• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବେଦାନ୍ତ ଆଲୁମିନିୟମର ସଫଳତା କ୍ଷେତ୍ରରେ ଏହାର ଚମତ୍କାରି ମହିଳାଙ୍କ ଉଲ୍ଲେଖନୀୟ ଅବଦାନ

Proprietor Abhimanyu Maharana by Proprietor Abhimanyu Maharana
March 9, 2021
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ବେଦାନ୍ତ ଆଲୁମିନିୟମର ସଫଳତା କ୍ଷେତ୍ରରେ ଏହାର ଚମତ୍କାରି ମହିଳାଙ୍କ ଉଲ୍ଲେଖନୀୟ ଅବଦାନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୮ ମାର୍ଚ୍ଚ ସୋମବାର ) ଭୁବନେଶ୍ୱର :- ବେଦାନ୍ତ ଲିମିଟେଡର ଆଲୁମିନିୟମ ଏବଂ ପାୱାର ବ୍ୟବସାୟର ସଫଳତା କ୍ଷେତ୍ରରେ କର୍ମଚାରୀମାନେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ୍‌ ସାଜିଛନ୍ତି । ସେମାନଙ୍କର ଯୋଗଦାନ କମ୍ପାନୀର ବିଭିନ୍ନ କ୍ଷେତ୍ରରେ ଅପରିହାର୍ଯ୍ୟ ହୋଇପଡ଼ିଛି । ବେଦାନ୍ତ ବିଶ୍ୱର ଅଗ୍ରଣୀ ପ୍ରାକୃତିକ ସମ୍ପଦ କମ୍ପାନୀ ଏବଂ ଭାରତର ବୃହତମ କମ୍ପାନୀ ଭାବେ ବେଶ୍ ପରିଚିତି ହାସଲ କରି ପାରିଛି । ବେଦାନ୍ତର ଆଲୁମିନିୟମ ଏବଂ ପାୱାର ବ୍ୟବସାୟ ହେଉଛି ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ଏବଂ ଘରୋଇ କ୍ଷେତ୍ରରେ ବୃହତମ ପାୱାର ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ମଧ୍ୟରୁ ଅନ୍ୟତମ । ଏହାର ମୂଲ୍ୟଯୁକ୍ତ ଆଲୁମିନିୟମ୍‌ ଉତ୍ପାଦନଗୁଡିକ ଏରୋସ୍ପେସ୍ ଠାରୁ ଆରମ୍ଭ କରି ବିଦ୍ୟୁତିକରଣ ଆଦି ପ୍ରମୁଖ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଗ୍ରଣୀ କରିପାରିଛି । କମ୍ପାନୀର ବଜାର, ଗ୍ରାହକ ଏବଂ ବ୍ୟବସାୟ ବହୁବିଧ ତଥା ସଂଯୁକ୍ତ । ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ, ବିଭିନ୍ନ ଦୃଷ୍ଟିକୋଣ, ଅଭିଜ୍ଞତା, ଦକ୍ଷତା ଏବଂ ଶିକ୍ଷା କ୍ଷେତ୍ରରୁ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥାଏ ।

ଯାହାଦ୍ୱାରା କମ୍ପାନୀର ବ୍ୟବସାୟିକ ରଣନୀତି ବେଶ୍ ସଶକ୍ତ ହୋଇପାରିଛି । ସାଧାରଣତଃ ଉତ୍ପାଦନ ଏବଂ ଭାରି ଇଞ୍ଜିନିୟରିଂ ସେଗମେଂଟ୍‌ରେ ମହିଳାଙ୍କ ନିଯୁକ୍ତି ସଂଖ୍ୟା କମ୍ ରହିଛି । ଧାତୁ ଏବଂ ଖଣି କ୍ଷେତ୍ରରେ ଏଭଳି ସମସ୍ୟା ଅଧିକ । ଏପରିସ୍ଥଳେ ବେଦାନ୍ତର ଆଲୁମିନିୟମ୍ ଏବଂ ପାୱାର ବ୍ୟବସାୟରେ ବହୁ ଉଚ୍ଚଶିକ୍ଷିତ ମହିଳା ଧାତୁ ଉତ୍ପାଦନ, ପରିବହନ, ସିଭିଲ୍ ୱାର୍କ ଏବଂ ରେଳ ଭିତିଭୂମି ଠାରୁ ଆରମ୍ଭ କରି ଅର୍ଥ, ସୁରକ୍ଷା ଏବଂ ବିଭିନ୍ନ ସାମଗ୍ରୀ କ୍ରୟ କ୍ଷେତ୍ରରେ ବହୁ ସଂଖ୍ୟାରେ ସଫଳତାର ସହିତ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଓଡିଶାରେ ବେଦାନ୍ତର ପ୍ଲାଂଟ୍‌ରେ ଏକ ମହିଳା-ଅଗ୍ନିଶମ ଦଳ କାର୍ଯ୍ୟ କରୁଛନ୍ତି । ମହିଳାମାନଙ୍କ ପାଇଁ ଏକ ଅଣପାରମ୍ପରିକ କ୍ଷେତ୍ର ଭାବେ ବିବେଚନା କରାଯାଉଥିବା ବ୍ୟବସାୟ ପରିଚାଳନା କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ଆଖି ଦୃଶିଆ ରହିଛି ଏବଂ ଦେଶର କେତେକ ଦୁର୍ଗମ ଅଂଚଳରେ ଉଚ୍ଚ ପ୍ରଶିକ୍ଷିତ ମହିଳା କର୍ମଚାରୀ ବେଶ୍ ସଫଳ ହୋଇପାରିଛନ୍ତି ।

ଏହି ପ୍ରସଙ୍ଗରେ ବେଦାନ୍ତ ଲିମିଟେଡ୍‌ର ଆଲୁମିନିୟମ୍ ବ୍ୟବସାୟର ଡେପୁଟି ସିଇଓ ରାହୁଲ ଶର୍ମା କହିଲେ, ବେଦାନ୍ତ କାର୍ଯ୍ୟକ୍ଷେତ୍ରରେ କର୍ମଚାରୀଙ୍କ ପ୍ରତ୍ୟେକ ଭୂମିକାକୁ ଗୁରୁତ୍ୱ ପ୍ରଦାନ କରିଥାଏ । କମ୍ପାନୀ ପାରମ୍ପରିକ ଲିଙ୍ଗ ଭେଦକୁ ସ୍ୱୀକାର କରି ନ ଥାଏ । କମ୍ପାନୀର ଅପରେଶନ୍ ଏବଂ ରକ୍ଷଣାବେକ୍ଷଣ, ସୁରକ୍ଷା, ଆର୍‌ ଆଣ୍ଡ୍ ଡି ମାର୍କେଟିଂ, ଫାଇନାନ୍ସ ଏବଂ ମାନବ ସମ୍ବଳ, ଜନସମ୍ପର୍କ, କ୍ରେନ୍ ଏବଂ ସ୍ମେଲଟର ପଟ୍ ଟେଣ୍ଡିଂ ମେସିନ୍ ଅପରେଟିଂ ଆଦି କ୍ଷେତ୍ରରେ ମହିଳାମାନେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିପାରିଛନ୍ତି । ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ କମ୍ପାନୀଭାବେ ବେଦାନ୍ତ ଯୋଗ୍ୟତା, ଉତ୍କର୍ଷତା, ସକାରାତ୍ମକ ପ୍ରତିଦ୍ୱନ୍ଦ୍ୱିତା ଏବଂ ସର୍ବୋପରି ଏକ ଅଭିନବ ମନୋଭାବ ତଥା ସୃଜନଶୀଳତାକୁ ଗୁରୁତ୍ୱ ପ୍ରଦାନ କରିଥାଏ ।

କମ୍ପାନୀର ଆଭିମୁଖ୍ୟକୁ ନିମ୍ନରେ ବର୍ଣ୍ଣନା କରାଯାଇଛି :-

+ ମହିଳାମାନଙ୍କୁ କମ୍ପାନୀର ଅନ୍ୟ ସମସ୍ତ କର୍ମଚାରୀଙ୍କ ପରି, ସେମାନଙ୍କର ମନୋଭାବ ଏବଂ ଶିଖିବାର ଇଚ୍ଛା, ଶିକ୍ଷାଗତ ଏବଂ ବୈଷୟିକ ଯୋଗ୍ୟତା ଆଧାରରେ ନିଯୁକ୍ତି ପ୍ରଦାନ କରାଯାଇଥାଏ । ଏହା ପରେ ସେମାନଙ୍କୁ ବିଶ୍ୱସ୍ତରୀୟ ବିଶେଷଜ୍ଞ ମାନଙ୍କ ମାଧ୍ୟମରେ ସର୍ବୋତମ ତାଲିମ ଯୋଗାଇ ଦିଆଯାଇଥାଏ । ଯାହାଦ୍ୱାରା ସେମାନେ ବିଭିନ୍ନ ପର୍ଯ୍ୟାୟରେ ପରିକଳ୍ପିତ ଇକୋସିଷ୍ଟମ୍‌ରେ ସଫଳ ହେବାର ସମ୍ଭବନା ଅଧିକ ରହିଥାଏ । + ତୃତୀୟତଃ, ବେଦାନ୍ତରେ ନିଯୁକ୍ତ କର୍ମଚାରୀଙ୍କୁ ଚାକିରିର ନିଯୁକ୍ତି ସମ୍ପର୍କିତ କାର୍ଯ୍ୟଶୈଳୀର ବିଷୟବସ୍ତୁ ଏବଂ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରାଯାଇଥାଏ । ଯାହାକି କମ୍ପାନୀର ଗୁପ୍ତ ପରିକଳ୍ପନା ପରି ମନେହୁଏ । ବାସ୍ତବରେ ଏହା କର୍ମଚାରୀଙ୍କୁ ଆକର୍ଷିତ କରିଥାଏ ଏବଂ ପ୍ରତିଭାର ବିକାଶ ପାଇଁ ଆବଶ୍ୟକ ସହାୟତା ଉପଲବ୍ଧ ହୋଇ ପାରିଥାଏ । ସଶକ୍ତିକରଣ ପାଇଁ ଭୂମିକା ପରିକଳ୍ପନା କରାଯାଇଥାଏ । ଏହା ସହିତ ସମ୍ପ୍ରତି ଆଲୁମିନିୟମ୍ ବ୍ୟବସାୟ ଏକ ଉଲ୍ଲେଖନୀୟ ମୋଡ଼ ଦେଇ ଗତି କରୁଛି । ତେଣୁ ଏହି କ୍ଷେତ୍ରରେ ବହୁ ନୂତନତ୍ୱ, କାର୍ଯ୍ୟଶୈଳୀର ନୂତନ ଉପାୟ, ପ୍ରକୃତ ବିବିଧତା ଏବଂ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ଷେତ୍ର ପାଇଁ ବିପୁଳ ସୁଯୋଗ ରହିଛି । ଯାହାକି ବହୁ ଅଜଣା ବିଷୟରେ ଶିକ୍ଷା ଏବଂ ବିଶ୍ୱସ୍ତରୀୟ ସର୍ବଶ୍ରେଷ୍ଠ କାର୍ଯ୍ୟଶୈଳୀ ସମ୍ପର୍କରେ ଅବଗତ କରାଇଥାଏ ।

ଯେହେତୁ କମ୍ପାନୀ କ୍ରମାଗତ ଭାବରେ ବିକାଶ ଧାରା ଜାରି ରଖିଛି, ତେଣୁ ନୂତନ ଉତ୍ପାଦର ବିକାଶ ଏବଂ ଏହାର କାର୍ଯ୍ୟକ୍ଷେତ୍ରକୁ ସମ୍ପ୍ରସାରଣ ସହିତ ବେଦାନ୍ତର କାର୍ଯ୍ୟ-ସଂସ୍କୃତିରେ ଷ୍ଟାର୍ଟ ଅପ୍ ର ଉତ୍ସାହ ଏବଂ ବୃହତ ବିଶ୍ୱସ୍ତରୀୟ ସଂଗଠନ ଲକ୍ଷ୍ୟ ନେଇ କାର୍ଯ୍ୟ ଧାରା ଜାରି ରହିଛି । କମ୍ପାନୀର ଉତ୍ପାଦନ କାରଖାନା ଓଡିଶା ଏବଂ ଛତିଶଗଡ ଆଭ୍ୟନ୍ତରୀଣ ଅଂଚଳରେ ରହିଛି । ସେଠାରେ କାର୍ଯ୍ୟ କରୁଥିବା ମହିଳାମାନେ ଦକ୍ଷ, ଉଚ୍ଚାଭିଳାଷୀ ଏବଂ ସୁପରିଚାଳିତ । ସେମାନେ ମୁଖ୍ୟ କାର୍ଯ୍ୟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି କମ୍ପାନୀର ବ୍ୟବସାୟିକ ଅଭିବୃଦ୍ଧିରେ ସହାୟକ ହୋଇପାରିଛନ୍ତି । ସେମାନଙ୍କ ଏଭଳି ଉଲ୍ଲେଖନୀୟ ଅବଦାନ ପାଇଁ ବେଦାନ୍ତ ଗର୍ବିତ । ସିଭିଲ୍ ପ୍ରୋଜେକ୍ଟଗୁଡିକର ପରିଚାଳନାରେ ୧୪ ବର୍ଷରୁ ଅଧିକ ଅଭିଜ୍ଞତା ସହିତ ଜ୍ୟୋତି ଆର. କ୍ରିଷ୍ଣା ଓଡିଶାର ଝାରସୁଗୁଡାସ୍ଥିତ ବେଦାନ୍ତର ଆଲୁମିନିୟମ୍ କମ୍ପେ୍ଲକ୍ସରେ ସିଭିଲ୍ ୱାର୍କ ଇନଫ୍ରାଷ୍ଟ୍ରକଚର ଏବଂ ରେଳ ପ୍ରକଳ୍ପରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି । ଜ୍ୟୋତିଙ୍କ ଦୃଢ଼ ବିଶ୍ୱାସ ଯେ, ବେଦାନ୍ତର ବ୍ୟବସାୟରେ ପରିଚାଳନା ଦେଶ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । କମ୍ପାନୀ ଆଲୁମିନିୟମ ଉତ୍ପାଦନ କରିଥାଏ ଯାହାକି ଭାରତର ଆତ୍ମନିର୍ଭରଶୀଳତା ଲାଗି ବେଶ୍ ଗୁରୁତ୍ୱପୂର୍ଣ୍ଣ । ସେ ଏବଂ ତାଙ୍କ ସହକର୍ମୀ ଦେଶ ସେବା ଲକ୍ଷ୍ୟ ନେଇ କାର୍ଯ୍ୟ କରିଥାନ୍ତି ।

ଯାହାଦ୍ୱାରା ଦେଶରେ ଯେଭଳି ଆଲୁମିନିୟମ୍ ଭଳି ଗୁରୁତ୍ୱପୂର୍ଣ୍ଣ କଂଚାମାଲର ଅଭାବ ପରିଲକ୍ଷିତ ହେବ ନାହିଁ । ଏହି ମିଶନ୍ ଲକ୍ଷ୍ୟ ବ୍ୟକ୍ତିଗତ ତଥା ଜଣେ ପେଶାଦାର କର୍ମଚାରୀ ଭାବେ ତାଙ୍କୁ ଉତ୍ସାହିତ କରିଥାଏ ବୋଲି ସେ କହୁନ୍ତି । ବେଦାନ୍ତର ଝାରସୁଗୁଡା ପ୍ଲାଂଟ୍ ବିଶ୍ୱର ସର୍ବ ବୃହତ ଆଲୁମିନିୟମ ସ୍ମେଲଟର ମଧ୍ୟରୁ ଅନ୍ୟତମ । ଏଠାରେ ଭାରତରେ ଉତ୍ପାଦିତ ହେଉଥିବା ଏକ ତୃତୀୟାଂଶରୁ ଅଧିକ ଆଲୁମିନିୟମ ଉତ୍ପାଦନ କରିଥାଏ । ବେଦାନ୍ତର ଆଲୁମିନିୟମ ବ୍ୟବସାୟର କୋଇଲା କ୍ରୟ ଏବଂ ଚୁକ୍ତିନାମା ମୁଖ୍ୟ ବସୁଧା ସିଙ୍ଘଲ, ଇଲେକ୍ଟ୍ରୋନିକ୍ସ ଇନଷ୍ଟ୍ରୁମେଂଟସନ୍ ଆଣ୍ଡ କଂଟ୍ରୋଲରେ ଇଞ୍ଜିନିୟରିଂ ଡିଗ୍ରୀ ସମାପ୍ତ କରିବା ପରେ, ବହୁ ଉତ୍ପାଦନକାରୀ କମ୍ପାନୀର କ୍ୟାମ୍ପସ ପ୍ଲେସମେଂଟ ପରୀକ୍ଷା ଏବଂ ସାକ୍ଷାତକାରରେ ଯୋଗଦେଇଥିଲେ । ତେବେ ସେସବୁ ପୁରୁଷମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ସମ୍ପୃକ୍ତ କମ୍ପାନୀ ବସୁଧାଙ୍କୁ ମନା କରିଦେଇଥିଲେ । କେବଳ ବେଦାନ୍ତ ଆଲୁମିନିୟମ ଏବଂ ପାୱାର ତାଙ୍କୁ ପ୍ଲେସମେଂଟ୍ ପ୍ରକ୍ରିୟା ଦେଇ ଯିବାକୁ ଉତ୍ସାହିତ କରିଥିଲେ । ତାଙ୍କ ସାମର୍ଥ୍ୟକୁ ହୃଦୟଙ୍ଗମ କରି ବେଦାନ୍ତ ପକ୍ଷରୁ ବସୁଧାଙ୍କୁ ରକ୍ଷଣାବେକ୍ଷଣ ଇଞ୍ଜିନିୟର ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା । ଉତ୍ପାଦନ ପ୍ରକ୍ରିୟାର ବିଭିନ୍ନ ଦିଗ ଜାଣିବା ପାଇଁ ବସୁଧାଙ୍କ ଆଗ୍ରହ ଯୋଗୁ ପରବର୍ତୀ ସମୟରେ ତାଙ୍କୁ ନିରାପତା ବିଭାଗରେ ନିଯୁକ୍ତି ମିଳିଥିଲା ।

ସୁରକ୍ଷା ହେଉଛି ବେଦାନ୍ତର ଶୀର୍ଷ ପ୍ରାଥମିକତା । ବସୁଧା ସଂଗଠନର ସୁରକ୍ଷାର ଗୁରୁତ୍ୱକୁ ଉପଲବ୍ଧି କରି ଦାୟିତ୍ୱପୂର୍ଣ୍ଣ ଭାବେ କାର୍ଯ୍ୟ କରିଥିଲେ । ବେଦାନ୍ତର ଝାରସୁଗୁଡା ପ୍ଲାଂଟର ସୁରକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଅନସୀ କୁଜୁର ତାଙ୍କ କାର୍ଯ୍ୟ କାଳରେ ସମ୍ମୁଖୀନ ହେଉଥିବା ଏକାଧିକ ଆହ୍ୱାନର ମୁକାବିଲା ପଛଘୁଂଚା ନ ଦେଇ ସାହସର ସହିତ ସମ୍ପନ୍ନ କରିଛନ୍ତି । ଅପରାଧୀ, ସାମଗ୍ରୀ ଚୋରି ଉଦ୍ୟମ, ଅସ୍ତ୍ରଶସ୍ତ୍ରଧାରୀ ଅନୁପ୍ରବେଶକାରୀଙ୍କ ସଫଳ ମୁକାବିଲା ଏବଂ ଅନ୍ୟାନ୍ୟ କାର୍ଯ୍ୟକୁ ଶାନ୍ତ, ନିର୍ଭୟ ଏବଂ ବୁଦ୍ଧିମତା ଦ୍ୱାରା ସମାଧାନ କରିବାରେ ସଫଳତା ହାସଲ କରିଛନ୍ତି । ସେ ସର୍ବଦା ହସହସ ମୁହଁରେ ପ୍ରତିଟି କାର୍ଯ୍ୟ କରିଥାନ୍ତି । ବେଦାନ୍ତ ବିଶ୍ୱାସ କରେ ଯେ, କମ୍ପାନୀର ମହିଳା କର୍ମଚାରୀମାନେ ବୃତିଗତ ଭାବେ ଯୋଗ୍ୟ ଏବଂ ସେମାନଙ୍କ ଭୂମିକା ବେଶ୍ ଅଭିଜ୍ଞ । ଏହା ସହିତ ସେମାନଙ୍କର ବିଭିନ୍ନ ଦୃଷ୍ଟିକୋଣ, ବୈଷୟିକ ଦକ୍ଷତା, ସହାନୁଭୂତି, କରୁଣା ଏବଂ ସଜାଗ ଏକନିଷ୍ଠ ଭାବ ଶିଳ୍ପକ୍ଷେତ୍ରର କାର୍ଯ୍ୟଶୈଳୀରେ ଏକ ନୂତନତ୍ୱ ଆଣିଥାଏ । ସେମାନଙ୍କଠାରେ ପାରମ୍ପରିକ ପୁରୁଷ ପ୍ରାଧାନ୍ୟ ଶିଳ୍ପରେ କାର୍ଯ୍ୟ କରିବାର ଉତ୍ସାହ ରହିଛି । ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ଯୋଜନା ଦ୍ୱାରା ମୁଖ୍ୟ ଶିଳ୍ପ କ୍ଷେତ୍ରରେ ବହୁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି । ଏବେ ସମୟ ଆସିଛି, ଯାହାକି ମହିଳା କର୍ମଚାରୀଙ୍କ ପ୍ରତିଭା ତଥା ସୃଜନଶୀଳ ଯୋଗ୍ୟତା ଆଧାରରେ ସେମାନଙ୍କୁ ଏସବୁ କ୍ଷେତ୍ରରେ ନିଯୁକ୍ତି ଯୋଗାଇ ଦିଆଯିବାର ପ୍ରୟାସ କରାଯିବା ଆବଶ୍ୟକ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

May 1, 2026

Recent News

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

May 1, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version