ଓଡ଼ିଶା ତାଜା ନ୍ୟୁଜ (୧୩ ମାର୍ଚ୍ଚ ଶନିବାର ) କଟକ :- କଟକ ସଦର ବ୍ଲକ ଆମଣ ପଞ୍ଚାୟତର , ଶାସୋଳ ଗ୍ରାମର ଇଷାଣେଶ୍ୱର ପ୍ରିମିୟର ଲିଗ୍ ରାତ୍ରିକାଳୀନ କ୍ରୀକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ସନ୍ଧ୍ୟାରେ ଆରମ୍ଭ ହୋଇଛି । ଯୁବନେତା ସଞ୍ଜୟ କୁମାର ମହାନ୍ତିଙ୍କ ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟକୁ, ରାଜ୍ୟ ବିଜେଡ଼ି ସଂପାଦକ ତଥା ରାଜ୍ୟ ଉଠା ଜଳସେଚନ ନିଗମର ଯୁବ ଅଧ୍ୟକ୍ଷ ଅମରେଶ ପତ୍ରୀ ଫିତା କାଟି କ୍ରୀକେଟ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଆୟୋଜିତ ଉସ୍ଚବରେ ପୂର୍ବତନ କ୍ରୀଡା ମନ୍ତ୍ରୀ ତଥା ବର୍ତ୍ତମାନର କଟକ ସଦର ବିଧାୟକ, ଚନ୍ଦ୍ର ସାରଥୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ,ପ୍ରତ୍ୟେକ ଖେଳୁଆଡ଼ ଯୁବକଙ୍କ ମଧ୍ୟରେ ଡିସିପ୍ଲିନ ବା ଶୃଙ୍ଖଳା ରହିବା ଦରକାର ।
ଯେଉଁ ମାନେ ଶୃଙ୍ଖଳିତ ହୋଇ ଖେଳନ୍ତି ସେମାନେ ସଫଳତା ହାସଲ କରିଥାନ୍ତି । କ୍ରୀଡା ଶରୀରକୁ ନିରୋଗ ରଖିବା ସହତ କାର୍ଯ୍ୟ କରିବାକୁ ଆଗ୍ରହ ସୃଷ୍ଟି କରିବା ସହିତ ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି କରିଥାଏ ବୋଲି କହିଥିଲେ । ବିଧାୟକ ଚନ୍ଦ୍ର ସାରଥୀ ଵେହେରା ବ୍ୟାଟିଂ ଏବଂ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରି ବୋଲିଙ୍ଗ କରି ଟୁର୍ଣ୍ଣାମେଣ୍ଟର ଖେଳକୁ ଆରମ୍ଭ କରିଥିଲେ । ପ୍ରଥମ ମ୍ୟାଚ ଇଶାଣେଶ୍ୱର ଇଲେଭେନ୍ ଟିମ ବନାମ ସ୍ୱର୍ଣ୍ଣଦେବୀ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଇଷାଣେଶ୍ୱର ଇଲେଭେନ୍ ଵ୍ୟାଟିଙ୍ଗ ନେଇ ୯୦ ରନ କରିଥିଲା ବେଳେ , ସ୍ୱର୍ଣ୍ଣଦେବୀ ଟିମ ୮୭ ରନ କରିଥିଲା ।
ଇଷାଣେଶ୍ୱର ଟିମ ବିଜୟୀ ହୋଇ ପରବର୍ତ୍ତୀ ମ୍ୟାଚ ଖଳିଵାକୁ ଯୋଗ୍ୟ ବିବେଚିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ନାରାୟଣୀ ଇଲେଭେନ୍ପା, କନକଦୂର୍ଗା ,ମା, କେନ୍ଦୁଆଣୀଙ୍କ ସମେତ ପାଞ୍ଚ ଗୋଟି ଟିମ ଅଂଶ ଗ୍ରହଣ କରିଥିଲେ । ଆୟୋଜିତ ଉସ୍ଚବରେ ଆମଣ ସରପଞ୍ଚ ପୁନାନନ୍ଦ ଭୋଇ , କଟକ ସଦର ବ୍ଲକ ବିଜେଡ଼ି ସଭାପତି ପ୍ରମୋଦ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଜୀବନ ସାମନ୍ତରାୟ, ଶୁଭ୍ରାଂଶୁ ମିଶ୍ର,ସମିତି ସଭ୍ୟା ଶୁଭାସିନୀ ସେଠୀ ଅଜିତ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଖେଳ ପରିଚାଳନା କରିଥିଲେ ମନୋଜ ଦଳାଇ, ଅତିଶ ଜେନା, ସୁବ୍ରତ ଜେନା, ଲୋକନାଥ ଦାସ,ବିଶ୍ୱରଞ୍ଜନ ମହାନ୍ତି ,ସୁନିଲ ସାମନ୍ତରାୟ,ତନ୍ମୟ ଦଳାଇ, ଦିବ୍ୟ ରଞ୍ଜନ ପ୍ରଧାନ ପ୍ରମୁଖ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)