ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଆମ୍ ଆଦ୍ମୀ ପାର୍ଟି, ପୁରୀ ପକ୍ଷରୁ ପୁରୀ ମହାନଗର ନିଗମର ମାନ୍ୟବର କମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ପବିତ୍ର ରଥଯାତ୍ରା ସମୟରେ ସହରର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା କରାଯାଇଥିଲା, ଯାହା ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ବହୁତ ଉପକାରୀ ହୋଇଥିଲା । କିନ୍ତୁ ରଥଯାତ୍ରା ଶେଷ ହେବା ପରେ ସେହି ଶୌଚାଳୟଗୁଡ଼ିକୁ ହଟାଇ ଦିଆଯାଇଥିବାରୁ ପୁରୀ ସହରରେ ପୁନର୍ବାର ସାର୍ବଜନୀନ ଶୌଚାଳୟ ଓ ୟୁରିନାଲ୍ର ଅଭାବ ଦେଖାଦେଇଛି ।

ପୁରୀ ଏକ ବିଶ୍ୱପ୍ରସିଦ୍ଧ ଧାର୍ମିକ ଓ ପର୍ଯ୍ୟଟନ ନଗରୀ ହୋଇଥିବାରୁ ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି । ଶୌଚାଳୟ ଓ ୟୁରିନାଲ୍ର ଅଭାବ ଯୋଗୁଁ ବିଭିନ୍ନ ସ୍ଥାନରେ ଅସ୍ୱଚ୍ଛ ପରିବେଶ ଓ ଦୁର୍ଗନ୍ଧ ସୃଷ୍ଟି ହେଉଛି, ଯାହା ସହରର ସ୍ୱଚ୍ଛତା ଓ ଭାବମୂର୍ତ୍ତି ଉପରେ କୁପ୍ରଭାବ ପକାଉଛି । ଏହାକୁ ଦୃଷ୍ଟିରେ ରଖି ଆମ୍ ଆଦ୍ମୀ ପାର୍ଟି ପକ୍ଷରୁ ଦାବି କରାଯାଇଛି ଯେ, ରଥଯାତ୍ରା ସମୟରେ ଯେଉଁ ସ୍ଥାନଗୁଡ଼ିକରେ ଅସ୍ଥାୟୀ ଶୌଚାଳୟ ଥିଲା,

ସେହି ସ୍ଥାନଗୁଡ଼ିକରେ ଅତି କମରେ ଦୁଇଟି ସ୍ଥାୟୀ ୟୁରିନାଲ୍ ନିର୍ମାଣ କରାଯାଉ, ପ୍ରତିଦିନ ଅତି କମରେ ଦୁଇଥର ସଫେଇ କରାଯାଉ ଏବଂ ସବୁବେଳେ ପାଣି ଯୋଗାଣ ସୁନିଶ୍ଚିତ କରାଯାଉ । ଆମ୍ ଆଦ୍ମୀ ପାର୍ଟିର ମତରେ, ପୁରୀକୁ ଏକ ସ୍ୱଚ୍ଛ, ସୁନ୍ଦର ଏବଂ ପର୍ଯ୍ୟଟକ-ବନ୍ଧବ ସହର ଭାବେ ଗଢ଼ି ତୋଳିବା ପାଇଁ ସ୍ଥାୟୀ ସାର୍ବଜନୀନ ଶୌଚାଳୟ ଓ ୟୁରିନାଲ୍ ବ୍ୟବସ୍ଥା ଅତ୍ୟନ୍ତ ଆବଶ୍ୟକ । ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ପୁରୀ ମହାନଗର ନିଗମ ଏହି ଦାବିଗୁଡ଼ିକ ଉପରେ ଶୀଘ୍ର ସକାରାତ୍ମକ ପଦକ୍ଷେପ ନେବେ ବୋଲି ପାର୍ଟି ଆଶା ପ୍ରକାଶ କରିଛି ।