No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ମାର୍ଚ୍ଚ ମଙ୍ଗଳବାର ) ରାଉରକେଲା :- ରାଉରକେଲା ସହରରେ ଟ୍ରାଫିକ ପୋଲିସ ଏବଂ ପରିବହନ ବିଭାଗ ପକ୍ଷରୁ ଜୋରଦାର ଧରପଗଡ଼ । ବିଶେଷ କରି ବିକଟାଳ ଶବ୍ଦ ସୃଷ୍ଟିକାରୀ ସାଇଲେନ୍ସର ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଉଛି ପୋଲିସ । ଚେକିଂ ହେଉଥିବା ସ୍ଥାନରେ ସାଇଲେନ୍ସର ଖୋଲିଦେବା ସହ ୫ ହଜାର ଟଙ୍କା ଲେଖାଁଏ ଫାଇନ୍ ପକାଉଛି ଟ୍ରାଫିକ୍ ପୋଲିସ । ଖାଲି ସାଇଲେନ୍ସର ନୁହେଁ, ସିଟ୍ ବେଲ୍ଟ, ହେଲମେଟ ଏବଂ ମୋବାଇଲରେ କଥା ହୋଇ ଗାଡି ଚଳାଉଥିଲେ ବି ନିଆଯାଉଛି ଦୃଢ କାର୍ଯ୍ୟାନୁଷ୍ଠାନ ।
ସାବଧାନ ଅମାନିଆ ଗାଡି ଚାଳକ ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ଦେବାକୁ ପଡିବ ମୋଟା ଅଙ୍କର ଫାଇନ୍ । ସପ୍ତାହେ ହେଲା ରାଉରକେଲା ସହରରେ ଗାଡିଂ ଚେକିଂକୁ ଜୋରଦାର କରିଛି ଟ୍ରାଫିକ୍ ପୋଲିସ ସହ ପରିବହନ ବିଭାଗ ସହରରେ ବିଭିନ୍ନ ସ୍ଥାନରେ କଡାକଡି ହୋଇଛି । ବିକଟାଳ ଶଦ୍ଦ କରୁଥିବା ସାଇଲେନ୍ସର ଉପରେ ନଜର ରଖିଛି ପୋଲିସ । RMC ଛକରେ ଚେକିଂ ବେଳେ ଅନେକ ଗାଡିର ବିକଟାଳ ଶଦ୍ଦ କରୁଥିବା ସାଇଲେନ୍ସରକୁ ଖୋଲି ଦିଆଯାଇଛି, ତାସହ ଚାଳକଙ୍କୁ ଦେବାକୁ ପଡୁଛି ୫ ହଜାର ଟଙ୍କା ତଣ୍ଡ ଗଣିବାକ ପଡ଼ୁଛି ।
କିଛି ମାସ ହେଲା ଟ୍ରାଫିକ୍ ଧରପଗଡ ଚାଲିଥିଲେ ମଧ୍ୟ ଗତ ସପ୍ତାହେ ହେଲା ରାଉରକେଲା ପୋଲିସ ପକ୍ଷରୁ ସାଇଲେନ୍ସର୍ ଚେକିଂ ଅଭିଯାନ ଜୋରଦାର ହୋଇଛି । ୭ ଦିନ ମଧ୍ୟରେ ୬୦ରୁ ଅଧିକ ଗାଡିରୁ ଜୋର ଶଦ୍ଦ କରୁଥିବା ସାଇଲେନ୍ସର ଖୋଲାଗଲାଣି। ସିଟ୍ ବେଲଟ, ହେଲମେଣ୍ଟ ଆଦି ଯାଞ୍ଚ ମଧ୍ୟ କରୁଛି ପୋଲିସ । ତେବେ ପୋଲିସ ହାତରେ ଧରାପଡିଲେ ବାଇକ୍ ଚାଳକ ବିଭିନ୍ନ ବାହାନା ଦେଖାଉଛନ୍ତି l ଆଗକୁ ଧରପଗଡ ଜାରି ରହିବ ବୋଲି କହିଛନ୍ତି ରାଉରକେଲା ଏସପି ।
No Result
View All Result