No Result
View All Result
ଓଡ଼ିଶା ତାଜା ନ୍ୟୁଜ (୮ ମାର୍ଚ୍ଚ ସୋମବାର ) ହିଞ୍ଜିଳିକାଟୁ :- ଜଳ ସ୍ୱଚ୍ଛତା ଦିବସ ଅବସରରେ ସୋମବାର ସ୍ଥାନୀୟ ବ୍ଳକ ଦୁର୍ବନ୍ଧ ଗ୍ରାମ ପଂଚାୟତରେ ଏକ ପରିମଳ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପିଇଓ ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କ ତତବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ପ୍ରସନ କୁମାର ପାତ୍ର , ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ରାମହରି ଶର୍ମା, ଜଳ ଓ ପରିମଳ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରସନ କୁମାର ଦଳାଇ, ସରଂପଚ ରଞ୍ଜୁ ବେହେରା, ସମିତିସଭ୍ୟ ଝିଲି ସାହୁ ପ୍ରମୁଖ ଯୋଗଦେଇ ସ୍ୱଚ୍ଛତା ସର୍ମ୍ପକରେ ମତବ୍ୟକ୍ତ କରିଥିଲେ ।
ସଂପୃକ୍ତ ଗ୍ରମା ବଜାର କମିଟିଙ୍କ ସହଯୋଗରେ ଗ୍ରାମ ଫୋଖରୀକୁ ସଫା କରାଯାଇଥିଲା । ସଂପୃକ୍ତ ଗ୍ରାମର ସମସ୍ତ ବ୍ୟବସାୟିକ ଅନୁଷ୍ଠାନର ଆବର୍ଜନା ସଂଗ୍ରହ କରାଯାଇ ହିଞ୍ଜିଳିକାଟୁ ପୌର ପରିଷଦ ଅଂଚଳରେ ଅବସ୍ଥାପିତ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରକୁ ଅଣାଯାଇଥିଲା । ଆଗାମୀ ଦିନରେ ଗ୍ରାମ ପରିବେଶକୁ ସଫା ସୁତୁରା ରଖିବା ପାଇଁ ଉପସ୍ଥିତ ବଜାର କମିଟି ସଦସ୍ୟ ଓ କର୍ମକର୍ତା ବୃନ୍ଦ ଶପଥ କରିଥିଲେ । କାର୍ଯ୍ୟକ୍ରମକୁ ରଶ୍ମିତା ପଟ୍ଟନାୟକ ପରିଚାଳନା କରିଥିବା ବେଳେ ବଜାର କମିଟି ସଭାପତି ହରି ସାହୁ, ସଦସ୍ୟ ସନ୍ତୋଷ ମହାନ୍ତି, ଗ୍ରାମ ପାଠାଗାର ସଦସ୍ୟ ବୃନ୍ଦ, ସ୍ୱଚ୍ଛଗ୍ରାହୀ ବୃନ୍ଦ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । (ରିପୋର୍ଟ – ଶୁସାନ୍ତ ପ୍ରଧାନ )
No Result
View All Result