ରଣପୁର ବିଡ଼ିଓ କାହିଁକି ଅବମାନନା କଲେ ଜିଲ୍ଲାପାଳ ଙ୍କ ନିର୍ଦେଶ କୁ, ଏହାକୁ ନେଇ ନୟାଗଡ଼ ଜିଲ୍ଲାରେ ଏବଂ ରାଜନୀତି ମହଲରେ ଚର୍ଚ୍ଚା ..
ଓଡ଼ିଶାରେ ବିଧାନସଭା ଚାଲୁଥିବା ବେଳେ ବିଧାୟକ ମାନେ ସଦସ୍ୟ ଥିବା କୌଣସି ସମିତି ବା କମିଟି ର ବୈଠକ ହୋଇପାରିବ ନାହିଁ । କାରଣ ସେହି ବୈଠକରେ ବିଧାନସଭା ସମୟରେ ବିଧାୟକ ଉପସ୍ଥିିତ ହୋଇପାରିବେ ନାହିଁ । ପଞ୍ଚାୟତ ସମିତି ଓ ସମିତି ସଭ୍ୟ ବୈଠକ ଏହି ସମୟ ମଧ୍ୟରେ ହୋଇ ପାରିବ ନାହିଁ ବୋଲି ନିର୍ଦେଶ ଥିବା ବେଳେ ବୈଧାନିକ ନିର୍ଦେଶ କୁ ସମ୍ପୂର୍ଣ୍ଣ ଉଲଂଘନ କରି ବିଡ଼ିଓ ଡାକିଥିଲେ ପଞ୍ଚାୟତ ସମିତି ବୈଠକ । ଏହା ପୂର୍ବରୁ ୬ଟି ବୈଠକରେ ସାଂସଦ ପ୍ରତିନିଧିତ୍ୱ ବିନା ଚାଲି ଆସୁଥିବାବେଳେ ଏହି ବୈଠକ ରେ ପ୍ରତିନିଧି ପାଇଁ ସାଂସଦ କୁ ଚିଠି କରିବା ରାଜନୀତି ମହଲରେ ଚର୍ଚ୍ଚା ର ବିଷୟ ହୋଇଛି । ଏହି କଥା କୁ ରଣପୁର ବିଡ଼ିଓ ତିଳେ ମାତ୍ର ଖାତିର ନକରି କାହା ପରିଚାଳନାରେ ଗତକାଲି ୧୧ ଟା ବେଳେ ବୈଠକ ଡକାଇଥିଲେ । ସେହି ବୈଠକ ରେ ମୟୁରଝୁଲିଆ ସରପଞ୍ଚ ଙ୍କ କୌଣସି କଥା ରଖାଯାଇ ନଥିବାରୁ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଥିଲେ ସରପଞ୍ଚ । ସରପଞ୍ଚ ଙ୍କ କଥା କୁ ନେଇ ବିଜେପି ଦଳର ସରପଞ୍ଚ ଓ ସମିତି ସଭ୍ୟ ମାନେ ଗୃହ ତ୍ୟାଗ କରିଥିଲେ ।
ଓଡ଼ିଶା ତାଜା ନ୍ୟୁଜ (୧୩ ମାର୍ଚ୍ଚ ଶନିବାର ) ରଣପୁର ରିପୋର୍ଟ /ଅଭିମନ୍ୟୁ ମହାରଣା :- ସ୍ଥାନୀୟ ବିଧାୟକ ଯେ କୌଣସି ସମିତି ବା ଜିଲ୍ଲା ପରିଷଦ ସଭ୍ୟ ଥିଲା ବେଳେ ସମିତି ବା ଜିଲ୍ଲା ପରିଷଦ ବୈଠକ କରାନଯିବା ପାଈଁ ସରକାରୀ ସ୍ତର ରେ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଥିବା ବେଳେ ରଣପୁର ବ୍ଲକ ର ଅଧିକାରୀ ବିଡ଼ିଓ କେଉଁ ପରିପ୍ରେକ୍ଷୀ ରେ ବିଧାୟକ ଙ୍କ ଉପସ୍ଥିତି କୁ ରହିତ କରିବା ଉଦେଶ୍ୟ ରଖି ବୈଠକ ଡାକିଛନ୍ତି ଏବଂ ଏହି ବୈଠକ କୁ ସାଂସଦ ପିନାକୀ ମିଶ୍ର ଙ୍କ ପ୍ରତିନିଧି ପଠାଇବାକୁ ଅନୁରୋଧ କରିଛନ୍ତି କେଉଁ ସ୍ୱାର୍ଥ ରେ …
ଏତଦ୍ ବ୍ୟତୀତ ମାନ୍ୟବର ସାଂସଦ ବିଧାନସଭା ଚାଲିଥିବା ବେଳେ ଅନୈତିକ ବୈଠକ ପାଈଁ ରଣପୁର ରେ ବିଜୁ ଜନତା ଦଳର ପ୍ରତିଷ୍ଠିତ ସଦସ୍ୟ ମାନେ ଥିବା ବେଳେ ଜଣେ ବ୍ୟବସାୟୀ,ତଥା ଯୁବ ନେତା ଙ୍କୁ ପ୍ରତିନିଧି କରି ପଠାଇବା ଅତ୍ୟନ୍ତ ଜନସାଧାରଣ ର ଵିଷୟ ବସ୍ତୁ ହୋଈଛି । ଜନସାଧାରଣ ଏହାକୁ ମାନସିକ ସ୍ତରରେ ଅତ୍ୟନ୍ତ ଦୁଃଖ ର ସହକାରେ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି ଏବଂ କେଉଁ ପରିପ୍ରେକ୍ଷୀ ରେ ଦୀର୍ଘ ଦୁଇ ବର୍ଷ ଧରି ପ୍ରତିନିଧି ନଦେଇଥିବା ବେଳେ