No Result
View All Result
ଓଡ଼ିଶା ତାଜା ନ୍ୟୁଜ (୮ ମାର୍ଚ୍ଚ ସୋମବାର ) ପାରଳାଖେମୁଣ୍ଡି :- ନାରୀ ଆଉ ଅବଳା କି ଦୁର୍ବଳା ହୋଇ ରହିନାହିଁ । ବର୍ତ୍ତମାନର ସମାଜ ମହିଳାଙ୍କୁ ନିଜ ଅଧିକାର ସାବ୍ୟସ୍ତ କରିବାକୁ ସୁଯୋଗ ଦେଇଛି । ମହିଳା ପୁରୁଷ ସଙ୍ଗେ କାନ୍ଧ କୁ କାନ୍ଧ ମିଳାଇ ସମାନ ହୋଇ ଆଗକୁ ବଢୁଛି । ମହିଳାଙ୍କୁ ସମ୍ମାନ ଦେଇ ସ୍ବତନ୍ତ୍ର ଭାବେ ଆଜି ବିଶ୍ବରେ ପାଳିତ ହେଉଛି ” ବିଶ୍ବ ମହିଳା ଦିବସ ” । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ନାରୀ ସଶକ୍ତିକରଣ ଦିଗରେ ଦୃଷ୍ଟାନ୍ତ ମୂଳକ ଉଦାହରଣର ସୃଷ୍ଟି କରିଛି । ଯାହାକୁ ଆଧାର କରି ପ୍ରଶାସନ ପକ୍ଷରୁ ବିଶ୍ବ ମହିଳା ଦିବସ ଅତି ଗୁରୁତ୍ୱ ସହ ପାଳନ କରାଯାଉଛି ।
ଗଜପତି ଜିଲ୍ଲା ଆର.ଉଦୟଗିରିରେ ଥିବା କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏସଂକ୍ରାନ୍ତରେ ଆୟୋଜିତ ସାଧାରଣ ସଭାରେ ଉପଉଦ୍ୟାନ କୃଷି ନିର୍ଦେଶକ – କେ ସୁଦର୍ଶନ ରାଓ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ବର୍ତ୍ତମାନର ସମାଜ ରେ ନାରୀର ସ୍ଥାନ ଉଚ୍ଚରେ ରହିଛି । ବିକାଶ ନିମନ୍ତେ ମହିଳାଙ୍କ ଅବଦାନ ଯଥେଷ୍ଟ ରହିଛି ବୋଲି ମତପୋଷଣ କରିଛନ୍ତି । ଏହି ଅବସରରେ ମହିଳା ମା ମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ସେମାନେ ଯେପରି ବିଭିର୍ଣ୍ଣ ପ୍ରକାର ଚାଷକାର୍ଯ୍ୟ ବା କୃଷି କାର୍ଯ୍ୟ କରି ନିଜେ ସ୍ୱାବଲମ୍ବୀ ହୋଇପାରିବେ ସେଥିଲାଗି ସେମାନଙ୍କୁ ପ୍ରବର୍ତାଇ ଥିଲେ । (ରିପୋର୍ଟ –ଗରୁଡ଼ ଧ୍ୱଜ ଚୌଧୁରୀ )
No Result
View All Result