No Result
View All Result
୦୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :-> ରକ୍ତ ଦାନ ହେଉଛି ମହତ ଦାନ । ରକ୍ତ ଅଭାବ କାରଣରୁ ଚିକିତ୍ସାଧିନ ଅବସ୍ଥାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥାଏ । ରକ୍ତ ଦାନ କରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଞ୍ଚି ପାରିବ । ଏସବୁକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଛି ବୋଲି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ କହିଛନ୍ତି । ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ଏଫଏଲସି ହୋଲଠାରେ ଆୟୋଜିତ ଏହି ଶିବିରରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟର ୨୦୦ ରୁ ଅଧିକ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।
ରକ୍ତଦାନ ନିମନ୍ତେ ଆବଶ୍ୟକ ସ୍ବାସ୍ଥ୍ୟଗତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଥିବା କର୍ମଚାରୀ କେବଳ ରକ୍ତଦାନ କରିପାରିଛନ୍ତି। ଜିଲ୍ଲା ରକ୍ତ ଭଣ୍ଡାରର ଅଭିଜ୍ଞ କର୍ମଚାରୀଙ୍କ ଦ୍ବାରା ରକ୍ତ ସଂଗ୍ରହ କରାଯାଇ ସୁରକ୍ଷିତ ଭାବେ ରକ୍ତ ଭଣ୍ଡାରକୁ ସମସ୍ତ ସଂଗୃହିତ ରକ୍ତ ପଠାଯାଇଛି । ଆଜିର ଏହି ଶିବିରରେ ଜିଲ୍ଲାରେ ସର୍ବାଧିକ ଭାବେ ୧୭୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ,
ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ ଓ ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ଡେପୁଟି କଲେକ୍ଟର ତଥା ଜିଲ୍ଲା ରେଡକ୍ରସ ସୋସାଇଟି ସେକ୍ରେଟାରୀ ସଞ୍ଜୀବ କୁଲ୍ଲୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସହାୟକ ଜିଲ୍ଲାପାଳ କେ ଅଶୋକ ଚକ୍ରବର୍ତ୍ତୀ,
ବରିଷ୍ଠ ରାଜସ୍ବ ସହାୟକ କୁନା ନାୟକ ଓ ଡଃ ରଞ୍ଜନ ସ୍ୱାଇଁ ଏଥିରେ ସହଯୋଗ କରିଥିଲେ । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଡିଏମଓ ଡ଼ା ନିହାର ରଞ୍ଜନ ପ୍ରହରାଜ, ରକ୍ତ ଭଣ୍ଡାର ଅଧିକାରୀ ଡ଼ା ସାଗର ବାଲା ଓ ଏମଏଲଟି ଲାବୋରୋଟରି ଇନଚାର୍ଜ ଡ଼ା ପ୍ରଣବ କିଶୋର ପାଣିଗ୍ରାହୀଙ୍କ ସମେତ ରକ୍ତ ଭଣ୍ଡାରର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ଶିବିରରେ ରକ୍ତ ସଂଗ୍ରହ କରିଥିଲେ ।

No Result
View All Result