କଟକ, (ଓଡିଶା ତାଜା ନ୍ୟୁଜ୍ ) ହାଇକୋର୍ଟ 10/02/2020 :- ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ । ତାଙ୍କୁ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟବିଚାପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା ଶପଥପାଠ କରାଇଛନ୍ତି । ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗ୍ରାହୀ ଶପଥପାଠ କରିବା ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି । ହାଇକୋର୍ଟ ସ୧ିଳନୀ ଗୃହରେ ଅ।ଜି ଶପଥପାଠ ଉତ୍ସବ ଅ।ୟୋଜିତ ହୋଇଥିଲାୟ ଗୃହ ସଚବି ସଞ୍ଜୀବ ଚୋପ୍ରା ପ୍ରଥମେ ରାଷ୍ଟ୍ରପତିଙ୍କ ଦ୍ୱରା ପ୍ରଦତ୍ତ ନିଯୁକ୍ତିପତ୍ର ପାଠ କରିଥିଲେ । ତାପରେ କାର୍ଯ୍ୟକାରୀ ମୁଖ୍ୟବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା ଶପଥପାଠ କରାଇଥିଲେ ।
ଏହି ଉତ୍ସବରେ ହାଇକୋର୍ଟର ସମସ୍ତ ବଚାରପତିଙ୍କ ସମେତ ଅବସର ପ୍ରାପ୍ତ ବଚାରପତି, ମବୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି, କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । ଜଷ୍ଟିସ୍ ପାଣିଗ୍ରାହୀ ବଲାଙ୍ଗିରରେ ଜନ୍ମିତ ।ସେ ରାଜେନ୍ଦ୍ର କଲେଜରୁ ଉଚ୍ଚ ଶିକ୍ଷା ସମାପ୍ତ କରିଥିଲେ । ଏହା ପରେ ସମ୍ୱଲପୁର ଏଲ୍ଅ।ର୍ ଅ।ଇନ୍ ମହାବିଦ୍ୟାଳୟରୁ ଏଲ୍ଏଲ୍ୱି ଓ ବଲାଙ୍ଗିର ସ୍ଥିତ ଜାତୀୟ ଅ।ଇନ୍ ମହାବିଦ୍ୟାଳୟରୁ ଏଲ୍ଏଲ୍ଏମ୍ ଡିଗ୍ରୀ ହାସଲ କରିଥିଲେ । ପରେ ଓଡ଼ିଶା ହାଇକୋର୍ଟର ଜଣେ ଅ।ଇନ୍ଚୀବୀ ଭାବେ କାର୍ଯ୍ୟ କରିଥିଲେ । ଏହାର କିଛି ଦିନ ପରେ ସେ ସୁପ୍ରିମକୋର୍ଟରେ ଅ।ଇନ୍ଚୀବୀ ଭାବେ କାର୍ଯ୍ୟ କରିଥିଲେ । ସୁପ୍ରିମକୋର୍ଟରେ କାର୍ଯ୍ୟ କରିବା ସମୟରେ ସେ ବିଭିନ୍ନ କର୍ପୋରେଟ୍ ସଂସ୍ଥା ପକ୍ଷରୁ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲା ଲିଥିଲେୟ ରେଳ ଧାରଣାରେ ହାତୀଙ୍କ ମୃତ୍ୟୁ, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ଉନ୍ନତି ଓ ଦେଶରେ ପ୍ରତିଟି ଜିଲ୍ଲାରେ ଡାଇଲେସିସ୍ ମେସିନ୍ ପ୍ରତିଷ୍ଠା ସମ୍ପର୍କିତ ମାମଲା ସେ ଲିଥିଲେ ।