No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୫ ମାର୍ଚ୍ଚ, ଶୁକ୍ରବାର ) ଦିଗପହଣ୍ଡି :- ଗଂଜାମ ଜିଲ୍ଲା ଦିଗପହଣ୍ଡି ଠାରେ ଅବସ୍ଥାପିତ କୋର୍ଟରେ କାର୍ଯ୍ୟରତ ଥିବା ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଆଜି ରାଜ୍ଯ ବାର୍ କାଉନସିଲ ନିର୍ଦ୍ଦେଶ ପ୍ରକାରେ କର୍ମକର୍ତ୍ତା ନିର୍ବାଚନ ଘେନି ଆଜି ପ୍ରଥମ ଦିନରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ନିର୍ବାଚନ ଅଧିକାରୀ ଲକ୍ଷ୍ମୀ ନାରାୟଣ ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ନିର୍ବାଚନ କାର୍ଯ୍ୟକ୍ରମ ପରିଚଳନା ହେଉଥିବା ବେଳେ ଆଜି ପ୍ରଥମ ଦିନରେ ଖେମୁଣ୍ଡି ଓକିଲ ସଂଘର ୯ ଜଣ ସଦସ୍ୟ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସଭାପତି ପଦ ପାଇଁ ପରେଶ ଚନ୍ଦ୍ର ରଥ ଏବଂ
ଅଶେଷ ନାଥ ମିଶ୍ର ନାମାଂକନ ପତ୍ର ଦାଖଲ କରିଥିବା ବେଳେ ଉପସଭାପତି ପଦ ପାଇଁ ଗଜାନନ ତ୍ରିପାଠୀ ଏବଂ ରାମକୃଷ୍ଣ ପାଢ଼ୀ ମନୋନୟନ ପତ୍ର ଦାଖଲ କରିଛନ୍ତି । ସଂପାଦକ ପଦ ପାଇଁ ବିଜୟ କୁମାର ପ୍ରଧାନ ଏବଂ ଗିରିଜାନନ୍ଦନ ମେକପ ଓ ମନୋରଞ୍ଜନ ପଣ୍ଡା ନାମାଂକନ ପତ୍ର ଦାଖଲ କରିଥିବା ବେଳେ ସହସଂପାଦକ ପଦ ପାଇଁ ରବିଚନ୍ଦ୍ର ଗୌଡ଼ ଏବଂ ପ୍ରହଲ୍ଲାଦ ପ୍ରଧାନ ନାମାଂକନ ପତ୍ର ଦାଖଲ କରିଥିବା ଜଣାପଡିଛି । ପ୍ରଥମ ଦିନରେ ଖେମୁଣ୍ଡି ଓକିଲ ସଂଘର ସଦସ୍ୟ ମାନଙ୍କ ମଧ୍ୟରେ ନିର୍ବାଚନି ଉଷ୍ମତା ଦେଖାଦେଇଛି । ସମସ୍ତ ପଦବି ପାଇଁ ଲଢ଼େଇର ମଇଦାନ ସୃଷ୍ଟି ହୋଇଛି । ତେବେ ବିତ୍ତ ରକ୍ଷକ ପଦବୀ ନିମନ୍ତେ କେହି ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିନଥିବା ବେଳେ ୮ ତାରିଖ ନାମାଂକନ ପତ୍ର ଦାଖଲର ଶେଷ ଦିବସ ଥିବା ଜଣାଯାଇଛି ।
No Result
View All Result