No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ମାର୍ଚ୍ଚ ,ରବିବାର ) ଭୁବନେଶ୍ୱର :- ଜୟଦେବ ଭବନଠାରେ ଅପରାହ୍ଣ ରେ ଗାନ୍ଧି ସଂପର୍କିତ ଏକ କବିତା ପାଠ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଏକାଡେମୀର ସଭାପତି ଶ୍ରୀ ହରିହର ମିଶ୍ର, ଵିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର,ଏକାଡେମୀର ପୂର୍ବତନ ସଭାପତି ଡକ୍ଟର ହୁସେନ ରଵିଗାନ୍ଧୀ ଓ ଏକାଡେମୀର ସଚିବ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଯୋଗଦାନ କରି ଚାରାରେ ଜଳଦାନ ଓ ମହାତ୍ମାଗାନ୍ଧୀଙ୍କ ଫଟୋଚିତ୍ରରେ ସୂତ୍ରମାଳା ସମର୍ପଣ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଏକାଡେମୀର ସଚିବ ନିମନ୍ତ୍ରିତ ଅତିଥି ମାନଙ୍କୁ ପୁଷ୍ପ ଚାରା ଓ ଗାନ୍ଧୀଙ୍କ ଫଟୋଚିତ୍ର ପ୍ରଦାନ କରିଥିଲେ ।
ଏଥିରେ ଅଞ୍ଜୁମାନ ଆରା,ଅବଦୁଲ ଓସିଦ୍ ଖାଁ,ଅମରେଶ ପଟ୍ଟନାୟକ, ଅଶୋକ କୁମାର ପୁହାଣ,ଆଶୁତୋଷ ପରିଡା, ଇନ୍ଦିରା ଦାଶ, ଈପସିତା ଷଡ଼ଙ୍ଗୀ, ଦୀପକ ସାମନ୍ତରାୟ, ଧନଞ୍ଜୟ ସ୍ଵାଇଁ, ନୀଳଲୋହିତ ମହାପାତ୍ର,ପବିତ୍ର ମୋହନ ଦାଶ, ପୀତାମ୍ବର ତରାଇ, ଭଗବାନ ଜୟସିଂ,ରଞ୍ଜିତା ନାୟକ,ରକ୍ଷକ ନାୟକ, ରାଜୀବ ପାଣି, ଶତ୍ରୁଘ୍ନ ପାଣ୍ଡବ,ଶତ୍ରୁଜିତ, ଶୁଭେନ୍ଦୁ ମୁଣ୍ଡ, ଶ୍ରୀକାନ୍ତ ମହାନ୍ତି, ସୁଚେତା ମିଶ୍ର, ସୂର୍ଯ୍ୟ ମିଶ୍ର, ସେନାପତି ପ୍ରଦ୍ୟୁମ୍ନ କେଶରୀ, ସଂଗ୍ରାମ ଜେନା,ହୃଷିକେଶ ମଲ୍ଲିକ ଆଦି ଆମନ୍ତ୍ରିତ କବିମାନେ ଯୋଗଦାନ କରି ଦେଶାତ୍ମବୋଧକ ଓ ଗାନ୍ଧୀ ସଂପର୍କିତ କବିତା ପାଠ କରିଥିଲେ ।ଏହି କବିତା ଆସରକୁ ଡକ୍ଟର ଦେବାଶିଷ ମହାପାତ୍ର ସଂଯୋଜନା କରିଥିଲେ ।କାର୍ଯ୍ୟକ୍ରମ ଶେଷରେ ଏକାଡେମୀର ସଚିବ ମହୋଦୟା ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result