No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୩ ମାର୍ଚ୍ଚ ଶନିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମା ଠାରୁ ୨ କିମି ଦୂର ୫୭ ନଂ ଜାତୀୟ ରାଜପଥ ପଞ୍ଚୁପାଣ୍ଡବ ପୀଠ ନିକଟରେ ଭାରସାମ୍ୟ ହରାଇ ଏକ ଥଣ୍ଡା ବୋଝେଇ ମିନି ଟ୍ରକ ଓଲଟି ପଡିଥିଲା । ସୂଚନା ଅନୁଯାୟୀ ୫୭ ନଂ ଜାତୀୟ ରାଜପଥ ରେ ନୟାଗଡ ରୁ ଦଶପଲ୍ଲା ଅଭିମୁଖେ ଯାଉଥିବା ଏକ ଥଣ୍ଡା ବୋଝେଇ ମିନିଟ୍ରକ (ଓଡ଼ି ୦୭ ଏଚ୍ ୬୪୮୫) ଭାରସାମ୍ୟ ହରାଇ ନୂଆଗାଁ ପଞ୍ଚୁପାଣ୍ଡବ ପୀଠ ନିକଟରେ ଓଲଟି ପଡିଥିଲା ।
ଯାହାଫଳରେ ଗାଡ଼ି ଚାଳକ ଗୁରୁତର ଭାବେ ଆହତ ହୋଇଥିଲେ । ଘଟଣା ସ୍ଥଳରେ ନୂଆଗାଁ ପୁଲିସ୍ ପହଞ୍ଚି ଗାଡ଼ି କୁ ଜବତ କରିବା ସହ ଆହତ ଗାଡ଼ି ଚାଳକ କୁ ଦମକଳ ବାହିନୀ ସହାୟତାରେ ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ ।
No Result
View All Result