ପାଣ୍ଡିଆନ ବଦଲାଇବେ ଭିତରକନିକା ଚେହେରା ….!!
ରାଜନଗର (ଓଡିଶା ତାଜା ନ୍ୟୁଜ୍ ) ଭିତରକନିକା 10/02/2020 :- ରାଜନଗର , ୫-ଟି ସଚିବ ସାରା ଓଡ଼ିଶା ବୁଲୁଛନ୍ତି ଲୋକଙ୍କ ପାଇଁ କାମ କରିବାର ପ୍ରତିଶୃତି ଦେଉଛନ୍ତି । ଲୋକେ ବି ଭରଷା କଲେଣି । କ୍ଷମତାଶାଳୀ ସଚିବ ଯୁଆଡେ ଯିବେ କିଛିନା କିଛି ହେବ । ସେଥି ପାଇଁ ଲୋକଙ୍କ ମନରେ ଉତ୍ସୁକତା ପ୍ରକାଶ ପାଉଛି । ଆଜି ବି ଏଭଳି ଉତ୍ସୁକତା ଦେଖା ଦେଇଛି । ଅର୍ଜ୍ଜୁନ ରଥରେ ଶ୍ରୀକୃଷ୍ଣ ସାରଥୀ ଭଳି ଭିତରକନିକାରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମୁଖ୍ୟମବୀଙ୍କ ବ୍ୟକ୍ତିଗତ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ରଥ ବାହିବା ଦୃଶ୍ୟ ଲୋକଙ୍କୁ ଚତ୍ମକୃତ କରିଥିଲା । ମହାନ ହସ୍ତୀମାନଙ୍କ ସହ ପୂର୍ତ୍ତ ବିଭାଗ ସଚିବ କିଷନକୁମାର ଓ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ଆର ଯାଦବଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।
ଏପରିକି ଭିତରକନିକାରୁ ବୁଲି ବାହାରିବା ବେଳକୁ ବ୍ୟାଟାରିଚାଳିତ ଅଟୋରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ୫-ଟି ସଚିବ ପାଣ୍ଡିଆନଙ୍କୁ ବସାଇ ନିଜେ ଅଟୋ ଚଳାଉଥିବା ଦେଖିବାକୁ ମିଳିଥିଲା । ଦିନ ପ୍ରାୟ ୧୨.୨୦ସମୟରେ ବାଲେଶ୍ୱର ଜିଲ୍ଲା ତାଳସାରୀରୁ ହେଲିକାପ୍ଟର ଯୋଗେ ଖମାରସାହି ପଡିଆରେ ଓହ୍ଲାଇବା ପରେ ଜାତୀୟ ଉଦ୍ୟାନ ମଧ୍ୟକୁ ଯାଇଥିଲେ ସଚିବମାନେ । ବାଟରେ ଯାଉଥିବା ସମୟରେ ପର୍ଯ୍ୟଟନ ବିଭାଗ ଦ୍ୱାରା ନିର୍ମାଣାଧିନ ପାନ୍ଥ ନିବାସକୁ ଦେଖିଥିଲେ । ଏହାପରେ ଜାତୀୟ ଉଦ୍ୟାନକୁ ଯାଇ ବୋଟ ଯୋଗେ ଭିତରକନିକା ନଦୀରେ ବୁଲିଥିଲେ । ଜାତୀୟ ଉଦ୍ୟାନର ମହିଷାମଡା ଯୋରରେ ବୁଲିବା ସମୟରେ ପ୍ରାୟ ୨୦ଫୁଟ ଲମ୍ବର କୁମ୍ଭୀର ମହିଷାସୁରକୁ ଦେଖି ଖୁସି ବ୍ୟକ୍ତ କରିବା ସହ ଫଟୋ ଉଠାଇଥିଲେ । ଏହି ଅବସରରେ ବନଖଣ୍ଡ ଅଧିକାରୀ ବିକାଶରଞ୍ଜନ ଦାଶଙ୍କୁ ପର୍ଯ୍ୟଟକ ମାନଙ୍କ ପାଇଁ କେତୋଟି ସରକାରୀ ଓ ଘରୋଇ ବୋଟ ଅଛି , କେଉଁ କେଉଁ ସ୍ଥାନରୁ ପର୍ଯ୍ୟଟକ ମାନେ ଭିତରକନିକାକୁ ପ୍ରବେଶ କରିଥାନ୍ତି ବୋଲି ପଚାରି ବୁଝିଥିଲେ । ବୋଟ ଗୁଡିକ ଶବ୍ଦ ପ୍ରଦ୍ୟୁଷଣ କରୁଥିବା ନେଇ ସେ ବନଖଣ୍ଡ ଅଧିକାରୀଙ୍କୁ କିଭଳି ଶବ୍ଦ ପ୍ରଦ୍ୟୁଷଣ ନହେବ ସେନେଇ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଭିତରକନିକାକୁ ପରିବେଶ ଭିତିକ ପର୍ଯ୍ୟଟନ ଶିଳ୍ପ ଭାବରେ ବିକାଶ କରାଯିବ ବୋଲି ଅନୁମାନ କରାଯାଉଛି । ଭିତରକନିକା ପାଶ୍ୱର୍ବର୍ତ୍ତି ଅଂଚଳରେ କେତୋଟି ପଚାଂୟତ ରହୁଛି, ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ ପରିଡାଙ୍କୁ ପଚାରିଥିଲେ । ରାଜନଗର ବିଡିଓ ମନ୍ଦରଧର ମହାଳିକ ୯ଟି ପଚାଂୟତ ରହିଛି ବୋଲି କହିଥିଲେ ।
ଏନେଇ ପରିବେଶ କନସଲଟଣ୍ଟ ମୋହନ ରାଓ, ପୂର୍ତ୍ତ ସଚିବ କିଶନକୁମାର, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର. ଯାଦବଙ୍କ ସହିତ ଆଲୋଚନା କରିଥିଲେ । ପ୍ରାୟ ୧.୩୦ସମୟରେ ଫେରି ଯାଇଥିଲେ । ତାଙ୍କ ସହିତ ପୂର୍ତ୍ତ ବିଭାଗର ନିର୍ବାହୀ ଯବୀ ପ୍ରଦୀପ୍ତ କୁମାର ମହାନ୍ତି, ତହସିଲଦାର ଦିବ୍ୟେନ୍ଦୁ ଦାସ, କନିକା ତହସିଲଦାର ଡଃ ଶୁଭଦର୍ଶୀ ଯୋଶୀ, ପର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯବୀ ଅମୀୟରଂଜନ ସିହ୍ନା, ରେଂଜ ଅଫିସର ସୁଶ୍ରୀ ସ୍ୱାତୀ ମହାନ୍ତି, ଫରେଷ୍ଟର ବିଜୟ ପାତ୍ର, ତାଳଚୁଆ ସାମୁଦ୍ରିକ ଥାନା ଆଇଆଇସି ଶ୍ରୀକାନ୍ତ ବାରିକଙ୍କ ସହ ସମସ୍ତ କର୍ମଚାରୀ ଓ ପୋଲିସ ଫୋର୍ସ ନିୟୋଜିତ ହୋଇଥିଲେ । ମୋହନ ରାଓଙ୍କ ନେତୃତ୍ୱରେ ସଂପୃକ୍ତ ସଂସ୍ଥା ଭିତରକନିକାର ପର୍ଯ୍ୟଟନକୁ ନେଇ ଅନୁଧ୍ୟାନ କରିବା ପରେ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିବ । ଆସନ୍ତା ୧୪ରୁ ୧୬ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଭିତରକନିକା ମହୋତ୍ସବ ପୂର୍ବରୁ ୫-ଟି ସଚିବଙ୍କ ଗସ୍ତ ନେଇ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି । ଭିତରକନିକାର ଭିତ୍ତିଭୂମୀ ବିକାଶ ପାଇଁ ମୁଖ୍ୟମବୀ ନବୀନ ପଟ୍ଟନାୟକ ବଡଧରଣର ପ୍ୟାକେଜ ଘୋଷଣା କରିବେ ବୋଲି ଚର୍ଚ୍ଚା ଲାଗି ରହିଥିବା ବେଳେ ସୋମବାର ଦିନ ୫-ଟି ସଚିବ ଓ ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି