No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୧ ମାର୍ଚ୍ଚ ୨୦୨୧, ଗୁରୁବାର ) ରଣପୁର :- ମହାଶିବରାତ୍ରୀ ଏହି ପର୍ବକୁ ନେଇ ଉତ୍ସବମୁଖର ହୋଇ ଉଠିଛି ପୂରପଲ୍ଲୀ l କଟକଣା ସତ୍ତ୍ୱେ ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଗହଳି ପରିଲିକ୍ଷିତ ହେଉଛି l ଏହି ଦିନରେ ଭକ୍ତମାନେ ମହାଦେବଙ୍କୁ ଉପାସନା ଲାଗି ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି l ପ୍ରତିବର୍ଷ ଅମାବାସ୍ୟା ତିଥି ଚତୁର୍ଦ୍ଦଶୀରେ ପଡ଼ିଥାଏ ଜାଗର l ଏହା ଶିବଙ୍କ ପ୍ରିୟ ପୂଜା ହୋଇଥିବାରୁ ଏହାକୁ ଶିବରାତ୍ରି ମଧ୍ୟ କୁହାଯାଇଥାଏ l ମନ୍ଦିର ପରିସରରେ ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି l

ରଣପୁର ଅଞ୍ଚଳର ସ୍ଵପ୍ନେଶ୍ଵର ମନ୍ଦିର, ଚଣ୍ଡେଶ୍ୱର ମନ୍ଦିର, ବାଲୁଙ୍କେଶ୍ୱର ମନ୍ଦିର, ପୁରୁଣା ବସନ୍ତ ର ବାବା ବାଲୁଙ୍କେଶ୍ୱର ମନ୍ଦିର, ବଜ୍ରକୋଟ ଶିବ ମନ୍ଦିର, ଆଖଣ୍ଡଳମଣି ମନ୍ଦିର ସହିତ ରଣପୁର ଅଞ୍ଚଳର ସମସ୍ତ ଶୈବ ପୀଠ ଗୁଡିକରେ ଜାଗର ପର୍ବ ପାଳିତ ହେଉଥିବା ଦେଖିବାକୁ ମିଳିଥିଲା l ମନ୍ଦିର ପରିସରରେ ପୋଲିସ ଜଗି ରହିଥିବା ଦେଖିବାକୁ ମିଳିଥିଲା l (ରଣପୁର ପ୍ରତିନିଧିଙ୍କ ରିପୋର୍ଟ)
No Result
View All Result