ଜୀବିକା ପାଲଟିଥିବା ବେଳେ ଦଲାଲ ଯୋଗୁଁ ଉପଯୁକ୍ତ ମୂଲ୍ୟ ପାଇବାରେ ସକ୍ଷମ ହୋଇପାରୁନାହାନ୍ତି। ବିଶେଷତଃ ମହିଳାମାନେ ଏହି କାର୍ଯ୍ୟରେ ଅଧିକ ନିୟୋଜିତ ହେବାର ଦେଖାଯାଉଛି। କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ମଦଭାଟି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମଦରୁ କୋଟିକୋଟି ଟଙ୍କା ରାଜସ୍ୱ ଆଦାୟ କରୁଛନ୍ତି ରାଜ୍ୟ ସରକାର। ମଦରେ ରାଜସ୍ୱ ଆଦାୟ କରିବାରେ କଳାହାଣ୍ଡି ଜିଲ୍ଲା ଓଡ଼ିଶାର ପ୍ରଥମସ୍ଥାନ ଅଧିକାର କରିଛି। ସରକାର ମହୁଲର ଅଭାବୀ ବିକ୍ରି ପାଇଁ ଆଦିବାସୀଙ୍କ ଜୀବନ ଜୀବିକାରେ ବାଧକ ସାଜିଛନ୍ତି। ଏଥି ପ୍ରତି ପ୍ରଶାସନ କିମ୍ବା ସରକାର କେହି ମଧ୍ୟ ଆନ୍ତରିକତା ଦେଖାଉନାହାନ୍ତି। ଏଥିପାଇଁ ଆଦିବାସୀମାନେ ଶୋଷଣର ଶିକାର ହେଉଥିବାବେଳେ ମହୁଲ ଗୋଟାଳିଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଜିଲ୍ଲାର ଜୁନାଗଡ଼, ଥୁଆମୁଳ ରାମପୁର, ମଦନପୁର ରାମପୁର, କୋକସରା ଓ ଜୟପାଟଣା, ଲାଞ୍ଜିଗଡ଼, କଲମପୁର, ଗୋଲାମୁଣ୍ଡା, ନର୍ଲା ବ୍ଲକ୍‌ ସମେତ ପାହାଡ଼ି ଇଲାକାରେ ଥିବା ଗାଁ ଗୁଡ଼ିକରେ ଶହଶହ ଆଦିବାସୀ ମହୁଲ ସଂଗ୍ରହ କରିଥାନ୍ତି। ଚଳିତ ବର୍ଷ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା କେବଳ ମଦନପୁର ରାମପୁର ବ୍ଲକ୍‌ରେ ମହୁଲ କ୍ରୟ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ୨୫ ଟଙ୍କା ଧାର୍ଯ୍ୟ ହୋଇଛି। ବର୍ଷକ ମଧ୍ୟରେ ୩ମାସ ଜୀବିକା ନିର୍ବାହ କରୁଥିବା ବେଳେ ମହୁଲର ଅଭାବୀ ବିକ୍ରି ତାଙ୍କ ପେଟପାଟଣା ପାଇଁ ପ୍ରତିବନ୍ଧକ ସାଜିଛି ।

ମହୁଲ କ୍ରୟ ବିକ୍ରୟ ଉପରେ ଜିଲ୍ଲାର ସମସ୍ତ ପଞ୍ଚାୟତର ଜନପ୍ରତିନିଧି ଏବଂ କିଛି ସରକାରୀ କର୍ମଚାରୀଙ୍କୁ ନେଇ ଏକ କମିଟି ହେବା କଥା । ସେହି କମିଟିରେ ମୂଲ୍ୟ ଧାର୍ଯ୍ୟ ନିଷ୍ପତି ହେବାପରେ ନିର୍ଦ୍ଦେଶନାମା ଜାରି କରିବା ସହିତ କ୍ରେତାମାନଙ୍କୁ ଲାଇସେନ୍ସ ପ୍ରଦାନ କରିବା କଥା। କିନ୍ତୁ ଏସବୁରେ ବ୍ୟତିକ୍ରମ ଦେଖାଯାଇଛି । ଗ୍ରାମାଞ୍ଚଳରେ ମଦଭାଟି ମାଲିକ ମାନେ କିଛି ଲୋକଙ୍କୁ ରଖି ଆଗୁଆ କମ୍‌ ଦରରେ ମହୁଲ କିଣି ଗଚ୍ଛିତ ରଖୁଛନ୍ତି। ପରବର୍ତ୍ତି ଅବସ୍ଥାରେ ନାମକୁ ମାତ୍ର କିଛି ମହୁଲ କିଣି ସରକାରୀ ଦପ୍ତରରେ ଲୋକ ଦେଖାଣିଆ ଭାବେ କାଗଜ କଲମରେ ଦେଖାଉଛନ୍ତି। ବର୍ଷ ତମାମ ମହୁଲକୁ ସଂଗ୍ରହ କରି ଗଚ୍ଛିତ ରଖୁଥିବା ବେଳେ ଭାଟିରୁ ତିଆରି ମଦରେ ମହୁଲିର ଅସଲି ଗନ୍ଧ ରହୁନାହିଁ। ଶସ୍ତା ପୋଡ଼ା ଗୁଡ଼ରେ ତିଆରି ହେଉଛି ମହୁଲି ମଦ। ଖାଲି ମଦ ନୁହେଁ ଗୋଖାଦ୍ୟ ପାଇଁ ମଧ୍ୟ ମହୁଲକୁ ବ୍ୟବହାର କରାଯାଉଛି। ଲଘୁ ବନଜାତ ଦ୍ରବ୍ୟର ଅଭାବୀ ବିକ୍ରି ଯୋଗୁଁ ଚିନ୍ତାରେ କଳାହାଣ୍ଡି ଜିଲ୍ଲାର ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ଆଦିବାସୀ। ବିଭିନ୍ନ ଲଘୁ ବନଜାତ ଦ୍ରବ୍ୟ ମଧ୍ୟରେ ପ୍ରମୁଖ ଲଘୁ ବନଜାତ ଦ୍ରବ୍ୟ ହେଉଛି ମହୁଲ। ବିଗତ ଦିନ ମାନଙ୍କରେ ନିୟମ ମୁତାବକ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ପୂର୍ବରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ବସି କ୍ରୟ ବିକ୍ରୟ ଉପରେ ଆଲୋଚନା ହେଉଥିଲା ।

ଏବେ କିନ୍ତୁ କିଛି ବର୍ଷ ହେବ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଉ ଆଲୋଚନା ହେବା ପୂର୍ବରୁ ଭାଟି ମାଲିକମାନେ ଏପରିକି କିଛି ଖୁଚୁରା ବେପାରୀ ଗାଁଗାଁ ବୁଲି ମହୁଲ ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି। ଶସ୍ତା ଦରରେ ମହୁଲ କିଣି ଭାଟି ମାଲିକ, ଭାଟି ମ୍ୟାନେଜର ଓ ଖୁଚୁରା ବେପାରୀମାନେ ମାଲାମାଲ ହେଉଛନ୍ତି। ମହୁଲ  ଲାଇସେନ୍ସ ଧାରୀମାନେ ଅଧିକ ମହୁଲ କ୍ରୟ କରି ଅବକାରୀ ବିଭାଗ ସହିତ ସଲାସୁତରା ହେଉଛନ୍ତି। କମ୍‌ କ୍ରୟ କରିଥିବା ଦର୍ଶାଇବାରୁ ସରକାରୀ ତହବିଲକୁ ରାଜସ୍ୱ ନଯାଇ ସେମାନଙ୍କ ହାତ ଚିକ୍କଣ ହେଉଛି। ଜିଲ୍ଲା ପ୍ରଶାସନ ତରଫରୁ ଯଦି ଏହି ଦିଗ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଆନ୍ତା ମହୁଲର ଅଭାବୀ ବିକ୍ରି ଉପରେ ଅଙ୍କୁଶ ଲାଗିପାରନ୍ତା। ଏହାସହ ଆଦିବାସୀ ମାନେ ଠିକ୍‌ ପ୍ରାପ୍ୟ ପାଇପାରନ୍ତେ ବୋଲି ସାଧାରଣରେ ଦାବି ହେଉଛି। ଏନେଇ ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରହ୍ଲାଦ ପ୍ରଧାନଙ୍କୁ ପଚାରିବାରୁ, ଏପର୍ଯ୍ୟନ୍ତ କେବଳ ମଦନପୁର ରାମପୁର ବ୍ଲକ୍‌ରେ ଏମ୍‌ଏସ୍‌ପି ୨୫ଟଙ୍କା ଧାର୍ଯ୍ୟ ହୋଇସାରିଛି। କିଛିଦିନ ପରେ ଅନ୍ୟ ବ୍ଲକ୍‌ମାନଙ୍କରେ ମଧ୍ୟ ଏମ୍‌ଏସ୍‌ପି ଧାର୍ଯ୍ୟ କରାଯାଇ ସରକାରୀ ସ୍ତରରେ ମହୁଲ କ୍ରୟ କରାଯିବ ବୋଲି କହିଛନ୍ତି। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version