No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ମାର୍ଚ୍ଚ ସୋମବାର) ନୟାଗଡ଼ :- ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁବରେଡ଼କ୍ରସ ଓ ଜୀବନବିନ୍ଦୁ ମିଳିତ ସହଯୋଗରେ ଏକ ମେଗାରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅଧକ୍ଷ ସୁରେଶ କୁମାର ପ୍ରଧାନ ଶିବିରକୁ ଉଦଘାଟନ କରିଥିଲେ। ଆୟୋଜକ ଯୁବ ରେଡ଼କ୍ରସର ପରାମର୍ଶଦାତା ଶ୍ରୀ ସହଦେବ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମେଗା ରକ୍ତଦାନ ଶିବିରରେ ସମାଜସେବୀ ଦାମ ସାର, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ପ୍ରାଧ୍ୟାପକ କେଶବ ଚନ୍ଦ୍ର ରାଉତରାୟ, ଅଧ୍ୟାପକ ଲାଷ୍ମୀଧର ସାହୁ, ଅଧ୍ୟାପକ କମଲ କୁମାର ବର୍ମା, ଅଧ୍ୟାପିକା ସସ୍ମିତା ନାୟକ, ବିନ୍ଦୁଲତା ଷଣ୍ଢ ଓ ପୁର୍ବତନ ଛାତ୍ର ତଥା ଜୀବନ ବିନ୍ଦୁର ଆୟୋଜକ ଅର୍ଜୁନ ପଣ୍ଡା ଉପସ୍ଥିତ ରହି ଶିବିରକୁ ଉତ୍ସାହିତ କରିଥିଲେ। ଏଥିରେ ୧୧୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଛାତ୍ର, ଶିକ୍ଷକ ଓ କର୍ମଚାରୀଗଣ ଶିବିରରେ ଅଂଶଗ୍ରହଣ କରି ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ। (ରିପୋର୍ଟ -ରାମକୃଷ୍ଣ ରଥ)
No Result
View All Result