No Result
View All Result

ଓଡ଼ିଶା ତାଜା ନ୍ୟୁଜ (୭ ମାର୍ଚ୍ଚ ରବିବାର ) ରଣପୁର/ରିପୋର୍ଟ ଅଭିମନ୍ୟୁ ମହାରଣା :- ନୟାଗଡ଼ ଜିଲ୍ଲା ରଣପୁର ‘ମା’ମଣିନାଗ ପାହାଡ଼ରେ ଭୟାବହ ଅଗ୍ନିକାଣ୍ଡ : ରଣପୁର ଧୂଆଁମୟ – ବନ୍ୟଜନ୍ତୁ ଅସ୍ତ ବ୍ୟସ୍ତ, ବିପଦରେ ବହୁଳ ବନ୍ୟଜନ୍ତୁ । ବନ ବିଭାଗ କର୍ମଚାରୀଙ୍କୁ ବାରମ୍ବାର ଫୋନ କରି ଥକି ଗଲେଣି ଗ୍ରାମବାସୀ ହେଲେ ବନ୍ୟ ବିଭାଗ ପକ୍ଷରୁ କୌଣସି ତତ୍ପରତା ଦେଖା ଯାଇନଥିଲା । ଓଡିଶା ର ଶିମିଳିପାଳ ଜଙ୍ଗଲ ରେ ନିଆଁ ଲାଗିଥିବା ଯୋଗୁଁ ସରକାର ଚିନ୍ତା ଗ୍ରସ୍ତ ଥିବା ବେଳେ ନୟାଗଡ଼ ଜିଲ୍ଲାସ୍ଥ ରଣପୁର ବ୍ଲକ ର ମଣିନାଗ ପଛ ପାହାଡ଼ ପାଖରୁ ଦର୍ପନାରାୟଣପୁର ପର୍ଯ୍ୟନ୍ତ ପାହାଡ଼ ରେ ନିଆଁ ହୁ ହୁ ହୋଇ ଜଳୁଅଛି । ଏତଦ୍ ବ୍ୟତୀତ ରଣପୁର ନିର୍ବାଚନ ମଣ୍ଡଳୀ ର ପାହାଡ଼ ରେ ଲାଗିଥିବା ନିଆଁ ରେ ବନ୍ୟଜନ୍ତୁ ତଥା ବାଘ, ମିରିଗ, ସମ୍ବର ଏବଂ କିଛି ଛୋଟ ଛୋଟ ଜୀବ ଜନ୍ତୁ ଙ୍କ ପାଈଁ ଅତ୍ୟନ୍ତ ବିପଦ ସୃଷ୍ଟି ହୋଇଥିବାରୁ ଜନସାଧାରଣ ଅଥବା ପରିବେଶବିତ୍ ମାନେ ସେଥିରେ ବହୁତ କ୍ଷୋଭ ପ୍ରକାଶ କରିଛନ୍ତି ।

ଆମ ଓଡିଶା ତାଜା ନ୍ୟୁଜ୍ ତରଫ ରୁ ସ୍ଥାନୀୟ ଜଙ୍ଗଲ ରକ୍ଷକ କୁ ପଚାରିବାରେ ସେ କହିଲେ ଜନ୍ତୁ ମାନଙ୍କୁ ଶିକାର କରୁଥିବା ଶିକାରୀ ମାନେ ଏଭଳି ଅଗ୍ନି ସଂଯୋଗ କରି ଥାଇପାରନ୍ତି ବୋଲି ସନ୍ଦେହ ପ୍ରକଟ କରୁଛନ୍ତି, କିନ୍ତୁ କେଉଁ କାରଣରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି ବୋଲି କାରଣ ଅସ୍ପଷ୍ଟ ରହିଛି । କୌଣସି କାରଣ ରୁ ବନ ବିଭାଗର ତତ୍ପରତା ରେ କମି ଦେଖା ଦେଇଛି, ଯେଉଁଥିପାଈଁ ଏଭଳି ଭୟାବହ ଅଗ୍ନି କାଣ୍ଡ ଘଟିଛି । ସାଧାରଣରେ ଜଙ୍ଗଲରୁ ବର୍ତ୍ତମାନ ନିଆଁ ଲିଭାନଗଲେ ଜଙ୍ଗଲଯାତ ଦ୍ରବ୍ୟ, ଔଷଧିୟ ବୃକ୍ଷ ଇତ୍ୟାଦି ଜଳି ପୋଡି ନଷ୍ଟ ହୋଇଯିବାର ସମ୍ଭାବନା ରହିଛି ଖାଲି ଏତିକି ନୁହେଁ ଜଙ୍ଗଲି ଜୀବ ଜନ୍ତୁ ମଧ୍ୟ ମୃତ୍ୟୁବରଣ କରିବେ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।

ସୂଚନାନୁସାରେ ଗତ ଚାରି ଦିନ ତଳେ ଜଙ୍ଗଲ ରେ ନିଆଁ ଲାଗି ଥିବା ବେଳେ ନିଆଁ ର କ୍ଷୀପ୍ରତା ଯେତିକି ନଥିଲା ବର୍ତ୍ତମାନ ତାହା ଠାରୁ ଅଧିକ ଅଗ୍ନି ର କ୍ଷିପ୍ର ପ୍ରବାହ ଯୋଗୁଁ ଜଙ୍ଗଲ ବହୁ ପରିମାଣ ରେ ନଷ୍ଟ ହେବାର ଆଶଙ୍କା ଉପୁଜିଛି । ଫଳତଃ ରଣପୁର ଜଙ୍ଗଲ ଯେଉଁ ଭାବେ ବଢିବାରେ ଲାଗିଥିଲା ତାହା କ୍ଷୟ ପ୍ରାପ୍ତ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି । ଏବଂ ମଣିନାଗ ପାହାଡ଼ ଧୁଆଁ ରେ ପୂର୍ଣ୍ଣ ହୋଇଯାଇଛି ଯାହା ପାଈଁ ଜନସାଧାରଣ ବ୍ୟସ୍ତ ବିବ୍ରତ ହୋଇ ପଡିଛନ୍ତି ।

No Result
View All Result