ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ରମାଦେବୀ 11/02/2020 :- ଆଜି ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର ବାର୍ଷିକ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଓ ମୁଖ୍ୟ ଅତିଥିଭାବରେ ଯୋଗଦେଇ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ କହିଥିଲେ ଯେ ଆଜି ମୂଲ୍ୟବୋଧ ଭୁଶୁଡି ପଡୁଛି ଏଣୁ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାବିନା ମାନବ ଜୀବନ ସମ୍ପୂର୍ଣ୍ଣ ନୁହେଁ ଓ ଶିକ୍ଷିତ ଯୁବ ପିଢ଼ି ଅର୍ଥ ଓ କ୍ଷମତାର ମୋହରେ ମାନବ ଜୀବନର ଅସଲ ଲକ୍ଷ ଠାରୁ ଦୂରେଇଯାଉଛି ଓ
ଦେଶ ବା ରାଜ୍ୟର ଭାଗ୍ୟ ନିର୍ଦ୍ଧାରଣ କରିବା ଆମ ଶିକ୍ଷାର ଲକ୍ଷ ହେବ ଉଚିତ୍ ଓ ଛାତ୍ରଛାତ୍ରୀମାନେ ନିଜକୁ ପାଠ୍ୟ ପୁସ୍ତକର ଗଣ୍ଡି ଭିତରେ ସୀମିତ ନରଖି ବାସ୍ତବ ଜୀବନଠୁ ଶିକ୍ଷାଲାଭ କରି ଭବିଷ୍ୟତ ସଂଘର୍ଷ ପାଇଁ ନିଜକୁ ପ୍ରସ୍ତୁତ କରିବା ଉଚିତ ଓ ଜୀବନକୁ ଗଢିବା ପାଇଁ ନିଜକୁ ତିଆରି କରିବା ଉଚିତ୍ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ରାଜ୍ୟର ଆଦର୍ଶ ଓ ମାର୍ଗ ଦର୍ଶକ ହେବ ଆବଶ୍ୟକ ଓ କେବଳ ଅଧିକ ନମ୍ବର ରଖିଲେ ଶିକ୍ଷାର ଅସଲ ଉଦ୍ଦେଶ୍ୟ ପୁରାଣ ହେବନାହିଁ ଓ ସେମାନେ ସ୍ୱପ୍ନ ଦେଖିବା ସହ ସ୍ୱପ୍ନକୁ ସାକାର କରିବାପାଇଁ ଅନବରତ ଉଦ୍ୟମ କରିବା ଉଚିତ୍ ଓ ଅନ୍ୟତମ ଅତିଥି ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା ଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ ଯେ
ସେମାନେ ପ୍ରତ୍ୟକ କ୍ଷେତ୍ରରେ ଉତ୍କର୍ଷତା ପ୍ରତିଷ୍ଠା କରିବା ଉଚିତ୍ ଓ ଏହି ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ବିଶ୍ୱର ପ୍ରତ୍ୟକ ସ୍ଥାନରେ ପ୍ରତିଷ୍ଠିତ ହେବାର କ୍ଷମତା ରଖିଛନ୍ତି ଓ ଛାତ୍ରୀମାନେ ସମାଜର ପଛରେ ପଡିଥିବା ଲୋକଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ଆଣିବାକୁ ସହାୟତାର ହାତ ବଢାଇବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ ଓ କୁଳପତି ପ୍ରଫେସର ପଦ୍ମଜା ମିଶ୍ର କହିଥିଲେ ଯେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଖୁବ୍ କମ୍ ଦିନରେ ଦେଶର ଶିକ୍ଷା ଜଗତରେ ନିଜସ୍ୱ ପରିଚୟ ସୃଷ୍ଟି କରିପାରିଛି ଓ ଆହୁରି ଅନେକ କାମ କରିବାକୁ ହେବ ଓ
ଏଥିପାଇଁ ସମସ୍ତେ ମିଳିମିଶି ଉଦ୍ୟମ କରିବା ଆବଶ୍ୟକ ଓ କୁଳ ସଚିବ ଇତିଶ୍ରୀ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷା ଡ଼ଃ ସରିତା ସୂପକାର ରିପୋର୍ଟ ଉପସ୍ଥାପନ କରିଥିଲେ ଓ ଅତିଥିମାନଙ୍କୁ ବିଶ୍ୱବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ବିଶିଷ୍ଟ ଚିତ୍ର ଶିଳ୍ପୀ ରବିନାରାୟଣ ରଥ ଗାନ୍ଧୀ ମୂର୍ତି ନିର୍ମାଣ କରିଥିଲେ ଓ ପ୍ରଥମେ ସଂଗୀତ ବିଭାଗର ଛାତ୍ରୀମାନେ ସ୍ୱାଗତ ସଂଗୀତ ଓ ବିଶ୍ୱବିଦ୍ୟାଳୟ ସଂଗୀତ ଗାନ କରିଥିବା କରିଥିଲେ ଓ ଆକାଂକ୍ଷା ମହାପାତ୍ର, ଶୁଭଶ୍ରୀ ବେହେରା,
ମୌସମ ତିୱାରୀ, ମୋନାଲି ସାହୁ, ଅର୍ପିତା ନାଥ, ଶୁଭଲକ୍ଷ୍ମୀ ବେହେରା, ପ୍ରଜ୍ଞାନ ପ୍ରିୟଦର୍ଶିନୀ, ସୁପ୍ରିୟା ଜେନା , ବୈଶାଖୀ ସ୍ୱାଇଁ, ପ୍ରେରଣା ପାତ୍ର, ମୋନିକା ପ୍ରମୁଖ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଓ ଅତିଥିମାନେ କୃତି ଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ ଓ ସଂଯୋଜିକା ଡ଼ଃ ପ୍ରତିମା କୁମାରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ