No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୯ ମାର୍ଚ୍ଚ,ମଙ୍ଗଳବାର )ହିଞ୍ଜିଳିକାଟୁ :- ଦିନକ ପରେ ଅର୍ଥାତ ଗୁରୁବାର ଦେବ ଦେବ ମହାଦେବଙ୍କ ପର୍ବ ମହାଶିବରାତ୍ରୀ ବା ଜାଗର ଯାତ୍ରା । ଏଥି ସକାଶେ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକରେ ଅବସ୍ଥାପିତ ଶୈବପୀଠ ଗୁଡ଼ିକ ଚଳ ଚଂଚଳ ହୋଇଉଠିଛି । ହିଂଜିଳିକାଟୁ ପୌରାଂଚଳ ଲକ୍ଷ୍ମୀ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର, ହିଂଜିଳି ସ୍ୱପ୍ନେଶ୍ୱର, ଆଙ୍କୋରଡ଼ା କପିଳେଶ୍ୱର, ନୂଆଁଗଡ଼ ବାଲୁଙ୍କେଶ୍ୱର, ବଇଁଚବଣିଆ ପାବନ ଶ୍ରୀକ୍ଷେତ୍ର ପରିସରସ୍ଥ ପଶ୍ଚିମାଭିମୁଖୀ କାଶୀ ବିଶ୍ୱନାଥ, ସ୍ଥାନୀୟ ବ୍ଳକ ନୁଆଁବୁରୁପୋଡ଼ା ଶ୍ୟାମଳାଇ ସ୍ଥିତ ମୁଦୁକେଶ୍ୱର, ଅନ୍ତରିଗାଁ ଗୁପ୍ତେଶ୍ୱର, ଆଡ଼ପଡ଼ା ଇଶାଣେଶ୍ୱର, ବେଲଗାଁ ବେଲେଶ୍ୱର ସମେତ ନିକଟବର୍ତି ସାରୁ, କଂଚୁରୁ, ସମରଝୋଳ ପ୍ରମୁଖ ଗ୍ରାମରେ ଅବସ୍ଥାପିତ ଶୈବପୀଠ ଗୁଡ଼ିକ ଚଳଚଂଚଳ ହୋଇପଡ଼ିଛି ।

ଜାଗର ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ଲାଗି ବିଭିନ୍ନ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପଂହଚିଛି । ଶୈବପୀଠ ଗୁଡ଼ିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ସାଦା ପୋଷାକ ଧାରୀ ପୋଲିସ ମୃତୟନ କରାଯିବା ବ୍ୟବସ୍ଥା ରହିଛି । ମହାଶିବରାତ୍ରୀ ପାଇଁ ସ୍ଥାନୀୟ ପୂଜା ବଜାର ସରଗରମ ହୋଇପଡ଼ିଥିବା ବେଳେ ଫଳ ଦୋକାନରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି । ( ରିପୋର୍ଟ – ଶୁସାନ୍ତ ପ୍ରଧାନ )
No Result
View All Result