No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୯ ମାର୍ଚ୍ଚ,ମଙ୍ଗଳବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳ ର ପାହାଡ଼ ଏବଂ ଜଙ୍ଗଲ ପୋଡି ନଷ୍ଟ ହୋଇଯାଇଥିବା ଯୋଗୁଁ ଅଞ୍ଚଳବାସୀ ଭୟାବହ ଅଗ୍ନିକାଣ୍ଡ କୁ ସାମ୍ନା କରିଥିବା ବେଳେ ଗ୍ରାମବାସୀ ତଥା ସମଗ୍ର ଜିଲ୍ଲା କୁ ସଚେତନ କରଯାଇଛି । ନୟାଗଡ଼ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳ ଡ଼. ପୋମା ଟୁଡୁ , ବନ୍ୟପ୍ରାଣୀ ଅଧିକାରୀ ହର୍ଷ ବର୍ଦ୍ଧନ ଉଦ୍ଗାତା ଏବଂ ବନଖଣ୍ଡ ଅଧିକାରୀ ଏକ ସଚେତନ ଭିଡିଓ ଜାରି କରିଛନ୍ତି । ଜଙ୍ଗଲ ରେ ନିଆଁ ବ୍ୟାପିବା ଜୋର ଥିବାରୁ ଜନସଧାରଣ ଙ୍କ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଇଛନ୍ତି ।
ବନ କର୍ମଚାରୀ ଙ୍କ ସହ ମିଶି ଜଙ୍ଗଲ ର ନିଆଁ କୁ ନିୟନ୍ତ୍ରଣ କରିବା ପାଇଁ ଏବଂ ଜନସାଧାରଣ ଙ୍କ ସହଯୋଗ ଆବଶ୍ୟକ ବୋଲି କହିଛନ୍ତି ଜିଲ୍ଲାପାଳ । ନିଆଁ ଲାଗିବାରେ ତୁରନ୍ତ ଜନସାଧାରଣ ବନ କର୍ମଚାରୀ ଙ୍କ ସହ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଶିକାର କରିବା ଏବଂ ଜଙ୍ଗଲ ରେ ନିଆଁ ଲଗାଉଥିବା ଅସାଧୁ ବ୍ୟକ୍ତି ଙ୍କ ବିଷୟରେ ବନଖଣ୍ଡ ଅଧିକାରୀ ବିବୃତ୍ତି ପ୍ରକାଶ କରିଛନ୍ତି । ପ୍ରକୃତି କୁ ନିଆଁ ଲଗାଇ ବିପଦ ସୃଷ୍ଟି କରାଉଥିବା ଅସାଧୁ ଙ୍କ ପାଈଁ କଡ଼ାକଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମତ ଦେଇଛନ୍ତି ।
ଧନରାଜ ଏଚ. ଡି ମଧ୍ୟ ସେହି ବକ୍ତବ୍ୟ ରଖିଥିଲେ । ନିଆଁ ଲଗାଉଥିବା ବ୍ୟକ୍ତି ଙ୍କ ବିଷୟରେ ଗୁପ୍ତ ସୂଚନା ପ୍ରଦାନ କରି ପ୍ରକୃତି କୁ ନଷ୍ଟ ଭ୍ରଷ୍ଟ ରୁ ରକ୍ଷା କରିବା ପାଇଁ କଣ୍ଟ୍ରୋଲ ରୁମ୍ ୯୪୩୭୪୯୪୯୫ ଓ ୯୪୩୭୧୧୮୪୩୮ ନମ୍ବର ରେ ଜଣାଇବାକୁ ପରାମର୍ଶ ଦେଇଥିବା ବେଳେ । ଜଙ୍ଗଲ ଆଖ ପାଖ ଜନ ବସତି ଅଞ୍ଚଳରେ ପାହାଡ଼ ର ନିକଟ ବର୍ତ୍ତି ସ୍ଥାନ ଗୁଡ଼ିକରେ କୌଣସି ନିଆଁ ସଂଯୋଗ ନକରିବା ପାଈଁ ସଚେତନ କରାଇଛନ୍ତି ।
No Result
View All Result