• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ୨୦୨୧ ପାଳନ ନେଇ ପ୍ରସ୍ତୁତି ବୈଠକ

Proprietor Abhimanyu Maharana by Proprietor Abhimanyu Maharana
March 8, 2021
in ଓଡ଼ିଶା, ମହାନଗର, ହୋମ୍
0
ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ୨୦୨୧ ପାଳନ ନେଇ ପ୍ରସ୍ତୁତି ବୈଠକ
Share on FacebookShare on TwitterWhatsapp
  • କୋଭିଡ୍‌ ନିୟମ ଅନୁପାଳନ ସହ ପରିବେଷିତ ହେବ ଉଚ୍ଚକୋଟୀର ସାଂସ୍କୃତିକ କାର୍ଯ୍ୟକ୍ରମ
  • ଫଟୋ ପ୍ରଦର୍ଶନୀରେ ସ୍ଥାନ ପାଇବ ବରପୁତ୍ରଙ୍କ ଜୀବନୀ

ଓଡ଼ିଶା ତାଜା ନ୍ୟୁଜ (୮ ମାର୍ଚ୍ଚ ସୋମବାର ) ଭୁବନେଶ୍ୱର :- ଆଜି ଓଡ଼ିଶା ଦିବସ ୨୦୨୧ ଉପଲକ୍ଷେ ପ୍ରସ୍ତୁତି ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କୋଭିଡ୍‌ ନିୟମାବଳୀ ଅନୁପାଳନ ପୂର୍ବକ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ଲାଗି ନିଷ୍ପତ୍ତି ହୋଇଛି । ପ୍ରଭାତ ଫେରିଠାରୁ ଆରମ୍ଭ କରି ଆଲୋକ ସଜ୍ଜା, ସାଂସ୍କୃତିକ କାର୍ଯ୍ୟକ୍ରମ , ନିରାପତ୍ତା ବ୍ୟବସ୍ଥା , ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଆୟୋଜନ , ଫଟୋଚିତ୍ର ପ୍ରଦର୍ଶନୀ ଆଦି ମୋଟି ୨୦ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇ ନିଷ୍ପତ୍ତି ନିଆଯାଇଛି । ଚଳିତ ଓଡ଼ିଶା ଦିବସ-୨୦୨୧ରେ ପୂର୍ବ ବର୍ଷ ଭଳି ପ୍ରଭାତଫେରି ଆୟୋଜନ କରାଯିବ । ଏଥିରେ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ଅଞ୍ଚଳରେ ସକାଳ ୬ଟାରୁ ୭ଟା ମଧ୍ୟରେ ଓଡ଼ିଆ ଦେଶାତ୍ମବୋଧକ ସଂଗୀତ ବାଦନ କରାଯିବ ।

ଚଳିତ ବର୍ଷ ଓଡ଼ିଶା ଦିବସ ଉତ୍କଳମଣ୍ଡପଠାରେ ଆୟୋଜନ କରାଯିବାକୁ ସ୍ଥିର ହୋଇଛି । କୋଭିଡ୍‌ ମାର୍ଗଦର୍ଶିକାର ସଠିକ୍‌ ଅନୁପାଳନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର ହୋଇଛି । ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶାର ବଛାବଛା ସାଂସ୍କୃତିକ ଦଳମାନଙ୍କୁ ନେଇ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏଥିପାଇଁ ଆବଶ୍ୟକ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି । ଓଡ଼ିଶା ଦିବସ ଅବସରରେ ରାଜଭବନ, ସଚିବାଳୟ, ବିଧାନସଭା ସୌଧ, ରବିନ୍ଦ୍ରମଣ୍ଡପ ଆଦି ସରକାରୀ କୋଠାକୁ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯିବ । ଏଥି ସହିତ ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ, ଭାରତୀୟ ରିଜର୍ଭ ବ୍ୟାଙ୍କ, ଷ୍ଟେଟ୍‌ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟର ଆଲୋକୀକରଣ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସଂପୃକ୍ତ ସଂସ୍ଥାକୁ ଅନୁରୋଧ କରାଯିବ ।

ଉତ୍ସବ ସ୍ଥାନ ଓ ନିକଟବର୍ତ୍ତୀ ରାସ୍ତାମାନଙ୍କରେ ନିରାପତ୍ତା, ଯାନବାହନ ନିୟନ୍ତ୍ରଣ ଏବଂ ପାର୍କିଂ ପାଇଁ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ସଭା ସ୍ଥଳରେ ପରିଚ୍ଛନ୍ନତା ପାଇଁ ଅସ୍ଥାୟୀ ଶୌଚାଳୟ ନିର୍ମାଣ କରାଯିବା ସହ ସଭାସ୍ଥଳକୁ ବିଏମ୍‌ସି ପକ୍ଷରୁ ସଂପୂର୍ଣ୍ଣ ରୂପେ ବିଶୋଧନ କରାଯିବ । ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ ଦମକଳ ଓ ଅଗ୍ନି ନିରୋଧକ ଯନ୍ତ୍ର ବ୍ୟବସ୍ଥା ପାଇଁ ନିଷ୍ପତ୍ତି ହୋଇଛି । ଆପଦକାଳୀନ ସେବା ପାଇଁ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ପକ୍ଷରୁ ଆମ୍ବୁଲାନ୍ସ ବ୍ୟବସ୍ଥା ଗ୍ରହଣ କରାଯିବ । ବିଗତ ବର୍ଷ ପରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜିଲ୍ଲା ଓ ରାଜ୍ୟସ୍ତରରେ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯିବ । ଉତ୍ସବରେ ଭାରତୀୟ ରେଡ୍‌କ୍ରସ ସଂସ୍ଥା, ଓଡ଼ିଶା ଶାଖା ପକ୍ଷରୁ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଦିବ୍ୟାଙ୍ଗ ବ୍ୟକ୍ତିବିଶେଷଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯିବ । ଓଡ଼ିଶା ଦିବସରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବରପୁତ୍ରମାନଙ୍କ ଜୀବନୀ ସଂପର୍କିତ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯିବ ।

ଏହି ଅବସରରେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ କରାଯିବାର କାର୍ଯ୍ୟକ୍ରମ ରହିଛି । ଟେଲିଭିଜନ୍‌ ଓ ସାମାଜିକ ଗଣମାଧ୍ୟମରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ । ରାଜଧାନୀ ଭୁବନେଶ୍ୱର ସମେତ ନୂଆଦିଲ୍ଲୀ, କୋଲକାତା, ମୁମ୍ବାଇ, ଚେନ୍ନାଇ ସମେତ ପ୍ରତ୍ୟେକ ଜିଲ୍ଲା ସଦର ମହକୁମା ଏବଂ ଉପଖଣ୍ଡ ସଦର ମହକୁମାଠାରେ ଓଡ଼ିଶା ଦିବସ ପାଳନ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ପ୍ରସ୍ତୁତି ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ସୂଚନା ଓ ଲୋକସଂପର୍କ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ପୂର୍ତ୍ତ ବିଭାଗ କମିଶନର ତଥା ଶାସନ ସଚିବ ଡ. କିଷନ କୁମାର, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ନିରଞ୍ଜନ ସେଠୀ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ, ବିଡ଼ିଏ ସଚିବ ଶ୍ରୀ ହରିଶ ନାୟକଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

May 5, 2026
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
Brutal Crime in Nasrapur Sparks Outrage : Accused Arrested

Brutal Crime in Nasrapur Sparks Outrage : Accused Arrested

May 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

May 5, 2026
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version