• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗ୍ଲୋବାଲ୍‍ ୱେଷ୍ଟର୍ଣ୍ଣ ଓଡ଼ିଶା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ ; ନାରୀ ଶାନ୍ତି, ମୈତ୍ରୀ, ପ୍ରୀତି, ଶକ୍ତି ଓ ସମୃଦ୍ଧିର ପ୍ରତୀକ

Proprietor Abhimanyu Maharana by Proprietor Abhimanyu Maharana
March 8, 2021
in ଓଡ଼ିଶା, କଟକ, ଦେଶ, ବିଶ୍ଵ, ମହାନଗର, ହୋମ୍
0
ଗ୍ଲୋବାଲ୍‍ ୱେଷ୍ଟର୍ଣ୍ଣ ଓଡ଼ିଶା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ ; ନାରୀ ଶାନ୍ତି, ମୈତ୍ରୀ, ପ୍ରୀତି, ଶକ୍ତି ଓ ସମୃଦ୍ଧିର ପ୍ରତୀକ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୮ ମାର୍ଚ୍ଚ ସୋମବାର ) ବେଙ୍ଗାଲୁରୁ / ଭୁବନେଶ୍ୱର / କଟକ / ରାଉରକେଲା / ଲଣ୍ଡନ / ଓସ୍ଲୋ / ନୂଆଦିଲ୍ଲୀ  :-  ନାରୀ ଶାନ୍ତି, ମୈତ୍ରୀ, ପ୍ରୀତି, ଶକ୍ତି ଓ ସମୃଦ୍ଧିର ଓଜସ୍ୱିନୀ ଉତ୍ସ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି । ଗ୍ଲୋବାଲ୍‍ ୱେଷ୍ଟର୍ଣ୍ଣ ଓଡ଼ିଶା (ଗ୍ଲୋଓ) ତରଫରୁ ଆନ୍ତର୍ଜାତୀକ ମହିଳା ଦିବସ ପାଳନ ଅବସରରେ ଉପସ୍ଥିତ ଅତିଥିବୃନ୍ଦ, ମହିଳାଙ୍କୁ ଯଦି ସଠିକ ସୁବିଧା, ସୁଯୋଗ ଓ ସାକାରାତ୍ମକ ସମର୍ଥନ ମିଳେ ତେବେ ସମାଜରେ ଶ୍ରେଷ୍ଠତ୍ୱ ହାସଲ କରିବା ସେମାନଙ୍କ ପକ୍ଷରେ ସହଜସାଧ୍ୟ ବ୍ୟାପାର ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ଅନ୍‍ଲାଇନ୍‍ ଯୋଗେ ଆୟୋଜିତ ଏହି ସମାରୋହରେ ସାରା ବିଶ୍ୱର ବହୁ ପ୍ରତିଷ୍ଠିତ ତୁଙ୍ଗ ନାରୀ ନେତୃବୃନ୍ଦ ଯୋଗଦେଇଥିବା ଦେଖାଯାଇଥିଲା । ଇଣ୍ଟରନେଟ୍‍ ସମାବେଶକୁ ସମ୍ବୋଧନ କରି ବଲିଉଡ୍‍ ଚିତ୍ର ତାରକା ପ୍ରିୟଙ୍କା ଚୋପ୍ରାଙ୍କର ମା’ ଏବଂ ଆନ୍ତର୍ଜାତିକ ସ୍ତରରେ ବହୁ ଚର୍ଚ୍ଚିତ ଓ ପ୍ରସିଦ୍ଧ ଚଳଚ୍ଚିତ୍ର ‘ଦ ହ୍ୱାଇଟ୍‍ ଟାଇଗର’ର ନିର୍ମାତା ଡଃମଧୁ ଚୋପ୍ରା, ଲିଙ୍ଗଗତ ସମାନତା, ମହିଳାଙ୍କ ପ୍ରତି ସାମାଜିକ ଦୃଷ୍ଟିକୋଣ ଏବଂ ଏକ ‘ସେଲିବ୍ରିଟି ଶିଶୁ’କୁ ଲାଳନପାଳନ କରିବା ନେଇ ପ୍ରତିବନ୍ଧକ ସମ୍ପର୍କରେ ବହୁ ଉପାଦେୟ ତଥ୍ୟାବଳୀ ସହିତ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ ।

ଲାଇଭ୍‍ଷ୍ଟ୍ରୀମିଂ ସଭାରେ ସାମିଲ ହୋଇ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୂଳପତି ଡଃ ସବିତା ଆଚାର୍ଯ୍ୟ, ଗୁଣାତ୍ମକ ଶିକ୍ଷା ନେଇ ସମସ୍ୟା, ଶିକ୍ଷାଗତ ଭିତ୍ତିଭୂମି ବ୍ୟବସ୍ଥା ଏବଂ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ପ୍ରଚଳିତ ଲିଙ୍ଗଗତ ସାମ୍ୟବାଦ ସମ୍ପର୍କରେ ବେଶ୍‍ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ବରିଷ୍ଠ ପ୍ରଶାସକ ନନ୍ଦିତା ମିଶ୍ର ତାଙ୍କର ବକ୍ତବ୍ୟରେ ମହିଳାମାନଙ୍କର ଅର୍ଥନୈତିକ ସଶକ୍ତିକରଣ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଡିଜିଟାଲ ସମ୍ମିଳନୀରେ ଉଦ୍‍ବୋଧନ ଦେଇ ରୁଚି ଫୁଡ୍‍ ଲାଇନ୍‍ର ନିର୍ଦ୍ଦେଶକ ରଶ୍ମୀ ସାହୁ, ନିଜର ପିତାଙ୍କ ଦ୍ୱାରା ପ୍ରତିଷ୍ଠିତ ବ୍ୟବସାୟକୁ ଆଗେଇ ନେବା ନେଇ ତାଙ୍କର ଉତ୍ସର୍ଗୀକୃତ ପ୍ରୟାସ ତଥା ପଶ୍ଚିମ ଓଡ଼ିଶାରେ ରୁଚି ମସଲାକୁ ପ୍ରତ୍ୟେକ ରୋଷେଇ ଘରେ ପହୁଁଚାଇବା ପାଇଁ ତାଙ୍କର କମ୍ପାନୀ ତରଫରୁ ଆରମ୍ଭ କରାଯାଇଥିବା ଜୋରଦାର୍‍ ପ୍ରଚାର ଓ ପ୍ରସାର ଅଭିଯାନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ୱେବିନାରରେ ଯୋଗଦେଇ ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ମହିଳା କିଭଳି ଏକପଟରେ ସୃଜନଶୀଳତାର ସର୍ବୋତ୍ତମ ସୋପାନରେ ପହଁଚି ପାରନ୍ତି ଏବଂ ଅନ୍ୟ ପକ୍ଷରେ ଆବଶ୍ୟକ ପଡ଼ିଲେ ଧ୍ୱଂସର ସମସ୍ତ ସୀମା ସରହଦକୁ ମଧ୍ୟ ଉଲ୍ଲଙ୍ଘନ କରିପାରନ୍ତି ତା ଉପରେ ଆଲୋକପାତ କରିଥିଲେ ।

ସୁନାମଧନ୍ୟ ଚଳଚ୍ଚିତ୍ର ନିର୍ମାତା ଏବଂ ବିତରକ ଜୀତେନ୍ଦ୍ର ମିଶ୍ର, ତାଙ୍କର ନିଜ ଜୀବନଯାପନ ମାର୍ଗରେ ନାରୀ ଶକ୍ତିର ପ୍ରଭାବଶାଳୀ ଭୂମିକା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏହି ଅବସରରେ ନନ୍ଦିତା ମିଶ୍ର ଗ୍ଲୋଓ ଦ୍ୱାରା ବିତରଣ ହେବାକୁ ଥିବା ‘ଓମେନ୍ସ ଆଚ୍ଚିଭର୍ସ ଆୱାର୍ଡସ’ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅଗଷ୍ଟ ୧ ତାରିଖରେ ପାଳନ ହେବାକୁଥିବା ‘ସମ୍ବଲପୁର ଦିନ୍‍’ ଦିନ ଘୋଷଣା ହେବାକୁ ଥିବା ଏହି ପୁରସ୍କାର ପାଇଁ ଆବେଦନ ପର୍ଯ୍ୟାୟ ମାର୍ଚ୍ଚ ୮ ତାରିଖରୁ ଆରମ୍ଭ ହେଉଥିବା ଶ୍ରୀମତୀ ମିଶ୍ର ଜଣାଇଥିଲେ । ଭର୍ଚ୍ଚୁଆଲ ମଞ୍ଚକୁ ନରେୱରୁ ପ୍ରତିତୀ ପଣ୍ଡା ସୁସଂଯୋଜନା ଓ ଖୁବ୍‍ ସୁଚାରୁ ରୂପେ ଉପସ୍ଥାପନା କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ‘ଗ୍ଲୋଓ’ର ସଭାପତି ଆଶୁତୋଷ ଦାଶ ଓ ସମ୍ପାଦକ ସତ୍ୟେନ୍ଦ୍ରନାଥ ପଣ୍ଡା ଦକ୍ଷତାର ସହିତ ପରିଚାଳନା କରିଥିଲେ । ‘ଗ୍ଲୋଓ’ର ବରିଷ୍ଠ ସଂସ୍ଥାପକ ସଦସ୍ୟ ପଦ୍ମିନୀ ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ସିଦ୍ଧାର୍ଥ ବାବୁ, ପ୍ରିତୀଶ ଦାଶ, ଦେବେନ୍ଦ୍ର ମାଝୀ, ଗଜେନ୍ଦ୍ର ସାହୁ, ଆଦ୍ରିଶ ବ୍ରହ୍ମାଦିତ୍ୟ, ସୀମିତା ଷଡ଼ଙ୍ଗୀ, ଅକ୍ଷୟ ମହାନ୍ତି ଓ ଅର୍ଜୁନ ପୁରୋହିତ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026
ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

March 8, 2026
କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ

କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ

March 8, 2026
ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

March 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026
ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version