ଓଡ଼ିଶା ତାଜା ନ୍ୟୁଜ (୮ ମାର୍ଚ୍ଚ ସୋମବାର ) ଭୁବନେଶ୍ୱର :- ପଟିଆ,ଭୁବନେଶ୍ୱର ସ୍ଥିତ ଓଡିଶାର ଅଗ୍ରଣୀ ଇଣ୍ଟିଗ୍ରେଟେଡ୍ ସ୍କୁଲ୍ “ଦ କୌଟିଲ୍ଯରେ” ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ଏହି ଅବସରରେ ଓଲିଉଡ୍ ର ପ୍ରଖ୍ୟାତ ଅଭିନେତ୍ରୀ ପୁଷ୍ପା ପଣ୍ଡା, ଅନୁଭା,ପୁନମ୍ ମିଶ୍ର ଓ ରାଖି ଦାସଙ୍କ ସମେତ ବିଶିଷ୍ଟ ପଶୁପ୍ରେମୀ ଓ ସମାଜସେବୀ ପୁରବୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ଓ କେକ୍ କାଟି କାର୍ଯ୍ୟକ୍ରମଟିକୁ ଆରମ୍ଭ କରିଥିଲେ ।
ପ୍ରତ୍ୟେକ ସମ୍ମାନିତ ଅତିଥି ମହିଳା ସଶକ୍ତିକରଣ ଉପରେ ନିଜର ମତାମତ ରଖିଥିଲେ । ଅନୁଷ୍ଠାନର ମହିଳା ସୁରକ୍ଷା ସମିତିର ଅଧ୍ୟକ୍ଷା ତଥା ବିଶିଷ୍ଟ ଗାୟିକା ପମି ମିଶ୍ର ଛାତ୍ରଛାତ୍ରୀ ମାନଙ୍କୁ ନାରୀ ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟୀ ଡ.ଲକ୍ଷ୍ମୀନାରାୟଣ ଅଗ୍ରଓ୍ଵାଲ୍,ପ୍ରିନ୍ସିପାଲ୍ ରବି ରୟତସିଂ,ନିର୍ଦ୍ଦେଶକ ଦିନେଶ୍ ରଥ ପ୍ରମୁଖ ନିଜର ମତାମତ ରଖିଥିବା ବେଳେ ଇନ୍ସଟିଚ୍ୟୁଟ୍ ର ଚେୟାରମ୍ୟାନ୍ ଡ.ଦେବୀତୋଷ ଆଚାର୍ଯ୍ୟ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ପ୍ରୀତିଲତା ଭାରତୀ ଓ କ୍ଷେତ୍ରମୋହନ ଦାସ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲାବେଳେ ଲକ୍ଷ୍ମୀକାନ୍ତ ମହାପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ଅଧ୍ୟାପକ ବିପ୍ଳବ ବିଜୟ, ରଶ୍ମୀରଞନ ଦାସ, ଅବନୀ ସ୍ଵାଇଁ, ଦେବଦତ୍ତ ମିଶ୍ର,ପ୍ରୀୟଚନ୍ଦନ ସାହୁ,ହିମାଂଶୁ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ ।