ପୋଲସରା (ଓଡିଶା ତାଜା ନ୍ୟୁଜ୍ ) , ପ୍ରତିନିଧିଙ୍କ ରିପୋର୍ଟ 10.2.2020 :- ସୁରତ ଡାଇମଣ୍ଡ ନଗରରେ ଭାବରଡ଼ା ଗ୍ରାମର ପ୍ରଫୁଲ୍ଲ ସେଠି ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିବାରୁ ଓଡ଼ିଆ ଲୋକମାନେ ଡାଇମଣ୍ଡ ନଗର ଠାରେ ଧର୍ମଘଟ କରିଛନ୍ତି ।

ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସୁରତ ରେ ପହଁଚି ଧର୍ମଘଟ କରିଥିବା ଲୋକମାନଙ୍କ ସହ ଆଲୋଚନା କରି ଓଡିଶା ସରକାରଙ୍କ ତରଫରୁ ସମସ୍ତ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମେଡ଼ିକାଲ ଯାଇ ମୃତ୍ୟୁ ବରଣ କରିଥିବା ମର ଶରୀରକୁ ଦେଖିଲେ ଏବଂ ମର ଶରୀରକୁ ଆସନ୍ତା କାଲି ସୁରତରୁ ଉଡାଜାହାଜରେ ଆଣି ପରିବାରକୁ ହସ୍ତାନ୍ତର କରିବେ।













