No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୧ ମାର୍ଚ୍ଚ ୨୦୨୧, ଗୁରୁବାର) ଭୁବନେଶ୍ୱର :- ସୁସ୍ଥ ଶରୀର ପାଇଁ ହାଡ ସୁସ୍ଥ ତଥା ମଜଭୂତ ରହିବା ନିତ୍ୟାନ୍ତ ଜରୁରୀ । କାରଣ ସଠିକ ଖାଦ୍ୟପେୟର ଅଭାବରୁ ବୟସ ବୃଦ୍ଧି ସହ ହାଡ ଜନିତ ବିଭିନ୍ନ ଯନ୍ତ୍ରଣା ଆରମ୍ଭ ହୋଇଥାଏ । ଏଭଳି ସମୟରେ ଶରୀରକୁ ସଠିକ ମାତ୍ରାରେ ପୋଷକ ତତ୍ତ୍ୱ ମିଳିବା ଜରୁରୀ । ଯାହା ଆପଣଙ୍କ ହାଡକୁ ମଜଭୂତ କରିବାରେ ବେଶ ସହାୟକ ହେବ । ଏହାସହ ଏପରି ମଧ୍ୟ ବହୁ ଖାଦ୍ୟପଦାର୍ଥ ରହିଛି ଯେଉଁଥିରେ ପ୍ରାକୃତିକ ଉପାୟରେ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ ଡ଼ି, ଫସଫରସ, କ୍ୟାଲସିୟମ ରହିଛି । ଯାହାକୁ ସେବନ କରିବା ଦ୍ୱାରା ହାଡ ଜନିତ ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ । ସେଭଳି କିଛି ଖାଦ୍ୟ ମଧ୍ୟରୁ ଗୋଟିଏ ହେଉଛି ପାଳଙ୍ଗ ଶାଗ । ଏଥିରେ ଭରପୁର ମାତ୍ରାରେ ମିନେରାଲ୍ସ ଓ ପୋଷକ ତତ୍ତ୍ୱ ରହିଛି ।
ପାଳଙ୍ଗଶାଗରେ ଭିଟାମିନ ବି, ଏ, ସି, କେ ସହ ମ୍ୟାଗ୍ନେସିୟମ, ପୋଟାସିୟମ, ଫସଫରସ ଆଦି ରହିଛି । ଏଥିରେ କ୍ୟାଲସିୟମ ମଧ୍ୟ ପ୍ରଚୁର ପରିମାଣରେ ରହିଛି । ପାଳଙ୍ଗ ଶାଗକୁ ସିଧାସଳଖ ବ୍ୟଞ୍ଜନ ଭାବେ ପ୍ରସ୍ତୁତ କରି ଖାଇବା ସହ ଏହାର ସୁପ ମଧ୍ୟ ପ୍ରସ୍ତୁତ କରି ପିଇପାରିବେ । ଜାଣନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ….
1. ବାଦାମ ମଞ୍ଜି – ୧କପରୁ କମ
2. ବଟର – ଅଳ୍ପ
3. ରସୁଣ – ୩ ରୁ ୪ଟି
4. ଜିରାଗୁଣ୍ଡ – ଅଳ୍ପ
5. ଲଙ୍କାଗୁଣ୍ଡ – ସାମାନ୍ୟ
ପ୍ରଥମେ ଗ୍ୟାସରେ ଏକ ପାତ୍ର ବସାଇ ବଟର ଗରମ କରନ୍ତୁ । ଏବେ ଏଥିରେ ପିଆଜ ପକାଇ ଭାଜନ୍ତୁ । ଭାଜିବା ପରେ ଏଥିରେ ଜିରା ଗୁଣ୍ଡ, ଲଙ୍କାଗୁଣ୍ଡ, ସାମାନ୍ୟ ଲୁଣ , ରସୁଣ ପକାଇ ଭାଜନ୍ତୁ। ଏବେ ଏଥିରେ ବାଦାମ ମଞ୍ଜି ପକାଇ ଭାଜନ୍ତୁ । ଏବେ ଏଥିରେ ପାଣି ପକାନ୍ତୁ । ଏହାପରେ ପାଳଙ୍ଗଶାଗ ପକାଇ କିଛି ସମୟ ବସାଇ ଏକ ପାତ୍ରକୁ କାଢି ଥଣ୍ଡା କରନ୍ତୁ । ଥଣ୍ଡା ହେବା ପରେ ଏହାକୁ ପେଷି ଦିଅନ୍ତୁ । ଏହାକୁ ଏକ ପାତ୍ରକୁ କାଢି ସାମାନ୍ୟ କ୍ରିମ ପକାଇ ସଜାଇ ଦିଅନ୍ତୁ । (ଡଃ ହିମାଂଶୁ ମହାନ୍ତ ଆୟୁର୍ବେଦ )
No Result
View All Result